ଏଥର ଜଣେ ନୁହେଁ ଦୁଇ ଜଣ ବୋହୂ ଶ୍ବଶୁର ଘର ଆଗରେ ଦେଇଛନ୍ତି ଧାରଣା , ଗୋଟିଏ ଜିଦ୍ ଆମେ ଶ୍ବଶୁର ଘରେ ରହିବୁ… ଦେଖନ୍ତୁ Video

ଆମ ହିନ୍ଦୁ ସମାଜରେ ସ୍ଵାମୀ-ସ୍ତ୍ରୀର ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ। ବିବାହ ସମୟରେ ସାତ ଜନ୍ମକୁ ସାଥି ହୋଇ ରହିବା ପାଇଁ ଉଭୟ ସ୍ୱାମୀ ସ୍ତ୍ରୀ ଅଗ୍ନିକୁ ସାକ୍ଷୀ ରଖି ପ୍ରତିଜ୍ଞା କରିଥାନ୍ତି। ଗୋଟିଏ ଝିଅ ଯେତେବେଳେ ତା ନିଜର ବାପା ମାଆକୁ ଛାଡି ଶାଶୂ ଘରକୁ ଆସିଥାନ୍ତି, ସେ ହିଁ ନିଜର ସବୁକିଛି ନିଜ ସ୍ୱାମୀକୁ ଭାବି ନେଇଥାନ୍ତି। କିନ୍ତୁ ସମାଜରେ ଏପରି କିଛି ସ୍ୱାମୀ ଅଛନ୍ତି, ଯେଉଁମାନେ ନିଜ ସ୍ତ୍ରୀକୁ ଖେଳନା ଭାବି ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଥାନ୍ତି। କେବଳ ଯେ ସ୍ୱାମୀ ଅତ୍ୟାଚାର କରୁଛନ୍ତି ତାହା ନୁହେଁ ବରଂ ଶାଶୂ ମଧ୍ୟ ଅନେକ ନିର୍ଯାତନା ଦେଉଛନ୍ତି। ବନ୍ଧୁଗଣ ଆପଣ ଶାଶୂ ବୋହୁ ଝଗଡ଼ା ଅନେକ ଦେଖିବେ। ବର୍ତ୍ତମାନ ସମୟରେ କିଛି ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ୨ ବୋହୁ ନ୍ୟାୟ ପାଇଁ ଘର ଆଗରେ ବସିଛନ୍ତି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ।

କିଛି ମାସ ପୂର୍ବେ ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ ଯେ ତପସ୍ୱିନୀ ନିଜ ଶ୍ୱଶୁର ଘରକୁ ଯିବା ପାଇଁ ୪୦ ଦିନ ତାଙ୍କ ଘର ସାମ୍ନାରେ ବସିଥିଲେ ଏବଂ ତା’ପରେ ସୁପ୍ରିମକୋର୍ଟ ତାଙ୍କୁ ଘରେ ପ୍ରବେଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଅନେକ ତପସ୍ୱିନୀ ଭଳି ମହିଳା ମୁହଁ ଖୋଲି ସାହସର ସହିତ ଆଗକୁ ବାହାରି ଆସିଲେ ନ୍ୟାୟ ପାଇବା ପାଇଁ, ତେବେ ବର୍ତ୍ତମାନ ସମୟରେ ଜଣେ ବୋହୁ ନୁହେଁ ବରଂ ଦୁଇ ଜଣ ବୋହୁ ନିଜ ଶ୍ୱଶୁର ଘର ଆଗରେ ନ୍ୟାୟ ଦାବିରେ ବସି ରହିଛନ୍ତି। ତାଙ୍କର ଶାଶୂ ଘରୁ ବାହାର କରିଦେଇଛନ୍ତି ବୋଲି ଉଭୟ ଅଭିଯୋଗ ଆଣିଛନ୍ତି।

ସେମାନେ ବାପା ଘରେ ଥିଲେ ଆସିବାର ପରେ ତାଙ୍କ ଶାଶୂ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଥିଲେ। ଏପରିକି ଛୋଟ ପୁଅ ଟେ ମାଛ ଖାଇଗଲା ବୋଲି ତାଙ୍କୁ ରାତି ସାରା ବାଡେଇଛନ୍ତି। ତାଙ୍କ ଶାଶୂ ବର୍ତ୍ତମାନ ତାଙ୍କୁ ଘରେ ପଶିବା ପାଇଁ ଦେଉନାହାନ୍ତି। ତାଙ୍କ ସ୍ୱାମୀ ମଧ୍ୟ କିଛି କହି ପାରୁ ନାହାନ୍ତି। କାହାକୁ କହିବେ ଏପଟେ ସ୍ୱାମୀ ଏପଟେ ସ୍ତ୍ରୀ ଉଭୟ ଜୀବରେ ଭଲ ପାଇବା ରହିଛି। ସେମାନେ ମଧ୍ୟ ସବୁକିଛି ଚୁପ ହୋଇ ରହିଛନ୍ତି। ତାଙ୍କର କହିବା କଥା ଯେ ସେମାନେ ଘର ଭିତରକୁ ଯିବେ।

ତେବେ ଯେଉଁ ବୋହୁ ଦୁଇଜଣ ଘର ଆଗରେ ବସିଛନ୍ତି। ସେମାନେ ଉଭୟ ଦୁଇ ଭଉଣୀ ବର୍ତ୍ତମାନ ସମୟରେ ଉଭୟ ଦୁଇ ଜାଆ। ସେମାନଙ୍କୁ ଅନେକ ସମୟରେ ମଧ୍ୟ ମାଡ଼ ମାରନ୍ତି। ଯାହାକି ଆପଣ ମାନେ ପୂର୍ବରୁ ଅନେକ ଥର ଏଭଳି ସମ୍ପର୍କିତ ଘଟଣା ଦେଖିଥିବେ। ତେବେ ଏଠାରେ ସ୍ବଭାବିକ ଭାବରେ ପ୍ରଶ୍ନ ଉଠୁଛି ଏଭଳି କେତେ ଦିନ ଯାଏ ଚାଲିବ। ଯାହାବି ହେଉ ଆମର ମଧ୍ୟ ପ୍ରଶାସନ ନିକଟରେ ପ୍ରାଥନା ତଦନ୍ତ କରି ଖୁବ ଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment