ବନ୍ଧୁଗଣ ସମୟ କେତେବେଳେ କାହାକୁ କଉଁ ଯାଗାରେ ନେଇ ଛିଡା କରିବ ତାହା କାହାକୁ ଜଣା ନଥାଏ |କିଏ ଆଜି ଧନୀ ତ କାଲି ସେ ଗରିବ ନହେବ ବୋଲି କିଛି ଠିକ ନାହିଁ |ସମସ୍ତେ ସମୟ ସହିତ ତାଳ ଦେଇ ଚାଲିଥାନ୍ତି |ଆପଣ ତ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଦେଖୁଥିବେ ନିଶ୍ଚିତ,ହେଲେ ମୁଁ ଆଜି ଆପଣଙ୍କୁ ଯଉଁ ଘଟଣା ବିଷୟରେ କହିବି ସେହି ମହିଳା ଜଣଙ୍କ ବିଷୟରେ ଆପଣ ଜାଣିଥିବେ |ମୁଁ ଆଜି ଆପଣକୁ ଅର୍ଚନା ବାଗ କଥା କହିବି, ଯେ ଆଜି ଜେଲରେ ରହି ଅନୁତାପ କରୁଛନ୍ତି |ମନେ ପକାଉଛନ୍ତି ତାଙ୍କର ସେହି ରାଜ ଉଆସ କଥା ଓ ତାଙ୍କର ସେ ବିରିୟାନୀ ଖାଇବା କଥା, ଆସନ୍ତୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |
ଅର୍ଚନା ବାଗ ବଡ଼ ବଡ଼ ଲୋକଙ୍କୁ ନିଜ ମାୟା ଜାଲରେ ଫଶି ବ୍ଲାକମେଲିଙ୍ଗ କରି ଯଉଁ ପଇସା ଲଟୁଥିଲେ ଏବଂ ବଡବଡିଆଙ୍କ ଅଶ୍ଳୀଳ ଭିଡିଓକରି ତାଙ୍କୁ ବ୍ଲାକମେଲିଙ୍ଗ କରିବା ସହିତ ହତ୍ୟା କରିବା ଭଳି ଧମକ ମଧ୍ୟ୍ୟ ଦେଉଥିଲେ ତାର ଏବେ ଅନ୍ତ ଘଟିଛି |ଏହି ଅଭିଯୋଗରେ ସେ ଏବେ ଗିରଫ ହୋଇ ଝାଡ଼ସଗୁଡା ଜେଲରେ ରହି ଦିନକାଟୁଛନ୍ତି |କଳାହାଣ୍ଡିରୁ ଆସି ଭୁବନେଶ୍ୱରରେ କାୟବିସ୍ତାର କରୁଥିବା ଏହି ମାୟାବିନି ଅର୍ଚନାଙ୍କ ସହ ବଡବଡ଼ିଆମାନଙ୍କ ସମ୍ପୃକ୍ତି ଓ ତାଙ୍କ କଳାଧନ୍ଦାର ରହସ୍ୟ ପୋଲିସ ସମ୍ମାକୁ ଆଣିବାପାଇଁ ସତସହସ ଜୁଟାଇ ପାରୁନି |
ଜେଲର ଚାରିକାନ୍ଥ ଭିତରେ ରୁଟି ସନ୍ତୁଳା ଖାଇବାପାଇଁ ମନା କରୁଛନ୍ତି ଅର୍ଚନା, ସେ ତାଙ୍କର ସେ ରାଜଉଆସ ଏବଂ ରାଜଘର ଖାଇବା କଥା ଭାବି ଅନୁତାପ କରୁଛନ୍ତି |ଅର୍ଚନାର ଜାମିନ ପାଇଁ ଗତ ଶୁକ୍ରବାର ଦିନ ଆବେଦନ କରିଥିଲେ ମାତ୍ର ଭୁବନେଶ୍ୱର ଏସଡିଏମ କୋର୍ଟ ଏହାକୁ ଖାରଜ କରିଛନ୍ତି |କିନ୍ତୁ ଏବେ ଅର୍ଚନା ଜେଲ ଭିତରେ କାନ୍ଦିକାନ୍ଦି କହୁଛନ୍ତି ଯେ ତାଙ୍କୁ ଜେଲର ଏହି ଖାଦ୍ୟ,ଏ ପରିବେଶ ଆଉ ଏହି ପରିସ୍ଥିତି ତାଙ୍କୁ କିଛି ବି ଭଲ ଲାଗୁନି |ସେ ଏହି ଜେଲରୁ ବାହାରିବ ପାଇଁ ଚାଁହୁଛନ୍ତି |ହେଲେ ସବୁଠାରୁ ବଡ କଥା ଏହା ଯେ ଅର୍ଚନା ବାଗ ଏବେ ଜେଲରେ ଏକା ଜୀବନ କରୁଥିବା ସମୟରେ କେହି ବଡବଡିଆ ତାଙ୍କୁ ଦେଖିବା ପାଇଁ ଆସୁନାହାନ୍ତି,ସେ ଯେତେବେଳେ ବଡବଡିଆ ଲୋକମାନଙ୍କୁ ଖୁସି କରିପାରୁଥିଲେ ସେତେବେଳେ ବହୁତ ଲୋକ ତାଙ୍କୁ ପଚାରୁଥିଲେ ହେଲେ ବର୍ତମାନ କେହିବି ତାଙ୍କୁ ଖୋଜୁ ନାହାନ୍ତି କି ସେ କେମିତି ଅଛନ୍ତି ପଚାରୁନାହାନ୍ତି |
ଏହି ଘଟଣା ଏବେ କୋୖର୍ଟରେ ପହଁଚିଛି, ଏହି ଘଟଣାର ତଦନ୍ତ ଇଡି ଦ୍ଵାରା କରାଇବା ଦାବିରେ ଭାରତର ବିକାଶ ପରିଷଦ ହାଇକୋର୍ଟରେ ଗୋଟେ ଆବେଦନ କରିଛି,ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ଇଡି, ମୁଖ୍ୟଶାସନ ସଚିବ,ଗୃହ ସଚିବ, ପୋଲିସ ଡିଜି ଓ ଖଣ୍ଡଗିରି ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି |ଅର୍ଚନାଙ୍କ ଏହି କଳାକାରନାମାର ଏବେ ତଦନ୍ତ ଚାଲିଛି ଏବଂ ସେ ଏ ପ୍ରଯ୍ୟନ୍ତ ଜେଲରୁ ଜାମିନରେ ମଧ୍ୟ ବାହାରି ପାରୁନାହାନ୍ତି |ଅର୍ଚନାଙ୍କ ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।