ପୁଣି ଆସିଲା ମୋବାଇଲ ଗ୍ରାହକ ମାନଙ୍କ ପାଇଁ ଖୁସୀ ଖବର ! ଏଣିକି 28 ନୁହଁ ବରଂ 30 ଦିନ ରହିବ ଆପଣଙ୍କ ପ୍ଲାନର ବୈଧତା…. ଜାଣି ରଖନ୍ତୁ ସମ୍ପୂର୍ଣ ପ୍ରକ୍ରିୟା ବିଷୟରେ ….

0

ସାଧାରଣ ଲୋକମାନଙ୍କ ପାଇଁ କିଛି ନା କିଛି ସୁବିଧା ସୁଯୋଗ ବା ଅଫର୍ ଦିଆଯାଏ । ତାହା ସରକାରଙ୍କ ତରଫରୁ ବା କୌଣସି ବଡ ବଡ କମ୍ପାନୀ ମାନଙ୍କ ତରଫରୁ ହେଉନା କାହିଁକି ସର୍ବଦା କିଛି ନା କିଛି ଅଫର ଆସିଥାଏ । ତାହା ଗ୍ରାହକ ମାନଙ୍କୁ ବହୁତ ଖୁସୀ କରାଇଥାଏ , ତେବେ ବର୍ତ୍ତମାନ ମୋବାଇଲ ରିଚାର୍ଜ କୁ ନେଇ ଆଉ ଏକ ଖୁସୀ ଖବର ଆସିଛି । ଏଥିପାଇଁ ସମସ୍ତ ଗ୍ରାହକ ମାନେ ବହୁତ ଖୁସୀ ଥିବାର କୁହାଯାଉଛି । ତେବେ ଆସନ୍ତୁ ଜାଣିବା କଣ ରହିଛି ସେ ଖୁସୀ ଖବର ।

ପୁଣି ଆସିଛି ଗ୍ରାହକ ମାନଙ୍କ ପାଇଁ ଖୁସୀ ଖବର , ଏଣିକି 28 ଦିନ ନୁହେଁ ବରଂ 30 ଦିନ ରହିବ ଆପଣଙ୍କ ପ୍ଲାନର ବୈଧତା । ଟେଲିକମ୍ପ କମ୍ପାନୀକୁ ଏମିତି ନିର୍ଦ୍ଦେଶ ଦେଇଛି ଟେଲିକମ ରେଗୁଲେଟେରି ଅଥରିଟି ଅଫ୍ ଇଣ୍ଡିଆ ଟ୍ରାଇ । ଦେଶରେ କାର୍ଯ୍ୟରତ ଥିବା ସମସ୍ତ ଟେଲିକମ କମ୍ପାନୀ ମାନଙ୍କୁ ଏମିତି ନିର୍ଦ୍ଦେଶ ଦେଇଛି ଟ୍ରାଇ । ଏହି ନିର୍ଦ୍ଦେଶରେ କୁହାଯାଇଛି ଟେଲିକମ ଟ୍ରାଇ 56 ଆମାଣ୍ଡମେନ୍ ଅଡର 2022 ଦମଙ୍ଗ ଟ୍ରାଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଟ୍ରାଇ ଏହି ନିଷ୍ପତ୍ତି ପରେ ଗ୍ରାହକ ମାନେ ସିଧାସଳଖ ଭାବେ ଫାଇଦା ପାଇବେ ।

କାରଣ ଆମ୍ଭେମାନେ ସମସ୍ତେ ଜାଣନ୍ତି ମୋବାଇଲରେ ରିଚାର୍ଜ ପ୍ଲାନ ଗୁଡିକ ସାଧାରଣ ଭାବରେ 28 ଦିନ ହିଁ ରହିଥାଏ । କିନ୍ତୁ କମ୍ପାନୀ ମାନେ କହନ୍ତି ଏହା ସେମାନଙ୍କର ମାସିକ ପ୍ଲାନ । ଅନେକ ଥର ଗ୍ରହକ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି କମ୍ପାନୀ ଏ ନେଇ କର୍ଣ୍ଣପାତ କରି ନଥିଲେ । ହେଲେ ଏବେ ଟ୍ରାଇ ନିର୍ଦ୍ଦେଶ ଦେବା ପରେ ସବୁ ପ୍ଲାନକୁ 28 ଦିନରୁ 30 ଦିନ କରିବାକୁ ବାଧ୍ୟ ହେବେ ଟେଲିକମ କମ୍ପାନୀ । ଟ୍ରାଇ ପକ୍ଷରୁ କୁହାଯାଇଛି 28 ଦିନିଆ ପ୍ଲାନ କାରଣରୁ ଗ୍ରାହକ ମାନେ ବର୍ଷକୁ 12 ନୁହେଁ ବରଂ 13 ଥର ରିଚାର୍ଜ କରୁଥିଲେ । ଯାହାଫଳରେ ସେମାନଙ୍କ ଉପରେ ଆର୍ଥିକ ବୋଝ ପଡୁଥିଲା ।

ତେଣୁ ଏହାକୁ 2 ଦିନ ବଢାଯାଇ 30 ଦିନ କରାଯାଇଛି , ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟ୍ରାଇ ଏହି ନିୟମକୁ କିନ୍ତୁ ଜୋରଦାର ବିରୋଧ କରିଛନ୍ତି ଟେଲିକମ କମ୍ପାନୀ । ସେମାନେ କହିଛନ୍ତି କି 28 ଦିନ , 24 ଦିନ ଓ 54 ଦିନ ପ୍ଲାନ ବଦଳାଇଲେ ସେମାନଙ୍କ ଫିଲିଙ୍ଗ ସାଇକେଲରେ ଅନେକ ଅସୁବିଧା ହେବ । ଏହା ସହ ପ୍ରତ୍ୟେକ ମାସ ଗୋଟିଏ ତାରିଖ ଓ ଗୋଟିଏ ରାଶି ରିଚାର୍ଜ ଅଫର କରିବା ଟେକ୍ନିକାଲି ସମ୍ଭବ ନୁହେଁ । ଏହା କେବଳ ପୋଷ୍ଟପେଟ୍ ଗ୍ରାହକଙ୍କୁ ଯୋଗାଇ ଦିଆଯାଇ ପାରିବ , କିନ୍ତୁ କମ୍ପାନୀ ଗୁଡିକ ଅଭିଯୋଗ ଉପରେ ଟ୍ରାଇ କୌଣସି ପ୍ରତିକ୍ରିୟା ରଖିନାହିଁ । ସେ ଯାହା ବି ହେଉ 28 ଦିନିଆ ପ୍ଲାନ 30 ଦିନ ହେବାର ଖବର ପାଇବା ପରେ ଗ୍ରାହକ ମାନେ ଖୁସୀ ହୋଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।