ଦେଖନ୍ତୁ ଭିଡ଼ିଓ : ଏମିତି କଟୁଛି ବସ୍ତିରେ ଅଭିନେତ୍ରୀ ବର୍ଷାଙ୍କ ଜୀବନ, ଭିଡିଓ ଦେଖି ଆପଣ ବି ବିଶ୍ୱାସ କରି ପାରିବେ ନାହିଁ….

0

ଓଲିଉଡ୍ ର ଚୁଲବୁଲି ନାୟିକା ବର୍ଷା ପ୍ରିୟଦର୍ଶିନୀ ତାଙ୍କର ଅଭିନୟ ପାଇଁ ଯେତିକି ଲୋକଙ୍କ ନିକଟରେ ଆଦୃତ ହୋଇ ପାରିଛନ୍ତି, ସେହିପରି ତାଙ୍କ ସୁନ୍ଦରତା ମଧ୍ୟ ଲୋକଙ୍କୁ ସେତିକି ବିମୋହିତ କରିଥାଏ। ତାଙ୍କ ପାଇଁ ପାଗଳ ତାଙ୍କ ପ୍ରଶଂସକ ମାନେ। ଦୀର୍ଘଦିନ ଧରି ଦର୍ଶକ ମାନେ ତାଙ୍କୁ ଭଲ ପାଇବା ଦେଇ ଆସିଛନ୍ତି।ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ନମ୍ୱର୍ ୱାନ ହିରୋଇନ୍ ଭାବରେ ତାଙ୍କୁ ଲୋକପ୍ରିୟତା ମଧ୍ୟ ଦେଇ ଆସିଛନ୍ତି।ତାଙ୍କର ଅନେକ ଅବଦାନ ମଧ୍ୟ ରହିଛି ଓଡ଼ିଆ ସିନେମା ଜଗତ ପାଇଁ। କାରଣ ଲୋକଙ୍କ ମନକୁ ଛୁଇଁଲା ଭଳି ଅନେକ ହିଟ୍ ହିଟ୍ ଫିଲ୍ମ୍ ସବୁ ସେ ତାଙ୍କର ଅଗଣତି ପ୍ରଶଂସକ ମାନଙ୍କ ପାଇଁ ଭେଟି ଦେଇଛନ୍ତି।

ସେହି କାରଣରୁ ତାଙ୍କ ପାଖକୁ ହଜାର ହଜାର କମେଣ୍ଟ ଆସି ଥାଏ ତାଙ୍କର ପ୍ରଶଂସକ ମାନଙ୍କ ନିକଟରୁ। ଅନେକ ପ୍ରତିକ୍ରିୟା ମଧ୍ୟ ରଖିଥାନ୍ତି ତାଙ୍କର ଶୁଭେଚ୍ଛୁ ମାନେ।ଆପଣ ଜାଣିଛନ୍ତି କି ବର୍ଷା ପ୍ରିୟଦର୍ଶିନୀ ଙ୍କ ବେଶ ଭୂଷା ଏବଂ ତାଙ୍କର ବ୍ୟବହାର ଅତ୍ୟନ୍ତ ଉଚ୍ଚ କୋଟିର ଅଟେ।ସେ ଦେଖିବାକୁ ଯେତିକି ସୁନ୍ଦର୍ ତାଙ୍କର ଆଚରଣ, ବସ୍ତ୍ର ପରିଧାନ ମଧ୍ୟ ସେମିତି ପାରମ୍ପରିକ। ଯାହା ସମସ୍ତଙ୍କୁ ଭଲ ଲାଗିଥାଏ।ହିନ୍ଦୁ ଧର୍ମର ସଂସ୍କୃତି ରେ ସେ ବାନ୍ଧି ହୋଇ ରହିଥାନ୍ତି। ଜଣେ ପାରମ୍ପରିକ ବୋହୂ ହିସାବରେ ତାଙ୍କର ବ୍ୟକ୍ତିଗତ ଜୀବନର ମୂଲ୍ୟବୋଧ ରହିଛି। ଯାହା ତାଙ୍କ ବ୍ୟବହାର ରୁ ଜଣା ପଡ଼ିଥାଏ।କେବଳ ଏତିକି ନୁହେଁ ଓଡ଼ିଶାର ଲକ୍ଷ ଲକ୍ଷ ଦର୍ଶକ ଓ ପ୍ରଶଂସକ ଙ୍କ ସେ ହେଉଛନ୍ତି ପ୍ରଥମ ପସନ୍ଦ।

ଯାହାଙ୍କ ସୁନ୍ଦରତା ଯେତିକି ଅଧିକ ତାଙ୍କର ହୃଦୟ ସେତିକି ସଫା। ଜଣେ ସଂସ୍କାରି ମହିଳା ଓ ଟିପିକାଲ୍ ହିନ୍ଦୁ ବୋହୂ ଭାବରେ ତାଙ୍କର ଚଳନି ଓ ବେଶଭୂଷା ବେଶ୍ ମନଲୋଭା ଅଟେ। ତାଙ୍କର ଏକ ସଂଗଠନ ମଧ୍ୟ ରହିଛି ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ।ସେ ଜଣେ ସମାଜସେବୀ ମଧ୍ୟ ଅଟନ୍ତି। ତେବେ ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓ ରେ ଦେଖିବାକୁ ମିଳୁଛି କି ବର୍ଷା ଏକ ବସ୍ତିରେ କେମିତି ସମୟ ଅତିବାହିତ କରୁଛନ୍ତି।ଏଠାରେ ଦେଖିବାକୁ ମିଳୁଛି ବର୍ଷା ଚୁଲିରେ ରୋଷେଇ କରୁଛନ୍ତି।ଏକ କରେଇ ରେ ସେ ମାଛ ଛାନୁଛନ୍ତି। ମୁହଁରେ ମାସ୍କ ଏବଂ ହାତରେ ଗ୍ଲୋବସ ପିନ୍ଧିଥିବାର ନଜର ଆସିଛନ୍ତି।

ଏହାଛଡା ଚାଳ ଛପର କୁଡିଆ ରେ ବସି ସେ ଫଟୋ ଉଠାଇଛନ୍ତି ଏବଂ ବସ୍ତିର ଥିବା ଛେଳି ଛୁଆକୁ ମଧ୍ୟ ସେ ଆଉଁସୁ ଛନ୍ତି।ତେବେ ବସ୍ତିର ପରିବେଶରେ ଅଭିନେତ୍ରୀ ବର୍ଷା ଙ୍କ ସମୟ ଅତିବାହିତ କରିଥିବାର ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି। ବସ୍ତି ଅଞ୍ଚଳରେ ନିଜକୁ କିପରି ଭାବରେ ବର୍ଷା ପରିଚାଳିତ କରୁଛନ୍ତି ତାର ଝଲକ ଦର୍ଶକ ମାନଙ୍କୁ ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।