Big Update – ତପସ୍ୱିନୀଙ୍କୁ ନେଇ ଏଭଳି କହିଲେ ସ୍ୱାମୀ ସୁମିତ… ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଓଡ଼ିଶାର ବ୍ରହ୍ମପୁର ଜିଲ୍ଲାର ଡାକ୍ତର ସୁମିତ ଏବଂ ତପସ୍ଵିନୀ ଙ୍କ ବିବାଦ ମାମଲା ବେଶ୍ ଚର୍ଚ୍ଚାରେ ରହିଥିଲା ଯାହା ଆପଣମାନେ ଜାଣିଥିବେ। ନ୍ୟାୟ ପାଇଁ, ନିଜର ହକ୍ କୁ ଫେରି ପାଇବା ପାଇଁ, ସ୍ତ୍ରୀ ଭାବରେ ମାନ୍ୟତା ପାଇବା ପାଇଁ ଜଣେ ମହିଳା କିପରି ସବୁ ବାଧା ବିଘ୍ନକୁ ଆଡେଇ ନିଜର ଅନବରତ ପ୍ରୟାସ ଜାରି ରଖିଛନ୍ତି ତାହା ତ ଆପଣ ଦେଖି ପାରୁଥିବେ। ଆମେ କହୁଛୁ ଓଡ଼ିଶାର ବ୍ରହ୍ମପୁର ଜିଲ୍ଲାର ସେହି ବୋହୂ ତପସ୍ଵିନୀ ଦାସ୍ ଙ୍କ କଥା। ଆପଣ ଜାଣିଛନ୍ତି କିପରି ଦୀର୍ଘଦିନ ଧରି ଚାଲି ରହିଛି ଡାକ୍ତର ସୁମିତ ସାହୁ ଓ ସ୍ତ୍ରୀ ତପସ୍ବିନୀ ଦାଶଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦ। ଯେତେ ଚେଷ୍ଟା କରାଗଲେ ମଧ୍ୟ ଏହି ମାମଲାର ସମାଧାନ ହେବା ପାଇଁ ବହୁତ୍ ପ୍ରକ୍ରିୟା ଚାଲି ରହିଥିଲା।

ତେବେ ପରେ କୋର୍ଟ ଯେଉଁ ରାୟ ଦେଇଛନ୍ତି ଯାହା ତପସ୍ଵିନୀ ଙ୍କ ସପକ୍ଷରେ। ତଥାପି ଏବେବି ଥମିବାର ନାମ ଧରୁନାହିଁ ଡାକ୍ତର ଦମ୍ପତ୍ତି ଙ୍କ ବିବାହ ବିବାଦ ମାମଲା। ଦିନକୁ ଦିନ ଏହା ଅଧିକ ଜଟିଳ ହେବାରେ ଲାଗିଛି। ସୁମିତ୍ ଓ ତପସ୍ୱିନୀଙ୍କ ପ୍ରସଙ୍ଗରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିବ ତା ଉପରେ ସମସ୍ତଙ୍କ ନଜର ରହିଛି। ଏବେ ତପସ୍ୱିନୀ ରହିଛନ୍ତି ନିଜ ଶାଶୁଙ୍କ ଘରେ ଆଉ ତାଙ୍କର ଶଶୁର ଘର ଲୋକେ ବାହାରେ ରହିଛନ୍ତି। ଆଇନଗତ ଲଢ଼େଇ ଭିତରେ ଉଭୟଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ପିଟିସନ୍ ଯୁଦ୍ଧ। ତେବେ ବହୁ ଚର୍ଚ୍ଚାରେ ରହିଥିବା ସୁମିତ କିନ୍ତୁ ଏବେ କ୍ୟାମେରା ସାମ୍ନାକୁ ଆସିଛନ୍ତି।

ସେ ଏବଂ ତାଙ୍କର ଓକିଲ ବ୍ୟୋମକେଶ ତ୍ରିପାଠୀଙ୍କ ବୟାନ ସାମ୍ନାକୁ ଆସିଛି। ସୁମିତ ଙ୍କ ଓକିଲ କହିଛନ୍ତି ବାହାଘର ଏକ ଫିଲ,ଏହା ଏକ ଡିଲ ନୁହେଁ। ଉତ୍ତମ ବୁଝାମଣା ରେ ଏହି ସଂପର୍କ ଆଗକୁ ବଢେ। ମୋକଦ୍ଦମା ଏବଂ ଲଢେ଼ଇ ରେ ଏହିଭଳି ସଂପର୍କ ତିଷ୍ଠି ରହିବା ସମ୍ଭବ ନୁହେଁ। ତେବେ ସୁମିତ ବର୍ତ୍ତମାନ ର ସ୍ଥିତି ସଂପର୍କରେ କହିଛନ୍ତି ଯେ ହଁ ମୁଁ ତପସ୍ଵିନୀ ଙ୍କୁ ଭଳପାଇଥିଲି ଏବଂ ରେଜିଷ୍ଟ୍ରି ମେରେଜ କରିଥିଲି। କିନ୍ତୁ ଘରର କଥାକୁ ବାହାରେ ପକାଇବା ଏକ ନିନ୍ଦନୀୟ କଥା। ଏହାଦ୍ୱାରା ତାଙ୍କର ଏବଂ ତାଙ୍କ ପରିବାରର ସାମାଜିକ ପ୍ରତିଷ୍ଠା ନଷ୍ଟ ହେବା ସହିତ ମାନ ସମ୍ମାନ ହାନି ହେଲା। ସାରା ବ୍ରହ୍ମପୁର ର ଏକ ଅସମ୍ମାନ ହେଲା।

ତେଣୁ ଏସବୁ ଆଉ ଫେରି ଯାଇ ପାରିବ ନାହିଁ। ଏସବୁ ହେବା ପୂର୍ବରୁ ହୁଏତ ରି ୟୁନିଅନ ହୋଇ ପାରିଥାନ୍ତା। କିନ୍ତୁ ଯାହା ହେଲା ସମୟ ଏବଂ ସ୍ଥିତି କହିବ ଆଗକୁ କଣ ହେବ? ଏଭଳି ସ୍ଥିତି ପରେ ବି ଅନେକ ସଂପର୍କ ଯୋଡି ପାରୁଛି। ହୁଏତ ସେମିତି ବି ହୋଇପାରେ। କିନ୍ତୁ ଏପରି ଏକ ପାରିବାରିକ ମାମଲା କୁ ନେଇ ଗଣମାଧ୍ୟମ ଅଧିକ ଅତିରଞ୍ଜିତ କରିବା ଠିକ୍ ନୁହଁ ବୋଲି ମଧ୍ୟ ସେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।