ବନ୍ଧୁଗଣ ସୋସିଆଲ ମିଡିଆରେ ଏବେ ଯେଉଁଠି ଦେଖିବେ ଚାରିଆଡେ ଚର୍ଚ୍ଚା ର ବିଷୟ ପାଲଟିଛି ବ୍ରହ୍ମପୁର ର ସେହି ଦୀନେଶ ଆଉ ଦୀପିକା ଙ୍କ ଘଟଣା | ତେବେ ଯାହା ଜଣା ପଡିଛି କି ଦୀର୍ଘ ଦିନ ଧରିକି ଦୀନେଶ ଆଉ ଦୀପିକା ଙ୍କ ପ୍ରେମ କାହାଣୀ କଥା ଚର୍ଚ୍ଚା ରେ ଥିବା ପରେ ମଧ୍ୟ କିଛି ବି ସୁଫଳ ମିଳିନାହିଁ ଦୀପିକା ଙ୍କୁ | ଆଉ ସେଥିରେ ସେ ହାର ମାନି ଯାଇ ନାହାନ୍ତି ଆଉ ମନରେ ଆଶା ଆଉ ସାହସ ଧରିକି ନିଜ ଓ ନିଜ ପୁଅ ର ନ୍ୟାୟ ପାଇଁ ଧାରଣା ରେ ବସିରହିଛନ୍ତି ଦୀପିକା | ତେବେ ନ୍ୟାୟ ପାଇଁ ମା ଲଢ଼ୁଥିବା ସମୟରେ ମା ର କଥା କୁ ମନେ ପକାଇଛି ତାଙ୍କର କୁନି ପୁଅ ଟି ଆଉ ମା ର ଫୋଟ କୁ ଦେଖିକି ଆମ୍ମା କହିବାକୁ ଲାଗିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଯାହା ସୂଚନା ମିଳିଛି କି ଦୀର୍ଘ 90 ଦିନ ଧରିକି ନ୍ୟାୟ ପାଇଁ ନିଜର ପୁଅ କୁ ତାର ବାପା ଙ୍କର ପରିଚୟ କୁ ଫେରାଇ ଦେବା ପାଇଁ ଧାରଣା ରେ ବସିଛନ୍ତି ଦୀପିକା | ଆଉ ଖରା, ବର୍ଷା କୁ ଖାତିରି ନ କରିକି ଦିନରେ ଲୋକ ମାନଙ୍କର ଟାହି ଟାପରା ଓ ବିଭିନ୍ନ ପ୍ରକାରର କଥା ତାହା ସହିତ ରାତି ହେଲେ ଘର ଆଗରେ ଧାରଣା ଦେଉଥିବାରୁ ଜୀବ ଜନ୍ତୁ ଙ୍କର ଭୟ ମଧ୍ୟ ରହିଛି | କିନ୍ତୁ ସେ ସବୁ କୁ ଖାତିରି ନ କରିକି ନିଜ ପୁଅ ପାଇଁ ଲଢେଇ କରୁଛନ୍ତି | ଆଉ ମନରେ ଆଶା ରଖିଛନ୍ତି କି ଦିନେଶ ଆସିବେ ଓ ତାଙ୍କର ପୁଅ କୁ କୋଳେଇ ନେବେ |
କିନ୍ତୁ ଦୀପିକା ଙ୍କ ଆଶା ଆଶାରେ ରହିଯାଉଛି ମହିଳା କମିଶନ ବାରମ୍ବାର ତାରିଖ ବଦଳାଉଥିଲେ ମଧ୍ୟ ଦୀନେଶ ଆସୁ ନାହାନ୍ତି | ଆଉ ସେପଟେ ମା ଙ୍କୁ ନ ପାଇଁ ପୁଅ ମଧ୍ୟ ବ୍ୟାକୁଳ ହୋଇ ପୋଡ଼ିଲାଣି | ଆଉ ଶେଷରେ ଦୀପିକା ଙ୍କ ଫୋଟ ଆଗରେ ବସିକି ଗେଲ କରି କହୁଛି ଆମ୍ମା | ଆଉ ଛୋଟ ପିଲା ଟି ଭାବୁଛି କଲେ ତାର ମା ଫୋଟ ରୁ ବାହାରି ଆସିବ ଓ ତାକୁ ଟିକିଏ ଗ କରି ପକାଇବ ତାର ମା | କିନ୍ତୁ ସେମିତି କିଛି ହେଉନାହିଁ, ଆଉ ତାର ମା ଆସୁନାହିଁ |
ତେବେ ମା ପୁଅ ଦୁଇ ଜଣ ଯେମିତି ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି ଏଠାରେ ତାହା ଦେଖିବାକୁ ମିଳିଛି | ଆଉ ଛୋଟ ପୁଅ ଟିର ଏଭଳି ଆକୁଳତାକୁ ଦେଖିଲେ ଆପଣ ମାନେ ମଧ୍ୟ ଦୁଃଖିତ ହେଇଯିବେ ବୋଲି କୁହାଯାଉଛି | ତେବେ କେବଳ ଅପେକ୍ଷା ରହିଛି କେବେ ଦୀନେଶ ଆସିବେ ଓ ଏମାନଙ୍କର ଦୁଃଖ କୁ ବୁଝିପାରିବେ | ତେବେ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।