ଏମିତି ଏକ ଚମତ୍କାର ମନ୍ଦିର ଯେଉଁଠାରେ ମୂର୍ତ୍ତି ର ଆକାର ଆଶ୍ଚର୍ଯ୍ୟ ଜନକ ଭାବେ ବଢ଼ି ଚାଲିଛି ! ବୈଜ୍ଞାନିକ ମାନେ କହିଲେ ଏମିତି ….

0

ଏ ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ଅଛି ଯାହା ବିଷୟରେ ଆମେ ସବୁବେଳେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ଭାରତରେ ହଜାର ହଜାର ମନ୍ଦିର ରହିଛି ଏବଂ ପ୍ରତ୍ୟେକ ମନ୍ଦିରର ନିଜସ୍ୱ ଓ ସ୍ୱତନ୍ତ୍ର ମାନ୍ୟତା ପାଇଁ ପ୍ରସିଦ୍ଧ ଅଟେ । ଭାରତରେ କିଛି ଏମିତି ବି ରହସ୍ୟମୟ ଓ ବିଚିତ୍ର ମନ୍ଦିର ରହିଛି ଏବଂ ଏହି ରହସ୍ୟମୟ ମନ୍ଦିର ମଧ୍ୟରେ ଦେବ ଦେବ ମହାଦେବ ଙ୍କ ର ଶ୍ରୀ ୟଙ୍ଗତି ଉମା ମହେଶ୍ୱର ମନ୍ଦିର । ତେବେ କଣ ରହିଛି ମନ୍ଦିର ର ରହସ୍ୟ ଆସନ୍ତୁ ଜାଣିବା ;

ସଂସ୍କୃତି ତଥା ଆଧ୍ୟାତ୍ମିକତା ର ଦେଶ ହେଉଛି ଭାରତ । ଆମ ଦେଶର ପ୍ରତ୍ୟେକ ନାଗରୀକ ମାନେ ଧାର୍ମିକ କାର୍ଯ୍ୟ କ୍ରମରେ ସବୁବେଳେ ମଜ୍ଜିତ ରହିଥାନ୍ତି । ପ୍ରତେକ ଲୋକ ଭଗବାନ ଙ୍କୁ ପୂଜା କରନ୍ତି , ଭକ୍ତି କରନ୍ତି।

ତେବେ ଭାରତ ରେ ବିଭିନ୍ନ ସ୍ଥାନ ମାନଙ୍କ ରେ ବିଭିନ୍ନ ମନ୍ଦିର ମାନ ରହିଛି ଯେଉଁ ମନ୍ଦିର ରେ ଭଗବାନ କୁ ପୂଜା କରାଯାଏ । ଏମିତି ଅନେକ ମନ୍ଦିର ରହିଛି ଯେଉଁ ମନ୍ଦିର ଖୁବ୍ ରହସ୍ୟମୟ ଅଟେ ଓ ଏହି ମନ୍ଦିର ବିଷୟ ରେ ଅନେକ ତଥ୍ୟ ପୁରାଣ ମାନଙ୍କ ରେ ବର୍ଣ୍ଣିତ ରହିଛି।ତେବେ ହିନ୍ଦୁ ଧର୍ମ ରେ ପୂଜା ପାଠ ର ଖୁବ୍ ମର୍ଯ୍ୟାଦା ରହି ଅଛି । ଦେବୀ ଦେବତା ଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା ପାଠ ଆଦି କରା ଜାଏ।

ତେବେ ଶାସ୍ତ୍ର ପୁରାଣରେ ମନ୍ଦିର କୁ ଏକ ପବିତ୍ର ଏବଂ ପୁଣ୍ୟ ସ୍ଥାନ ବୋଲି ବର୍ଣ୍ଣିତ କରା ଯାଇଛି।କାରଣ ମନ୍ଦିର ହେଉଛି ଦେବତା ମାନଙ୍କ ବାସ ସ୍ଥାନ।ତେଣୁ କୁହାଯାଏ ଯେ ମନ୍ଦିର ଗଲେ ଆମର ସମସ୍ତ ପାପ କ୍ଷୟ ହୋଇଥାଏ।ମନ୍ଦିର ରେ ପୂଜା କଲେ ଆମର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ସେହି ମନ୍ଦିର ମାନଙ୍କ ମଧ୍ୟରେ ଶ୍ରୀ ୟଙ୍ଗତି ଉମା ମହେଶ୍ୱର ମନ୍ଦିର ଅନ୍ୟତମ ଅଟେ। ଏହି ମନ୍ଦିର ଆନ୍ଦ୍ରପ୍ରଦେଶ ର କୁର୍ନୂଲ ରେ ଅବସ୍ଥିତ ଅଟେ ଓ ଏହା ଭଗବାନ ଶିବ ଓ ମାତା ପାର୍ବତୀ ଙ୍କ ମନ୍ଦିର ଅଟେ । ତେବେ ଏହି ମନ୍ଦିର ରେ ଥିବା ଭଗବାନ ଶିବ ଙ୍କ ବାହାନ ନନ୍ଦୀ ର ଆକାର ଦିନକୁ ଦିନ ବଢୁଥିବା ର ଦେଖାଯାଏ ।

କୌଣସି ଏକ ପଥର ମୂର୍ତ୍ତି କିପରି ଆପେ ଆପେ ବଢିପାରେ ଏହା ଦେଖି ସବୁ ବୈଜ୍ଞାନିକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ତେବେ ଇତିହାସ ର ଫର୍ଦ୍ଦ ଲେଉଟାଇ ଦେଖିଲେ ଜଣା ପଡେ ଯେ ଏହି ମନ୍ଦିର ଟି ୧୫ତମ ଶତାବ୍ଦୀ ରେ ବିଜୟା ନଗର ସାମ୍ରାଜ୍ୟ ର ସଙ୍ଗମ ରାଜ ବଂଶ ରାଜା ହରିହର ବୁକା ରାୟ ନିର୍ମାଣ କରିଥିଲେ ଓ ଏହି ମନ୍ଦିର ଟି ସମ୍ପୂର୍ଣ ଭାବେ ବୈଷ୍ଣବ ରୀତି ନୀତି ଅନୁସାରେ ନିର୍ମାଣ ହୋଇଛି ।

ସୂଚନା ଅନୁସାରେ ଏହି ମନ୍ଦୀର ରେ ଥିବା ନନ୍ଦୀ ର ମୂର୍ତ୍ତି ୨୦ ବର୍ଷରେ ପ୍ରାୟ ଏକ ଇଞ୍ଚ ବୃଦ୍ଧି ପାଇଛି । ଶାସ୍ତ୍ର ଅନୁସାରେ ସେଠାରେ ଅଗସ୍ତି ଋଷି ତପସ୍ୟା ରତ ଥିଲେ ଓ ସେ ହିଁ ଏହି ମନ୍ଦିର ନିର୍ମାଣ କରିଛନ୍ତି ତେଣୁ ଏହି ମନ୍ଦିର ରେ କିଛି ଅଲୌକିକ ଶକ୍ତି ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।