ଦେଖନ୍ତୁ ଭିଡ଼ିଓ : ଏମିତି ପୁଅକୁ ଧିକ ! ମାଆର ଶବ ସତ୍କାର ପାଇଁ ପାଖ ମାଡ଼ିଲାନି ପୁଅ, ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ…

0

ବର୍ତ୍ତମାନ ପରିସ୍ଥିତି ରେ କରନା ଭଳି ମହାମାରି ସମଗ୍ର ବିଶ୍ୱକୁ କବଳିତ କରି ରଖିଛି। ମନୁଷ୍ୟ କେବେବି ଭାବି ନଥିଲେ ଏପରି ସମୟ ଦେଖିବା ପାଇଁ ମିଳିବ, କରନାର ଦ୍ୱିତୀୟ ଲହର ଏତେ ମାରାତ୍ମକ ଯେ ଲୋକେ ପ୍ରତିଦିନ ଏତେ ମରୁଛନ୍ତି, ସମସାନରେ ଜାଗା ମିଳୁନାହିଁ। ପ୍ରଥମ ଲହର ଏତେ ମାରାତ୍ମକ ନଥିଲା, ଲୋକେ ସଂକ୍ରମଣ ହେଉଥିଲେ, କିନ୍ତୁ ମୃତ୍ୟୁ ହାର ବହୁତ କମ ଥିଲା, କିନ୍ତୁ ଦ୍ଵିତୀୟ ଲହର ରେ ସଂକ୍ରମଣ ଶୀର୍ଷ ସ୍ଥାନ ଛୁଆଁଇବା ସହିତ ମୃତ୍ୟୁ ହାର ମଧ୍ୟ ଅଧିକ ରହିଛି। ଅନେକ ସ୍ଥାନରେ ଏଭଳି କିଛି ଅମାନବୀୟ ଦୃଶ୍ୟ ଦେଖିବା ପାଇଁ ମିଳୁଛି, ଦେଖିଲେ ଛାତି ଥରି ଯାଉଛି। ସଂକ୍ରମଣ ହୋଇ ଯିବା ଡରରେ ନିଜ ରକ୍ତ ସମ୍ପର୍କୀୟ ପାଖ ଭିଡୁ ନାହାନ୍ତି।

ତେବେ ଦର୍ଶକ ବନ୍ଧୁ ଆମେ ଆପଣଙ୍କୁ ଏଭଳି କିଛି ଖବର ବିଷୟରେ ଜଣେଇବାକୁ ଯାଉଛୁ। ଆପଣ ମାନେ ଜାଣି ସାରିଲା ପରେ ଆପଣଙ୍କ ମୁଣ୍ଡ ତଳକୁ ହୋଇଯିବ, ଯାହାକି ଜଣେ ପୁଅ କୋଭିଡ-୧୯ ରେ ମରିଥିବା ମାଆଙ୍କ ଶବ ପାଖ ଭିଡି ଲାଣି ଏଭଳି ଖବର ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ;

କରୋନା ମହାମାରି ଦିନକୁ ଦିନ ଭୟଙ୍କାରୀ ହବାରେ ଲାଗିଛି। ଏହି ମହାମାରୀରେ ଅନେକ ଲୋକମାନଙ୍କର ଜୀବନ ମଧ୍ୟ ଚାଲିଗଲାଣି। ରୋଗର ଭୟବାହାତ ଯୋଗୁଁ ନିଜ ଲୋକ ମଧ୍ୟ ପର ସାଜିଛନ୍ତି। ତେଣୁ ଏଭଳି ଘଟଣା ଦେଖିବା ପାଇଁ ମିଳିଛି ଛେଣ୍ଡିପଦା ବ୍ଲକର ବାଗେଡ଼ିଆ ଗ୍ରାମରେ, କନକ ଲତା ସାହୁ ନାମକ ଜଣେ ମହିଳା ବାସ କରୁଥିଲେ ଓ ତାଙ୍କର ବୟସ ୫୬ ବର୍ଷ ହେଇଥାଏ। ସେ କିଛିଦିନ ତଳେ ଥଣ୍ଡା, କାଶ, ଜ୍ଵର, ମୁଣ୍ଡବିନ୍ଧା ଏବଂ ଆଣ୍ଠୁଗଣ୍ଠି ଦରଜ ଆଦିର ଆକ୍ରାନ୍ତ ହୋଇଥିଲେ ।

ଏହି ସବୁ ଲକ୍ଷଣ ମାନ ଦେଖି ସେ କରୋନା ଟେଷ୍ଟ କରାଇଥିଲେ ଏବଂ ରିପୋର୍ଟ ମଧ୍ୟ ପଯେଟିଭି ଆସିଥିଲା। ସେ କରନାରେ ଆକ୍ରାନ୍ତ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା।ସେହି ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ସୁବିଧା ମଧ୍ୟ ମିଳିନଥିଲା। ମୃତ ମହିଳାଙ୍କ ପୁଅ, ପଡୋଶୀ ଏବଂ ଗ୍ରାମବାସୀ ମାନେ ଶବ ସତ୍କାର କରିବା ତୋ ଦୂରର କଥା କେହି ପାଖ ମଧ୍ୟ କେହିମାଡ଼ିଲେ ନାହିଁ।

ମୃତ ମହିଳାଙ୍କ ସାନ ପୁଅ, ସମାଜ ସେବୀ ଚିନ୍ମୟ ଦାସଙ୍କୁ ଯୋଗାଯୋଗ କରିଥିଲେ ଏହି ଖବର ଶୁଣି ଚିନ୍ମୟ ଅନୁଗୁଳ ରୁ ଛେଣ୍ଡିପଦା ଗ୍ରାମକୁ ଆସିଥିଲେ। ଆସି ପହଂଚିବା କ୍ଷଣି ଚିନ୍ମୟ ପିପିଏକୋଟ ପିନ୍ଧି, ମୃତ ମହିଳାଙ୍କ ପୁଅ ସହ ବାଇକରେ ଶବକୁ ଗାଁ ମଶାଣୀକୁ ନେଇଥିଲେ ଏବଂ ହିନ୍ଦୁ ରୀତି ଅନୁଯାଇ ଶବ ସତ୍କାର କରିଥିଲେ। ତେବେ ଏଭଳି ପରିସ୍ଥିତି ରେ ମାନବିକତାର ଘୋର ଅଭାବ ଦେଖା ଦେଉଛି। ବନ୍ଧୁଗଣ ଆମର ଅନୁରୋଧ ଏହିପରି ଜଟିଳ ମୟ ପରିସ୍ଥିତି ରେ ମିଳିମିଶି କାମ କାମ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ