ଦେଖନ୍ତୁ ଭିଡ଼ିଓ : ଏମିତି ଦୃଶ୍ୟ ଜୀବନ ରେ କେବେ ଦେଖି ନଥିବେ ! କୃଷ୍ଣସାର ମୃଗଙ୍କ ମନଲୋଭା ଭିଡିଓ ଦେଖି MODI କହିଲେ Excellent…ନ ଦେଖିଲେ ଆପଣ ବିଶ୍ୱାସ କରି ପାରିବେନି….

0

ବେଳେବେଳେ ଏମିତି କିଛି ଦୃଶ୍ୟ ଆମେ ଦେଖିବାକୁ ପାଇଥାଉ ଯାହା ରୋମାଞ୍ଚକର ଓ ମନମୁଗ୍ଧକର ହୋଇଥାଏ। ଯାହାକୁ ଦେଖିଲେ ଖୁସିରେ ମନ ନାଚି ଉଠିଥାଏ। ସେହିପରି ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟର ଭିଡିଓ ଯାହା ଦେଖିବାକୁ ଯେମିତି କୌତୁକିଆ ସେମିତି ମନଲୋଭା ମଧ୍ଯ। ଜଙ୍ଗଲ ରାସ୍ତାରେ ଖୁସିରେ ଡିଆଁ ମାରୁଛନ୍ତି କୌତୁକିଆ କୃଷ୍ଣସାର ମୃଗ। ସେମାନେ ଖୁସିରେ ପଲ ପଲ ହୋଇ ଧାଇଁବାରେ ଲାଗିଛନ୍ତି ଚାରଣ ଭୂମିରେ। ଯାହାକୁ ଦେଖିଲେ ଏତେ ଖୁସି ଲାଗୁଛି ଯେ ଏହାକୁ ବ୍ୟକ୍ତ କରି ହେଉ ନାହିଁ। ଏହି ଦୃଶ୍ୟ ହେଉଛି ଗୁଜରାଟ ର ଭାବନଗର ସ୍ଥିତ ବ୍ଲାକ ବକ୍ ନ୍ୟାସନାଲ ପାର୍କର।

ତେବେ ଗୋଟିଏ ଦୁଇଟି ନୁହନ୍ତି ପ୍ରାୟତଃ ୭୦୦ ରୁ ୮୦୦ କୃଷ୍ଣସାର ମୃଗ ଏକକାଳୀନ ରାସ୍ତା ପାରି ହେଉଛନ୍ତି। ତେବେ ଯାହା ଜଣା ପଡିଛି ଏହା ମାତ୍ର ଏହି କିଛି ଦିନ ତଳର ଭିଡିଓ ଅଟେ।ଆଉ ଏହି ଭିଡିଓ ଟିକୁ ଜଣେ ଯବାନ ନିଜ ମୋବାଇଲ୍ ରେ ସୁଟ କରି ପରେ ଏହାକୁ ସେୟାର କରିଥିଲେ।ଏହି ଭିଡିଓ ଟି ପରେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଥିଲା।ଆଉ ଏହି ଭିଡିଓ କୁ ଗୁଜରାଟ ର ଡିପାର୍ଟମେଣ୍ଟ ଅଫ୍ ଇନଫର୍ମେଶନ ପକ୍ଷରୁ ମଧ୍ୟ ଟୁଇଟର ଯୋଗେ ସେୟାର କରା ଯାଇଥିଲା। ପରେ ଏଭଳି ଏକ ବିରଳ ମନଲୋଭା ଭିଡିଓ କୁ ଦେଖି ସମସ୍ତେ ଉଚ୍ଚ ପ୍ରଶଂସା କରିଛନ୍ତି।

କେବଳ ଏତିକି ନୁହେଁ ଏହି ଭିଡିଓ କୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ମଧ୍ଯ ତାଙ୍କ ଟୁଇଟର ରେ ସେୟାର କରିଛନ୍ତି। ତେବେ ଏହି ଦୃଶ୍ୟ ବ୍ୟତୀତ ଝାଡ଼ଖଣ୍ଡ ର ପଲାମୁ ଟାଇଗର ରିଜର୍ଭ ରେ ମଧ୍ଯ ସମାନ ଦୃଶ୍ୟ ଦେଖିବାକୁ ମିଳିଛି।ଯେଉଁଠି ଖୁସିରେ କିପରି ପଲ ପଲ ହରିଣ ମାନେ ବିଚରଣ କରୁଛନ୍ତି ତାହା ଆପଣ ଦେଖିବାକୁ ପାଇବେ। ତେବେ କରନା ସମୟରେ ଲକ୍ ଡାଉନ୍ ଥିବା ବେଳେ ପଶୁପକ୍ଷୀ ମାନଙ୍କର ବଂଶ ବିସ୍ତାର ହୋଇଛି। ସୂଚନା ଅନୁସାରେ ହରିଣ ଙ୍କ ସହ ହାତୀ ଏବଂ ମାଙ୍କଡ ମାନଙ୍କର ସଂଖ୍ୟା ମଧ୍ଯ ବଢ଼ିଛନ୍ତି। ତେବେ ହରିଣ ମାନଙ୍କର ସଂଖ୍ୟା ଆଖି ଦୃଶିଆ ଭାବରେ ବୃଦ୍ଧି ପାଇଥିବା କୁହା ଯାଉଛି।

ତେବେ ଜଙ୍ଗଲ ରାସ୍ତାରେ ଖୁସିରେ ଯେଉଁଭଳି ଭାବରେ ଡିଆଁ ମାରୁଛନ୍ତି କୌତୁକିଆ କୃଷ୍ଣସାର ମୃଗ ତାର ଦୃଶ୍ୟ ଏବେ ସମସ୍ତଂକ ହୃଦୟକୁ ଛୁଇଁଛି। ସେମାନେ ଖୁସିରେ କେଡେ ସୁନ୍ଦର୍ ପଲ ପଲ ହୋଇ ଧାଇଁବାରେ ଲାଗିଛନ୍ତି ଚାରଣ ଭୂମିରେ। ଯାହାକୁ ଦେଖିଲେ ଏତେ ଖୁସି ଲାଗୁଛି ଯେ ଏହାକୁ ବ୍ୟକ୍ତ କରି ହେଉ ନାହିଁ। ତେବେ ଲକ୍ ଡାଉନ୍ କାରଣରୁ ସବୁକିଛି ବନ୍ଦ ରହିବା କାରଣରୁ ବନ୍ୟପ୍ରାଣୀ ଙ୍କ ବଂଶ ବିସ୍ତାର ହୋଇଛି ବୋଲି କୁହା ଯାଉଛି ଯାହା ନିଶ୍ଚିତ ଭାବରେ ଏକ ଖୁସି ଖବର ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।