ଏତେ ଦିନ ପରେ ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା ର ହେଲା ଅନ୍ତିମ ଖୁଲାସା ! ପୁଣି ଘାଣ୍ଟି ହୋଇଗଲେ ତହସିଲଦାର…ଦେଖନ୍ତୁ ଭିଡ଼ିଓ

0

ଏସିଏଫ୍ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣାକୁ ନେଇ ଅନେକ ରୋଚକ ମୋଡ ସାମ୍ନାକୁ ଆସୁଛି। ତେବେ ଏହି ବନ ଅଧିକାରୀ ଙ୍କ ମୃତ୍ୟୁ କୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ତଥାପି ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ପାରିନି। ଆଉ ଏବେ ଏହାର ତଦନ୍ତଭାର କ୍ରାଇମବ୍ରାଞ୍ଚ୍ ହାତକୁ ଦିଆ ଯାଇଛି। ତେବେ ଏସିଏଫ ସୌମ୍ୟଙ୍କ ମୃତ୍ୟୁର ସତ ସାମ୍ନାକୁ ଆସି ପାରିନଥିବା ବେଳେ ଗୋଟେ ପରେ ଗୋଟେ ନୂଆ ମୋଡ ରହସ୍ୟକୁ ଆହୁରି ରୋଚକ କରି ଦେଉଛି। ଆଉ କ୍ରାଇମବ୍ରାଞ୍ଚ୍ ବି ସତକୁ ସାମ୍ନାକୁ ଆଣିବାକୁ ମାମଲାକୁ ଘାଣ୍ଟିବାରେ ଲାଗିଛି। ସେଥିପାଇଁ ପର୍ଯ୍ୟାୟକ୍ରମେ ଜଣଙ୍କ ପରେ ଜଣଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ୍।

ସେହି କ୍ରମରେ ଏହି ମାମଲା ରେ ବୁଧବାର ଦିନ ହୋଇଥିଲା ତହସିଲଦାର ଙ୍କୁ ଜେରା। ପାରଳାଖେମୁଣ୍ଡିର ତହସିଲଦାର ଅଚ୍ୟୁତାନନ୍ଦ ଜାନି ଙ୍କୁ ବୁଧବାର ଦିନ ଜେରା କରିଛି କ୍ରାଇମବ୍ରାଞ୍ଚ୍। କେଉଁ ଅବସ୍ଥାରେ ସୌମ୍ୟ ଜମାନବନ୍ଦି ଦେଇଥିଲେ ଏବଂ ଏଥିପାଇଁ କିଏ ଦେଇଥିଲା ନିର୍ଦ୍ଦେଶ ଆଉ ସେତେବେଳେ ଭିଡିଓ ରେକର୍ଡ଼ ହୋଇଥଲା ନା ନାହିଁ? ଏହିଭଳି ଅନେକ ପ୍ରଶ୍ନ କ୍ରାଇମବ୍ରାଞ୍ଚ୍ ପଚାରିଚି ତହସିଲଦାର ଙ୍କୁ।ଆପଣ ଜାଣିଛନ୍ତି ସୌମ୍ୟ ଙ୍କ ଦେହରେ ନିଆଁ ଲାଗିବା ରାତିରେ ସେଦିନ ଚିକିତ୍ସାଳୟ ରେ ତହସିଲଦାର ସୌମ୍ୟଙ୍କ ମୃତ୍ୟୁ କାଳୀନ ଜମାନବନ୍ଦୀ ନେଇଥିଲେ। ତେବେ ସେଦିନ କେଉଁ ଅବସ୍ଥାରେ ତହସିଲଦାର ସୌମ୍ୟଙ୍କ ଜମାନବନ୍ଦୀ ନେଇଥିଲେ।

ଏହିପରି ଭାବରେ ଅନେକ ପ୍ରଶ୍ନ ତହସିଲଦାର ଙ୍କୁ କରାଯାଇଛି। ତେବେ ପାରଳାଖେମୁଣ୍ଡି ର ତହସିଲଦାର ଏ ନେଇ ମୁହଁ ଖୋଲି ନାହାଁନ୍ତି କି କିଛି କହି ନାହାଁନ୍ତି ଯେ ତାଙ୍କୁ କଣ କଣ ପ୍ରଶ୍ନ କରା ଯାଇଥିଲା। କ୍ରାଇମବ୍ରାଞ୍ଚ୍ ଅଧିକାରୀ ଏହାକୁ ନେଇ କିନ୍ତୁ କହିଛନ୍ତି ଯେ ଏହି ମାମଲା ରେ ସମସ୍ତଙ୍କୁ ଜେରା କରା ଯାଇଛି ଏବଂ ଦରକାର୍ ପଡ଼ିଲେ ଏହି ମାମଲାର ତଦନ୍ତ କରୁଥିବା ପୂର୍ବ ପାରଳାଖମୁଣ୍ଡିର ଥାନା ଅଧିକାରୀ ଙ୍କୁ ମଧ୍ୟ ଜେରା କରାଯିବ। କ୍ରାଇମବ୍ରାଞ୍ଚ୍ ଅଧିକାରୀ କହିଛନ୍ତି ଯେ ତାଙ୍କୁ ଅନେକ ବିଷୟରେ ପଚାରାଯାଇଛି ଏବଂ ସେ ତାଙ୍କର ବୟାନ ଦେଇଛନ୍ତି।ସୌମ୍ୟଙ୍କ ମୃତ୍ୟୁ କାଳୀନ ଜମାନବନ୍ଦୀ ବିଷୟରେ ତାଙ୍କୁ ପଚରାଯାଇ ଏ ବିଷୟରେ ତାଙ୍କର ବୟାନ ନିଆ ଯାଇଛି।

ତାଙ୍କର ରେକର୍ଡ଼ କୁ ଭେରିଫାଇ କରିବା ପରେ ଯାଇ ତଥ୍ଯ ଦିଆଯିବ ବୋଲି ସେ କହିଛନ୍ତି। ତେବେ ସୌମ୍ୟ ଙ୍କ ମୃତ୍ୟୁ ମାମଲାରେ ଏହାର ରହସ୍ୟ ପଦାକୁ ଆଣିବା ପାଇଁ କ୍ରାଇମବ୍ରାଞ୍ଚ୍ ଏହି ଘଟଣାକୁ ଘାଣ୍ଟି ବାରେ ଲାଗିଛି।ଏହି ସମୟରେ ନୂଆ ନୂଆ ରହସ୍ୟ, ନୂଆ ନୂଆ ଚିତ୍ର ସାମ୍ନାକୁ ଆସୁଥିବା ବେଳେ ଏହି ମାମଲା ରେ କେବେ ବିଦ୍ୟା ଭାରତୀ ଏବଂ ଡି ଏଫ୍ ଓ ଙ୍କୁ ଜେରା କରାଯିବ ତାହାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସାଧାରଣରେ ଆଲୋଚନା ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।