ଏମିତି ଏକ ଅଦ୍ଭୁତ ମନ୍ଦିର । ଯେଉଁଠାରେ ୭ ହାତ ମାଟି ତଳୁ ବାହାରିଥିଲେ ଦେବୀ ମାଆ । ଏହାର ପ୍ରକୃତ ରାହାସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

0

ଭାରତ ହେଉଛି ଦେବତାଙ୍କ ଜନ୍ମ ଭୂମି,ତେଣୁ ଭାରତ କୁ ଦେବଭୂମି ମଧ୍ୟ କୁହା ଯାଏ।ଏଠାରେ ଅନେକ ଦେବା ଦେବୀ ଜନ୍ମ ଗ୍ରହଣ କରିଛନ୍ତି ବୋଲି ଆମ ଶାସ୍ତ୍ର କହୁଛି।ଏଠାରେ ଅନେକ ମନ୍ଦିର ମାନ ମଧ୍ୟ ରହିଛି।ଅନେକ ପାହାଡ଼ ପର୍ବତ ମାନ ରହିଛି, ଯେଉଁଠାରେ କି ଦେବତା ମାନେ ତାଙ୍କର ଲୀଳା କରୁ ଥିଲେ ବୋଲି ଆମ ଇତିହାସ କହୁଛି।ଏଠାରେ ପ୍ରତ୍ୟେକ ଯୁଗରେ ଅନେକ ଦେବତା ଜନ୍ମଗ୍ରହଣ କରିଛନ୍ତି।ତେଣୁ ଏଠାରେ ଲକ୍ଷ ଲକ୍ଷ ମନ୍ଦିର ମାନ ଅଛି।

ଶାସ୍ତ୍ର ପୁରାଣରେ ମନ୍ଦିର କୁ ଏକ ପବିତ୍ର ଏବଂ ପୁଣ୍ୟ ସ୍ଥାନ ବୋଲି ବର୍ଣ୍ଣିତ କରା ଯାଇଛି।କାରଣ ମନ୍ଦିର ହେଉଛି ଦେବତା ମାନଙ୍କ ବାସ ସ୍ଥାନ।ତେଣୁ କୁହା ଯାଏ ଯେ ମନ୍ଦିର ଗଲେ ଆମର ସମସ୍ତ ପାପ କ୍ଷୟ ହୋଇ ଥାଏ।ମନ୍ଦିର ଯାଇ ଭଗବାନ ଙ୍କ ଦର୍ଶନ କଲେ ଆମର ସମସ୍ତ ବିପଦ ଦୂର ହୋଇ ଥାଏ।

ମନ୍ଦିର ରେ ପୂଜା କଲେ ଆମର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇ ଥାଏ।ଜଣେ ବ୍ୟକ୍ତି ଯେତେ ବି ମାନସିକ ଚାପ ରେ ଥାଉ ନା କାହିଁକି ମନ୍ଦିର ଯାଇ ଭଗବାନ ଙ୍କ ଦର୍ଶନ କଲେ ଓ ମନ୍ଦିର ରେ କିଛି ସମୟ ଅତିବାହିତ କଲେ, ସେ ମାନସିକ ଶାନ୍ତି ପାଇ ଥାଏ।

ସେହି ପରି ଏକ ମନ୍ଦିର ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ,ଯାହା ଜଗତସିଂହପୁର ଜିଲ୍ଲାର ଯଶୋବନ୍ତ ପୀଠ ଅନ୍ତର୍ଗତ ଓଢ଼ଙ୍ଗ ଗ୍ରାମରେ ଅବସ୍ଥିତ।ଏହା ଏକ ଅଦ୍ଭୁତ ମନ୍ଦିର।କାରଣ ଏହି ମନ୍ଦିର ଟି ଜଣଙ୍କ ଘର ମଧ୍ୟରେ ଅବସ୍ଥିତ।ମାତ୍ର ଏହା ଭିତରେ କୌଣସି ଦେବତାଙ୍କ ମୂର୍ତ୍ତି ପୂଜା ପାଏ ନାହିଁ।ଏଠାରେ ପୂଜା ପାଏ ଗୋଟିଏ ଉଈ ହୁଙ୍କା।ଏହା ଏମିତି ଏକ ଚମତ୍କାର ମନ୍ଦିର ଯାହା ବିଷୟରେ ହୁଏତ ଅଧିକାଂଶ ଲୋକ ଜାଣି ନଥିବେ।ତେବେ ଆସନ୍ତୁ ଜାଣିବା ସେହି ମନ୍ଦିର ବିଷୟରେ ।

୧୯୮୨ ମସିହାରେ ଯେଉଁ ଭୟଙ୍କର ବନ୍ୟା ଆସି ଥିଲା ସେତେବେଳେ ଓଡ଼ିଶା ଅନେକ କ୍ଷତିଗ୍ରସ୍ତ ହୋଇ ଥିଲା।ସେହିପରି ଭାବେ ଏହି ମହିଳାଙ୍କ ଘର ମଧ୍ୟ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ି ଥିଲା।ତେଣୁ ଏହି ମହିଳା ଜଣଙ୍କ ଅନ୍ୟ ଏକ ଘର ନିର୍ମାଣ କରି ଥିଲେ।

ମାତ୍ର ଏହି ସମୟରେ ତାଙ୍କୁ ଦେବୀ ମାତାଙ୍କ ସ୍ୱପ୍ନା ଦେଶ ହେଲା କି, ସେ ସେହି ପୁରୁଣା ଭଙ୍ଗା ଘରେ ଅଛନ୍ତି।ସେହି ଘରର ୭ ହାତ ତଳକୁ ଅଛନ୍ତି ବୋଲି ଓ ମାଟିକୁ ଖୋଳି ତାଙ୍କୁ ଉପରକୁ ଆଣିବା ପାଇଁ ଦେବୀ ମାତା ସେହି ମହିଳାଙ୍କୁ ସ୍ୱପ୍ନରେ କହିଥିଲେ।
ତେଣୁ ମହିଳା ଜଣଙ୍କ ତାଙ୍କ ବାପାଙ୍କୁ କହିଥିଲେ ଓ ସେଠାରେ ଖୋଳି ଥିଲେ।ମାତ୍ର ସେଠାରେ କିଛି ମିଳି ନଥିଲା।ମାତ୍ର ୩ ଦିନ ପରେ ସେଠାରେ ଏକ ଉଈ ହୁଙ୍କା ବାହାରି ଥିଲା ଓ ତାର ତିନୋଟି ଶାଖା ବାହାରିଲା।ତେଣୁ ମହିଳା ଜଣଙ୍କ ଡରି ଯାଇ ସେହି ଉଇ ହୁଙ୍କା କୁ ଭାଙ୍ଗି ଦେଇ ଥିଲେ ଓ ତା ଉପରେ କୀଟ ନାଶକ ପକାଇ ଥିଲେ।

ମାତ୍ର ଉଈ ହୁଙ୍କା ପୁଣିଥରେ ବାହାରିଲା ଓ ମହିଳା ଜଣଙ୍କ ପୁଣିଥରେ ଭାଙ୍ଗି ଦେଲେ।ବାରମ୍ବାର ଭାଙ୍ଗିବା ପରେ ତାଙ୍କୁ ପୁଣିଥରେ ସ୍ୱପ୍ନାଦେଶ ହେଲା।ଆଉ ସେହି ଦିନ ଠାରୁ ସେହି ରୋଷେଇ ଘରେ ସେହି ଉଈ ହୁଙ୍କା ପୂଜା ପାଉଛନ୍ତି।ମାତ୍ର ସେହି ଉଈ ହୁଙ୍କା ର ଆକାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।