Exclusive Vidual – ନାଟୋ ର ସମର ଶଯ୍ୟା….ଯୁଦ୍ଧ ବିଭୀଷିକାର ଲୋମ ଟାଙ୍କୁରା ଦୃଶ୍ୟ… ଦେଖନ୍ତୁ ଭିଡ଼ିଓ

0

ଏମିତି ସଂଘର୍ଷ ସବୁ ବେଳେ ଆଉ ସବୁ ଜାଗାରେ ରହିଛି ଏମିତି ନିଜ ଘର ଘର ମଧ୍ୟରେ ,ଜିଲ୍ଲା ଜିଲ୍ଲା ଭିତରେ ଏବଂ ଏହି ପରି ଦେଶ ଦେଶ ଭିତରେ ସୀମାକୁ ନେଇ ବିବାଦ ଲାଗି ରହିଛି। ଆଉ ଏହାରି ଭିତରେ ୟୁକ୍ରେନ ଓ ରୁଷ ମଧ୍ୟରେ ଧମାଧମ ଯୁଦ୍ଧ ଚାଲିଛି। ୟୁକ୍ରେନ ଏବେ ଏକା ଲଢେଇ କରି ଥିବା ବେଳେ ଆଉ କୌଣସି ଶକ୍ତିଶାଳୀ ଦେଶ ଏଥିରେ ହସ୍ତକ୍ଷେପ କରି ନାହାନ୍ତି ହେଲେ ଏବେ ସୂଚନା ମିଳିଛି ଯେ NATO ଏଥିରେ ପ୍ରବେଶ କରିପାରେ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେ ବିଷୟରେ।

ଏହି ସମୟରେ ଯଦି ଆମେ ସୋସିଆଲ ମିଡ଼ିଆରେ ଦେଖିବା ପ୍ରଥମେ ଖବର ରୁଷ ଓ ୟୁକ୍ରେନ ଯୁଦ୍ଧର ଭୟାବହ ବିଷୟରେ। ଏହି ସମୟରେ ଦୁଇ ଶକ୍ତିଶାଳୀ ଦେଶ ଯୁଦ୍ଧ ବିଷମ ରୂପ ନେଇ ସାରିଲାଣି। ଆଉ ଏହାରି ଭିତରେ ରୁଷ ବାର ବାର ମିସାଇଲ ଆକ୍ରମଣ ମଧ୍ୟ କରୁଛି ଯାହା ଦ୍ୱାରା ୟୁକ୍ରେନ ର ବିଭିନ୍ନ ସ୍ଥାନ ମଧ୍ୟ କ୍ଷୟକ୍ଷତି ହେବା ସହିତ ସୈନ୍ୟ ଓ ସାଧାରଣ ଲୋକଙ୍କ ମଧ୍ୟ ମୃତ୍ୟୁ ବରଣ ହୋଇଛି ଏବଂ ଅନ୍ୟପଟେ ଦେଖିଲେ ୟୁକ୍ରେନ ମଧ୍ୟ ତାର ଶକ୍ତି ଦେଖାଇଛି ଯାହା ଦ୍ୱାରା ରୁଷର ଅଧିକ କ୍ଷୟ କ୍ଷତି ହୋଇଛି ବୋଲି ଦେଶ ଦାବି କରୁଛି।

ଏହି ଯୁଦ୍ଧ ର ଗତି ବହୁତ ଜୋରରେ ଚାଲୁ ଥିବା ବେଳେ ସାରା ବିଶ୍ୱବାସୀ ଏହାକୁ ଚୁପଚାପ ଦେଖୁଛନ୍ତି ଯାହାକୁ ନେଇ ୟୁକ୍ରେନ ସରକାର ବିଭିନ୍ନ ସମୟରେ ଅଭିଯୋଗ ଆଣିଛନ୍ତି। ଆଉ କହୁଛନ୍ତି ଯେ ଏତେ ବଡ ବଡ ଶକ୍ତିଶାଳୀ ଦେଶ ରହିକି କେହି ବି ସହଯୋଗର ହାତ ବଢ଼ାଇ ନାହାଁନ୍ତି ଏବଂ ମୁଁ ଏକା ହିଁ ଲଢେଇ କରିବି। ୟୁକ୍ରେନ ସରକାର ମଧ୍ୟ NATO ବିରୋଧରେ ଅଭିଯୋଗ ଏବେ ଆଣିଛି ହେଲେ ପରବର୍ତ୍ତୀ ସମୟରେ ସୂଚନା ମିଳୁଛି ଯେ NATO ଦେଶ ମାନେ ଯୁଦ୍ଧ ପାଇଁ ସମର ସଜ୍ଜା କରୁଛନ୍ତି।

ଯୁଦ୍ଧ ଏହିଭଳି ମୋଡ଼ ନେଲାଣି ଯେ ଏବେ ସେଠାକାର ଲୋକ ଆଉ ରହିବା ପାଇଁ ଡରୁଛନ୍ତି ଏବଂ ଅନ୍ୟତ୍ର ପଳେଇ ଯିବାକୁ ବାହାରିଛନ୍ତି। ଏପଟେ ପ୍ରଥମେ NATO ଏହି ଯୁଦ୍ଧରେ ସହଯୋଗ କରିବ ବୋଲି ମନା କରିଥିବା ବେଳେ ପରବର୍ତ୍ତୀ ସମୟରେ କୌଣସି କାରଣରୁ ଏକ ସମର ବା ଯୁଦ୍ଧ ବିମାନ, କିଛି ଯୁଦ୍ଧ ସାମଗ୍ରୀ ସଜ୍ଜାସାଜି କରୁଛି ବୋଲି ସୂଚନା ମିଳିଛି। ହେଲେ କେଉଁ କାରଣରୁ NATO ର ଦେଶ ମାନେ ଏମିତି ଆକ୍ସନ ନେଇଛନ୍ତି ତାହା ଜଣା ନାହିଁ। କିନ୍ତୁ ପ୍ରଥମେ ଆମେରିକା ଭଳି ଏତେ ବଡ଼ ଶକ୍ତିଶାଳୀ ଦେଶ ମଧ୍ୟ ସହାୟତା କରି ନଥିଲା।

ଏବେ ଯାହା ଜଣା ପଡୁଛି ଯେ NATO ର ବିମାନ ସବୁ ଆକାଶରେ ଉଡାଣ କରୁଛନ୍ତି ଯାହା ଏବେ ଚର୍ଚ୍ଚାରେ। ଯାହା ଲାଗୁଛି ୟୁକ୍ରେନ କୁ ସାହାର୍ଯ୍ୟ ମିଳିବ। ଏପଟେ ୟୁକ୍ରେନ ସମର୍ପଣ ନେଇକି ଚର୍ଚ୍ଚା ଏବଂ ଯଦି ଏହା ହୁଏ ତେବେ ଯୁଦ୍ଧ ନିୟନ୍ତ୍ରଣ ହୋଇପାରେ ବୋଲି ସାଧାରଣରେ କୁହା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।