ଖୁସି ଖବର ! ଏଣିକି ମାତ୍ର ୬୩୪ ଟଙ୍କାରେ ଘରେ ଡେଲିଭରୀ ହେବ LPG ସିଲିଣ୍ଡର, ଜାଣନ୍ତୁ କିପରି

0

ସରକାର ସବୁବେଳେ ଜନ ସାଧାରଣଙ୍କ ଆବଶ୍ୟକତା ଏବଂ ଦେଶର ଅର୍ଥନୀତିକୁ ଦୃଷ୍ଟିରେ ରଖି ବିଭିନ୍ନ ଦରଦାମ ରେ ପରିବର୍ତ୍ତନ ଆଣିଥାନ୍ତି। ଯଦି ଦେଖିବା ବର୍ତ୍ତମାନ ସମୟରେ ପରିବା ଏବଂ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ସବୁ ଠାରୁ ମୁଖ୍ୟ କଥା ହେଉଛି ରୋଷେଇ ଗ୍ୟାସ ଦର ବୃଦ୍ଧି ରେ ଅନେକ ପରିବର୍ତ୍ତନ ଆସିଛି। ଯେଉଁ ଥିରେ ସାଧରଣ ଜନତା ହଇରାଣ ହରକତ ହେଉଛନ୍ତି। କାରଣ ଆବଶ୍ୟକତା ଠାରୁ ଯଦି ଅଧିକ ହୋଇ ଯାଉଛି। ତେବେ ଏହା ଚିନ୍ତାର ବିଷୟ ପାଲଟିଛି। ତେବେ ସମସ୍ତ ଗ୍ୟାସ ଉପଭୋକ୍ତା ମାନଙ୍କ ପାଇଁ ଖୁସି ଖବର। ମାତ୍ର ୬୩୩.୫୦ ଟଙ୍କା ଦେଇ ସିଲିଣ୍ଡର ମିଳିବ ବିଶ୍ୱାସ ନ ହେଉଥିଲେ କଥାଟି ପୁରା ପୁରି ସତ୍ୟ ଅଟେ। ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ବର୍ତ୍ତମାନ ସମୟରେ ଗ୍ୟାସ ରେ ଦର କମ ହୋଇନାହିଁ। ତେବେ ଏସବୁ ବ୍ୟତିରେକ ଆପଣ ମାନେ  ତଥାପି ଆପଣ ୬୩୩.୫୦ ଟଙ୍କାରେ LPG ଗ୍ୟାସ ସିଲିଣ୍ଡର କିଣି ପାରିବେ । ଆସନ୍ତୁ ଜାଣିବା କିପରି…

କମ୍ପୋଜିଟ୍ LPG ସିଲିଣ୍ଡର ଯାହାକି ୧୪.୨ କିଲୋଗ୍ରାମ ଲୁହା ସିଲିଣ୍ଡର ଠାରୁ ବହୁତ ହାଲୁକା ଅଟେ। ଏଥିରେ ଗ୍ୟାସ ଦୃଶ୍ୟମାନ ହୋଇଥାଏ। ବର୍ତ୍ତମାନ ସମୟରେ ଦିଲ୍ଲୀରେ ୧୪.୨ ଗ୍ୟାସ ସିଲିଣ୍ଡର ୮୯୯.୫୦ ଟଙ୍କାରେ ଉପଲବ୍ଧ ହୋଇଥିବା ବେଳେ ବର୍ତ୍ତମାନ କମ୍ପୋଜିଟ୍ LPG ସିଲିଣ୍ଡର ମାତ୍ର ୬୩୩.୫୦ ଟଙ୍କାରେ ମିଳିଛି। ତେବେ ଏହି କମ୍ପୋଜିଟ୍ LPG ସିଲିଣ୍ଡର ବିଶେଷତା ଯଦି ଦେଖିବା। LPG ଲୁହା ସିଲିଣ୍ଡର ଖାଲି ରେ ତାର ଓଜନ ପଖାପାଖି ୧୭ କିଲୋଗ୍ରାମ ରହିଥାଏ। ଆଉ ଯେତେବେଳେ ଗ୍ୟାସ ଭର୍ତ୍ତି କରାଯାଉଛି ସେତେବେଳେ ତାର ଓଜନ ପାଖା ପାଖି ୩୦/୩୨ କିଲୋଗ୍ରାମ ହୋଇଯାଉଛି।

କମ୍ପୋଜିଟ୍ LPG ସିଲିଣ୍ଡର ମଧ୍ୟରେ କେବଳ ୧୦ କିଲୋଗ୍ରାମ ମଧ୍ୟରେ ଭର୍ତ୍ତି କରିହେବ। ତାହା ତୁଳନାରେ ଏହା ବହୁତ ହାଲୁକା ଅଟେ। ତେବେ କମ୍ପୋଜିଟ୍ LPG ସିଲିଣ୍ଡର ଫାଇବର ଯୁକ୍ତ ଗ୍ୟାସ୍ IOC ଦ୍ୱାରା ଜାରି କରାଯାଇଥାଏ। ତେବେ ଏହା ଅତ୍ୟନ୍ତ ସୁବିଧା ଏବଂ କଳଙ୍କ ରୋଧକ ହୋଇଥାଏ। ଏହା କେବେଳ ଆପଣ ମାନେ ୫/୧୦ କିଲୋଗ୍ରାମ ମଧ୍ୟରେ ଭର୍ତ୍ତି କରିପାରିବେ। ତେବେ ଏହାର କନେକସସନ ନେବା ପୂର୍ବରୁ ଆପଣଙ୍କୁ କିଛି ସିକୁରିଟି ରାଶି ଦେବା ପାଇଁ ପଡ଼ିବ। ଯଦି ଆପଣ ୫ କିଲୋଗ୍ରାମର ଗ୍ୟାସ ନେବା ପାଇଁ ଚାଂହୁଛନ୍ତି।

ତେବେ ୨୧୫୦ ଟଙ୍କାର ସିକୁରିଟି ରାଶି ଦେବାକୁ ପଡ଼ିବ। ୧୦ କିଲୋଗ୍ରାମ ଗ୍ୟାସ ନେବା ପାଇଁ ହେଲେ ଆପଣଙ୍କୁ ୩୩୫୦ ଟଙ୍କାର ସିକ୍ୟୁରିଟି ଭାବରେ ଜମା କରିବାକୁ ପଡିବ। ତେବେ ଏହା ୨୮ ଟି ସହର ମଧ୍ୟରେ ଉପଲବ୍ଧ ରହିଛି। ସେଥିମଧ୍ୟରୁ ଦିଲ୍ଲୀ, ଅହମ୍ମଦାବାଦ ବାରାଣାସୀ, ପ୍ରୟାଗରାଜ, ଫରିଦାବାଦ, ଗୁରୁଗ୍ରାମ, ଜୟପୁର, ହାଇଦ୍ରାବାଦ, ଜଲନ୍ଦର,ରାଞ୍ଚି ଜାମସେଦପୁର, ପାଟନା, ମୈସୁର, ଲୁଧିଆନା, ରାୟପୁର, ଅନ୍ୟ ସହର ମାନଙ୍କରେ ଏହାର କାମ ଚାଲିଛି। ତେବେ ଏହା ଅତ୍ୟନ୍ତ ସହଜ ଏବଂ ଦାମ ମଧ୍ୟ ବହୁତ କମ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।