ଏଠାରେ ମା” ଶୁଣନ୍ତି ଭକ୍ତଙ୍କ ଗୁହାରି ଏବଂ ଭକ୍ତଙ୍କ ଗୁହାରୀ ପୂରଣ କରିଥାନ୍ତି ! ଜାଣନ୍ତୁ ଏହି ପୀଠ ପଛରେ ରହିଥିବା ରହସ୍ୟ ! ମନରେ ଭକ୍ତିଥିଲେ ପୋଷ୍ଟି ନିଶ୍ଚିତ ପଢନ୍ତୁ

0

ସଂସ୍କୃତି ତଥା ଆଧ୍ୟାତ୍ମିକତା ର ଦେଶ ହେଉଛି ଭାରତ । ଆମ ଦେଶର ପ୍ରତ୍ୟେକ ନାଗରୀକ ମାନେ ଧାର୍ମିକ କାର୍ଯ୍ୟ କ୍ରମରେ ସବୁବେଳେ ମଜ୍ଜିତ ରହିଥାନ୍ତି । ପ୍ରତେକ ଲୋକ ଭଗବାନ ଙ୍କୁ ପୂଜା କରନ୍ତି , ଭକ୍ତି କରନ୍ତି।ତେବେ ଭାରତ ରେ ବିଭିନ୍ନ ସ୍ଥାନ ମାନଙ୍କ ରେ ବିଭିନ୍ନ ମନ୍ଦିର ମାନ ରହିଛି ଯେଉଁ ମନ୍ଦିର ରେ ଭଗବାନ କୁ ପୂଜା କରାଯାଏ । ଏମିତି ଅନେକ ମନ୍ଦିର ରହିଛି ଯେଉଁ ମନ୍ଦିର ଖୁବ୍ ରହସ୍ୟମୟ ଅଟେ ଓ ଏହି ମନ୍ଦିର ବିଷୟ ରେ ଅନେକ ତଥ୍ୟ ପୁରାଣ ମାନଙ୍କ ରେ ବର୍ଣ୍ଣିତ ରହିଛି।ତେବେ ହିନ୍ଦୁ ଧର୍ମ ରେ ପୂଜା ପାଠ ର ଖୁବ୍ ମର୍ଯ୍ୟାଦା ରହି ଅଛି । ଦେବୀ ଦେବତା ଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା ପାଠ ଆଦି କରା ଜାଏ।

ତେବେ ଶାସ୍ତ୍ର ପୁରାଣରେ ମନ୍ଦିର କୁ ଏକ ପବିତ୍ର ଏବଂ ପୁଣ୍ୟ ସ୍ଥାନ ବୋଲି ବର୍ଣ୍ଣିତ କରା ଯାଇଛି।କାରଣ ମନ୍ଦିର ହେଉଛି ଦେବତା ମାନଙ୍କ ବାସ ସ୍ଥାନ।ତେଣୁ କୁହାଯାଏ ଯେ ମନ୍ଦିର ଗଲେ ଆମର ସମସ୍ତ ପାପ କ୍ଷୟ ହୋଇଥାଏ।ମନ୍ଦିର ଯାଇ ଭଗବାନ ଙ୍କ ଦର୍ଶନ କଲେ ଆମର ସମସ୍ତ ବିପଦ ଦୂର ହୋଇଥାଏ ତେବେ ଆଜି ଆମେ ଆପଣଙ୍କୁ ଏକ ଏମିତି ମନ୍ଦିର ବିଷୟ ରେ କହିବାକୁ ଯାଉଛୁ ଯେଉଁ ମନ୍ଦିର ରେ ଭଗବାନ ପ୍ରତ୍ୟେକ୍ଷ ଭାବେ ନିଜ ଭକ୍ତ ମାନଙ୍କୁ ଆଶୀର୍ବାଦ ଦେଇ ଥାଆନ୍ତି। ତେବେ କେଉଁ ଭଗବାନ ଙ୍କ ର ଏହି ମନ୍ଦିର ଆଉ ଏହି ମନ୍ଦିର କେଉଁଠି ଉପସ୍ଥିତ ଆସନ୍ତୁ ଜାଣିବା ;

ତେବେ ଏହି ପବିତ୍ର ମନ୍ଦିର ଉତ୍ତରାଖଣ୍ଡ ରେ ଅବସ୍ଥିତ । ଆଉ ଏହା ହେଉଛି ମା ଭଦ୍ରକାଳୀ ଙ୍କ ମନ୍ଦିର । ମା ଙ୍କ ର ଏହି ମନ୍ଦିର ଟି ଯେତେ ଦେଖିବାକୁ ମନୋରମ ସେତିକି ଅଲୌକିକ ମଧ୍ୟ । ଏହି ମନ୍ଦିର ବିଷୟ ରେ ପୁରାଣ ରେ ମଧ୍ୟ ବର୍ଣ୍ଣନା କରାଯାଇଛି। ପୁରାଣ ଶାସ୍ତ୍ର ଅନୁସାରେ ଏହି ମନ୍ଦିର କୁ ସାନ୍ଦ୍ୟଲ ଋଷିଙ୍କ କନ୍ୟା ନିଜର ସଖୀ ମାନଙ୍କ ସହି ମିଶି ଏହି ସ୍ଥାନ ଖୋଜିଥିଲେ।

୨୦୦ ମିଟର ଭୂଖଣ୍ଡ ଉପରେ ବିରାଜମାନ ହୋଇଥିବା ଏହି ମନ୍ଦିର ର ଏକ ସୁନ୍ଦର୍ ନଦୀ ବହି ଯାଇଛି । ଆଉ ସେଠାରେ ଥିବା ଗୁମ୍ଫା ରେ ଶିବଲିଙ୍ଗ ,ମାତାଭଦ୍ରକାଳୀ ,ସ୍ବରସତୀ ଲକ୍ଷ୍ମୀ ଏବଂ ମହାକାଳୀଙ୍କ ମୂର୍ତ୍ତି ଆଦି ରହିଛି । ଆନୁମାନିକ ଏହି ମନ୍ଦିର ଟି ୨୦୦୦ ବର୍ଷ ପୁରୁଣା ଅଟେ । କୁହାଯାଏ ଯେ ଇଂରେଜ ମାନେ ମଧ୍ୟ ଏହି ମନ୍ଦିର କୁ ଏକ ଧାର୍ମିକ ସ୍ଥଳ ବୋଲି ଘୋଷଣା କରିଥିଲେ ଓ ଆଜି ଯାଏ ବି ଏହି ମନ୍ଦିର ଟି କରମୁକ୍ତ ଅଟେ ।

ତେବେ ଶାସ୍ତ୍ର ଅନୁସାରେ ମା ଭଦ୍ରକାଳୀ ଏହି ମନ୍ଦିର ରେ ବହୁତ୍ ଯାଏଁ ତପସ୍ୟା କରିଥିଲେ ଓ ସେ ତପସ୍ୟା କରୁଥିବା ସମୟ ରେ ଏକ ବନ୍ୟା ମାଡ଼ି ଆସିଥିଲା ଓ ମା ନିଜ ପାଦ ତଳ ର ଏକ ପଥର ଫିଙ୍ଗି ବନ୍ୟା କୁ ଅଟକାଇ ଥିଲେ।ତେବେ ସେବେଠାରୁ ହିଁ ଏହି ନଦୀ ଟି ମା ଙ୍କ ପାଦ ତଳ ଦେଇ ବହି ଚାଲିଛି । ଚୈତ୍ର ମାସ ଅଷ୍ଟମୀ ତିଥିରେ ଏହି ମନ୍ଦିର ରେ ଏକ ମେଳା ଅନୁଷ୍ଠିତ ହୁଏ ।

ଅନେକ ଭକ୍ତ ମାନେ ଏଠାରେ ଆସି ଏହି ପବିତ୍ର ନଦୀ ରେ ସ୍ନାନ କରନ୍ତି ଯାହା ଫଳରେ ସବୁ ମନସ୍କାମନା ପୂର୍ଣ୍ଣ ହେଉଥାଏ ବୋଲି କୁହନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।