ଅନେକ ସରକାରୀ କାର୍ଯ୍ୟକ୍ରମ ର ତାଲିକା ଅନେକ ସମୟରେ ପ୍ରକାଶ ପାଉଛି। ମାଳ ମାଳ ଯୋଜନା ମଧ୍ୟ କାର୍ଯ୍ୟକାରୀ କରିବା ପାଇଁ ଘୋଷଣା କରା ଯାଉଛି। କିନ୍ତୁ ଏସବୁ କେତେ ମାତ୍ରାରେ କାର୍ଯ୍ୟକାରୀ ହେଉଛି ତାହା ଦେଖିବା କଥା। କାରଣ କେବଳ ଯୋଜନା କରିଦେଲେ ହେବନାହିଁ ସେସବୁ କାର୍ଯ୍ୟକାରୀ ହେଉଛି ନା ନାହିଁ ତାର ତଦାରଖ କରିବା କଥା। ଅନେକ ସମୟରେ ସରକାରୀ ଯୋଜନା ର ବାସ୍ତବ ନଗ୍ନ ରୂପ ଆପଣ ଦେଖିବାକୁ ପାଉଥିବେ। ସେଥିପାଇଁ ଅନେକ ଏହା ବି କହିବାକୁ ଲାଗିଲେଣି ଯେ ଯୋଜନା ମାଳ ମାଳ କିନ୍ତୁ କାମ ଦୁର୍ବଳ। ପୁଣି ଆଉ କିଏ କହୁଛି ବାହାର ଚିକ୍କଣ ଭିତର ଫମ୍ପା।
ଆମେ ଏକଥା କାହିଁକି କହୁଛୁ ତାର କାରଣ ରହିଛି। ଏବେ ଏକ ଘଟଣାର ଭିଡିଓ ସାମ୍ନାକୁ ଆସିଚି, ଯେଉଁଥିରେ ଦେଖିବାକୁ ମିଳିଛି ଯେ କିପରି ଭାବରେ ସରକାରୀ କାର୍ଯ୍ୟକ୍ରମ ର ଯୋଜନା ଫେଲ୍ ମାରିଛି। ଆପଣ ଅନେକ ସମୟରେ ଦେଖୁଥିବେ କିପରି ଭାବରେ ବଡ ବଡ ଚଇନ ଚିକ୍କଣ ହସ୍ପିଟାଲ୍ କୋଠା ସବୁ ଗଢି ଉଠୁଛି। ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେଉଛନ୍ତି ବୋଲି ସରକାର୍ ଡିଡିମ୍ବ ପିଟୁଛନ୍ତି କିନ୍ତୁ ଏହାର, ଏହି ଚିକ୍କଣ କୋଠା ଭିତରର ଦୃଶ୍ୟ ବାସ୍ତବରେ କଣ ତାହା ସେଠାକୁ ଯାଉଥିବା ଲୋକେ ହିଁ ଜାଣିଛନ୍ତି। ଏଠାରେ ଏବେ ସେହିପରି ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି।
ଜଣେ ରୋଗୀ କିପରି ଚିକିତ୍ସା ପାଇଁ, ସ୍ବାସ୍ଥ୍ୟ ସେବା ପାଇବା ପାଇଁ ଆସି ଏଠାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସେ ବିଷୟରେ ସେ କହିଛନ୍ତି।ସେ ରହିଥିବା ରୁମ୍ ରେ ଫେନ ନାହିଁ। ତାଙ୍କ ସ୍ଵାମୀ ଗୁରୁତର ଅଛନ୍ତି ବୋଲି ତାଙ୍କୁ ସେହି ହସ୍ପିଟାଲ୍ କୁ ଅଣା ଯାଇଥିଲା କିନ୍ତୁ ସେ ସେଠାରେ ଅମ୍ଳଜାନ ସିଲିଣ୍ଡର୍ ପାଇଛନ୍ତି ସତ କିନ୍ତୁ ରୁମ୍ ଭିତର ର ପରିବେଶ ତାଙ୍କୁ ଅଣ ବିଶ୍ବାସୀ ଯେମିତି କରି ଦେଉଛି।ସେ ଏ ବିଷୟରେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି କିପରି ଅବସ୍ଥାରେ ତାଂକୁ ସେଠାରେ ରହିବାକୁ ପଡ଼ିଛି। ଅଧିକାଂଶ ସମୟରେ ବିଦ୍ୟୁତ୍ ବିତରଣ ସେଠାରେ ହେଉନାହିଁ।
ବିନା କରେଣ୍ଟ ରେ ରହିବାକୁ ପଡ଼ୁଛି ଏବଂ ବେଳେବେଳେ କରେଣ୍ଟ ଥାଇ, ବିଦ୍ୟୁତ୍ ଯୋଗାଣ ଥାଇ ବି ରୁମ୍ ରେ ଲାଗିଥିବା ଫ୍ୟାନ ବୁଲୁନାହିଁ। ସେହି ରୁମ୍ ରେ ମହିଳା ଜଣଙ୍କ ରହି ନିଜେ ଅସ୍ତ ବ୍ୟସ୍ତ ହୋଇ ପଡିଛନ୍ତି ଗରମ ସହ୍ୟ ନକରି ପାରି, ଆଉ ସେହିଭଳି ସ୍ଥିତି ରେ ଜଣେ ରୋଗୀ ପାଇଁ ଏହା କେତେ ମୁସ୍କିଲ ହେବ ତାହା ଥରେ ଆପଣ ଭାବନ୍ତୁ। ଏଥିପାଇଁ ସେ ସରକାରଙ୍କୁ ନିବେଦନ କରିଛନ୍ତି ଯେ ବିଦ୍ୟୁତ୍ ଯୋଗାଣ ଠିକ୍ ଭାବରେ ରହି ପାରିଲେ ରୋଗୀଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଟିକେ ଭଲ ରୁହନ୍ତା। ତେବେ ଏହା କେଉଁ ହସ୍ପିଟାଲ୍ ର ତାହା ଜଣା ପଡିନାହିଁ କିନ୍ତୁ ଏ ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।