କୁହାଯାଏ ଯେଉଁ ବ୍ୟକ୍ତି ମାନସିକ ସ୍ତରରେ ନିଜକୁ ଦୁର୍ବଳ କରିଦିଏ କିମ୍ବା ମାନସିକ ସ୍ତରରେ ବିକଳାଙ୍ଗ ହୋଇଯାଏ ସେହି ବ୍ୟକ୍ତି କିଛି ବି କରି ପାରି ନଥାଏ ଓ ସେ ଶାରୀରିକ ଗଠନ ରେ ଠିକ୍ ଠାକ୍ ହୋଇଥିଲେ ମଧ୍ୟ ବିକଳାଙ୍ଗ ସଦୃଶ ଉପଲବ୍ଧି କରିଥାଏ। ତେଣୁ ପ୍ରଥମେ ନିଜକୁ ଦୃଢ଼ ମନା କରିବା ସହିତ ଆମକୁ ଏପରି ହେବାକୁ ପଡ଼ିବ ଯେ ଆମେ ଯେକୌଣସି ପରିସ୍ଥିତି ରେ ବି ନିଜକୁ ଦୃଢ଼ କରି ପାରିବା ଏବଂ ସମସ୍ୟା କୁ ଉଚିତ୍ ଭାବରେ ସମାଧାନ କରିବାର ସାହାସ ରଖି ପାରିବା। ତେବେ ସବୁ ସମସ୍ୟାର ସମାଧାନ ଯେ ଆତ୍ମହତ୍ୟା ଅଟେ ତାହା ଭାବିବା ମୂର୍ଖାମି ଅଟେ। କିଛି ଦିନ ଧରି ଅନେକ ଆତ୍ମହତ୍ୟା ଘଟଣା ଆପଣ ଦେଖିବାକୁ ପାଉଛନ୍ତି।
ଫେସବୁକ୍ ରେ ଲାଇଭ ସୁଇସାଇଡ୍ ର ଭିଡିଓ ଲଗାତର ଭାବରେ ଦେଖିବାକୁ ମିଳୁଛି। ଆତ୍ମହତ୍ୟା କରିବା ଦ୍ୱାରା ସବୁ ସମସ୍ୟାର ଯେ ସମାଧାନ ହୋଇ ନଥାଏ ତାହା ଜାଣିବା ଦରକାର୍।ଏହା ଦ୍ବାରା ଅନେକ ପରିବାର ମଧ୍ୟ ନଷ୍ଟ ହୋଇ ଯାଇଥାଏ। ଦୁଃଖ, ସମସ୍ୟା ସମସ୍ତଙ୍କ ଜୀବନରେ ଆସିଥାଏ। ଆମକୁ ଏହାକୁ ସମ୍ମୁଖୀନ କରିବାକୁ ପଡ଼ିବ। କିନ୍ତୁ ଅବସାଦଗ୍ରସ୍ତ ହୋଇ ଜୀବନ ହାରିବା ଦ୍ବାରା କଣ ଲାଭ ମିଳିବ ତାହା ଥରେ ଭାବିବା ଦରକାର୍ ଆଜିର ଯୁବପିଢି। ସେହିପରି ଏକ ଘଟଣା ଏହି ନିକଟରେ ଘଟିଛି। ଯାହା ଢେଙ୍କାନାଳ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମରେ ଘଟିଛି।
ଏହି ଗ୍ରାମର କୁନାଲ ସ୍ୱାଇଁ ନାମକ ଜଣେ ଯୁବକ ସୋମବାର ଦିନ ବିଷ ପିଇ ଦେବା ପରେ ଫେସବୁକ୍ ରେ ଲାଇଭ କରି ଦେଇଥିଲେ।ଆଉ ଏବେ ସେହି ଲାଇଭ ଭିଡିଓ ଟି ସମଗ୍ର ଢେଙ୍କାନାଳ ଜିଲ୍ଲାରେ ମୋବାଇଲ୍ ରୁ ମୋବାଇଲ୍ କୁ ଘୂରି ବୁଲୁଛି। ସୂଚନା ଅନୁସାରେ ଘଟଣା ଘଟିବା ପରେ ଉକ୍ତ ଯୁବକ କୁନାଲ ଙ୍କୁ ତାଙ୍କର ପରିବାର ଲୋକେ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ। କିନ୍ତୁ ଦୁଃଖର ବିଷୟ ଏହା ଯେ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି ହସ୍ପିଟାଲ୍ ରେ।ତେବେ ଉକ୍ତ ମୃତ ଯୁବକ କୁନାଲ ଙ୍କ ମୃତ୍ୟୁ ପାଇଁ ତାଙ୍କ ଭାଉଜ ଏବଂ ତାଙ୍କ ଗ୍ରାମର କିଛି ଗ୍ରାମବାସୀ ଦାୟୀ ବୋଲି କୁନାଲ କରିଥିବା ସେହି ଲାଇଭ ଭିଡିଓ ରେ କହିଛନ୍ତି।
ଏହା ସହିତ ଯେଉଁମାନେ ତାଙ୍କୁ ଟର୍ଚ୍ଚର ବା ହଇରାଣ କରିଥିଲେ ସେମାନଙ୍କ ନାମ ମଧ୍ୟ ସେ ନେଇଛନ୍ତି ଏହି ଫେସବୁକ୍ ଲାଇଭ୍ ଭିଡିଓ ରେ।ତେବେ ଉକ୍ତ ଯୁବକ ଜଣଙ୍କ ଏକ ଟେଲିକମ କମ୍ପାନୀ ରେ ଚାକିରି କରୁଥିବା ବେଳେ ତାଙ୍କର ଏଭଳି ଭାବରେ ଅସ୍ବାଭାବିକ ମୃତ୍ୟୁ ପରେ ପୋଲିସ୍ ଘଟଣାର ତଦନ୍ତ କରୁଛି। ଢେଙ୍କାନାଳ ସଦର ଥାନା ପୋଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଲାଇଭ ଭିଡିଓ କୁ ଅଧାରକୁ ନେଇଛି।
କେଉଁ ପରିପ୍ରେକ୍ଷୀରେ ଏବଂ କେଉଁ ପରିସ୍ଥିତି ରେ ଯୁବକ ଜଣଙ୍କ ଆତ୍ମହତ୍ୟା କଲେ ତାହା ପୋଲିସ୍ ତଦନ୍ତ କରୁଛି। ଆପଣ ମଧ୍ୟ ଯୁବକଙ୍କ ଏହି ଭିଡିଓ ଦେଖି ସ୍ପଷ୍ଟ ଭାବରେ ଜାଣି ପାରିବେ ଯେ କିଭଳି ପରିସ୍ଥିତିରେ ମାନସିକ ଭାରଶ୍ୟାମ ହରାଇ ଆତ୍ମହତ୍ୟା କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।