ଏମିତି କହିଲେ ଜଣେ ଟପ ର୳।ଙ୍କ IAS ଙ୍କ ମା, ପୁରା ଘଟଣା ଜାଣିଲେ ଆଖିରୁ ଲୁହ ଆସିଯିବ…

0

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରିଥାଏ। କାଲି ଯିଏ ଗରିବ ଆଜି ସିଏ ଧନୀ ହୋଇଥାଏ। ତେବେ ନିକଟରେ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ଜଣେ ବ୍ୟକ୍ତି ଚୁଡ଼ି ବିକ୍ରି କରି IAS ବନି ଯାଇଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ଏଭଳି ଏକ ଦୃଶ୍ୟ ମହାଗାଁଓ ସୋଲାପୁର ଜିଲ୍ଲା ମହାରାଷ୍ଟ୍ରରୁ ଦେଖିବା ପାଇଁ ମିଳିଛି।

ସୂଚନା ଅନୁସାରେ, ରମେଶ ନାମକ ଜଣେ ପିଲା ଯିଏ କି ସେ ବହୁତ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପା ଛୋଟ ସାଇକେଲ ଦୋକାନ କରି, ମରାମତି କାର୍ଯ୍ୟ କରନ୍ତି। ସେଥିରୁ ଯାହା ରୋଜଗାର ହୁଏ ପରିବାର ଚଳି ଯାଇଥାଏ। କିଛି ଦିନ ପରେ ତାଙ୍କ ବାପାଙ୍କର ମୃତ୍ୟ ହୋଇ ଯାଇଗଲା। ପରିବାରର ସମସ୍ତ ଦାଇତ୍ୱ ତାଙ୍କ ମାଆଙ୍କ ଉପରକୁ ଚାଲିଗଲା। ସେଥିପାଇଁ ତାଙ୍କ ମାଆ ଗାଁ ବୁଲି ଚୁଡ଼ି ବିକ୍ରି କରିଲେ। ସେ ତାଙ୍କ ପୁଅକୁ ନିକଟରେ ଏକ ସରକାରୀ ସ୍କୁଲକୁ ପାଠ ପଢିବା ପାଇଁ ଛାଡିଲେ।

ସେ ବହୁତ ଭଲ ପାଠ ପଢିବା ସହିତ କ୍ଲାସରେ ମଧ୍ୟ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେଉଥିଲେ। ସେ ପାଠ ପଢିବା ସହିତ ମାଆଙ୍କ ସହିତ ମିଶି ଚୁଡ଼ି ବିକ୍ରି କରିଲେ। ସେ ବହୁତ ପରିଶ୍ରମ କରି ଦଶମ ଶ୍ରେଣୀରେ ୮୮% ମାର୍କ ରଖି ପାସ କରିଥିଲେ।ଏହା ପରେ ସେ ଡିପ୍ଲମା ଇନ ଏଜୁକେସନରେ ନାମ ଲେଖାଇ ଥିଲେ। ସେହି କୋର୍ସ ସରିବା ପରେ, ସେ ଶିକ୍ଷକତା କରିବା ଆରମ୍ଭ କରିଥିଲେ ଓ ପିଲାଙ୍କୁ ପାଠ ପଢାଇବା ସହିତ ନିଜେ ମଧ୍ୟ ପାଠ ପଢୁଥିଲେ। ତାଙ୍କ ମାଆ ସରକାର ଅଫିସକୁ ରାସନ କାର୍ଡ ଓ ଇନ୍ଦିରା ବାସ ପାଇଁ ପ୍ରତିଦିନ ଦୌଡୁ ଥିଲେ। କିନ୍ତୁ ରାସନ କାର୍ଡ ଓ ଇନ୍ଦିରା ବାସ କିଛି ବି ମିଳିଲା ନାହିଁ। ସରକାରଙ୍କ ଏହି ଭଳି କାର୍ଯ୍ୟ କଳାପ ଦେଖି ରମେଶ ସ୍ଥିର କରିଥିଲେ ଯେ, ଉଚ୍ଚ ସ୍ଥାନରେ ବସିବେ ଓ ଏହି ଭଳି ଲୋକ ମାନଙ୍କୁ ଉଚିତ ଶାସ୍ତି ଦେବେ।

ସେଥିପାଇଁ ସେ ପୁନେ ଯାଇଥିଲେ ଓ ସେଠାରେ ସେ UPSC ବିଷୟରେ ଜାଣିବାକୁ ପାଇଲେ। ସେ UPSC ପାଇଁ ନିଜକୁ ପ୍ରସ୍ତୁତ କରିଲେ ଓ ସେଥିପାଇଁ ଦିନ ରାତି ପାଠ ପଢିବା ଆରମ୍ଭ କରିଲେ। ଏଥି ସହିତ ସେ ନିଜେ ପାର୍ଟ ଟାଇମ ଚାକିରୀ ମଧ୍ୟ କରିଥିଲେ। ଏହା ପରେ ସେ UPSC ପରୀକ୍ଷା ଦେଲେ ଓ UPSC ପ୍ରି ପରୀକ୍ଷାରେ ସଫଳ ହୋଇଥିଲେ। କିନ୍ତୁ ହେଲେ UPSC ର ମେନ କ୍ଲିଅର କରି ପାରି ନଥିଲେ। ଏହା ପରେ ସେ ଗାଁ କୁ ଫେରି ଯାଇଥିଲେ। କିନ୍ତୁ ଗାଁ ଲୋକ ଓ ତାଙ୍କ ମାଆ ମିଶି ତାଙ୍କୁ ବହୁତ ବୁଝାଇବା ପରେ, ସେ ପୁଣି UPSC ପ୍ରସ୍ତୁତ ପାଇଁ ଲାଗି ପଡିଲେ। ଶେଷରେ ପରୀକ୍ଷାରେ ପାସ କରିବା ସହିତ ୨୮୭ ନମ୍ବର ରଖି ଜିଲ୍ଲା ଟପ୍ପର ହେଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।