ଧନତେରସ ( Dhanteras ) ଦିନ ଘରକୁ ଆଣନ୍ତୁ ଏହି 5ଟି ଜିନିଷ ମଧ୍ୟରୁ ଗୋଟିଏ ( ଧନର ବର୍ଷା ) ହେବ – Vastu Shastra

ବନ୍ଧୁଗଣ ଆପଣମାନେ ସମସ୍ତେ ଧନତେରସ ବିଷୟରେ ଜାଣିଥିବେ ନିଶ୍ଚିତ, ଏହି ଦିନ ମା ଲଷ୍ମୀଙ୍କ ଅତିପ୍ରିୟ ଅଟେ |ଧନ୍ତରିଅସ ଠାରୁ ଆରମ୍ଭ କରି ଲୋକେ ଦୀପାବଳି ପ୍ରଯ୍ୟନ୍ତ ଅନେକ କିଛି ପ୍ରସ୍ତୁତି କରିଥାନ୍ତି |ଏହି ଧନତେରସ ଦିନ ସମସ୍ତେ କିଛି ନା କିଛି ଜିନିଷ ଘରକୁ ଆଣିଥାନ୍ତି କାରଣ ଏହି ଦିନ କିଛି କିଣା କିଣି କଲେ ମାଲଷ୍ମୀଙ୍କ ଆଶୀର୍ବାଦ ଘର ଉପରେ ରହିଥାଏ |ପରମ୍ପରା ଅନୁଯାୟୀ ଏହିଦିନ କିଛି ସୁନା କିଣିବା ଆବଶ୍ୟକ ମାତ୍ର ଏହା ଅମୁଲ୍ୟ କାରଣରୁ ଏହା ସମସ୍ତଙ୍କ ପକ୍ଷେ କିଣିବା ସମ୍ଭବ ନୁହଁ |ମୁଁ ଆଜି ଆପଣକୁ ଏହି ଦିନ କଣ କିଣିଲେ ଧନର ଦେବୀ ମାଲଷ୍ମୀ ଓ କୁବେର ଆପଣଙ୍କ ଉପରେ ପ୍ରସନ୍ନ ରହିବା ସହିତ ଆପଣକୁ ଶୁଭଫଳ ପ୍ରାପ୍ତ ହେବ ତାହା ବିଷୟରେ ଜଣେଇବି |

-ଏହି କଇଁଛ ମୁଦି ଚାନ୍ଦିରେ ତିଆରି କରି ଯଦି ଏହା ଅନାମିକା ଆଙ୍ଗୁଠିରେ ପିନ୍ଧିବେ ତେବେ ଆପଣଙ୍କ ଉପରେ ମାଲଷ୍ମୀଙ୍କ କୃପା ନିଶ୍ଚିତ ରହିବ |ଯଦି ଏହା ଚାନ୍ଦିରେ ତିଆରି ନକରି ପାରୁଛନ୍ତି ତେବେ ପିତଳରେ ପିନ୍ଧିପାରିବେ |ଧନତେରସ ଦିନ ଯଦି ଆପଣ ମାଲଷ୍ମୀ ଓ ଗଣେଶ ଭଗବାନଙ୍କ ମୂର୍ତ୍ତି କିମ୍ବା ଫୋଟ ଘରକୁ ଆଣନ୍ତି ତେବେ ଅପଣଂକର ବହୁତ ମଙ୍ଗଳ ହେବ |ଏହିଦିନ ଯଦି ଆପଣ ମୟୂରପାଙ୍ଖ ଆଣି ଆପଣଙ୍କ ଘରର ମୁଖ୍ୟ ଦ୍ଵାରରେ କିମ୍ବା କୃଷ୍ଣ ଠାକୁରଙ୍କ ମୂର୍ତ୍ତିରେ ଲାଗନ୍ତି ତେବେ ଆପଣଙ୍କର କୌଣସି ଧନର ଅଭାବ ରହିବ ନାହିଁ |ଆପଣ ଯଦି ଧନତେରସ ଦିନ ଶଙ୍ଖ କିମ୍ବା ମା ଲଷ୍ମୀଙ୍କ ପାଦଚିହ୍ନ ଆଣି ଲଷ୍ମୀଙ୍କ ସାମ୍ନାରେ ରଖିବେ ତେବେ ଏହା ଆପଣଙ୍କ ଘରକୁ ଶାନ୍ତି ଆଣିଥାଏ ଏବଂ ଆପଣଙ୍କ ଘରେ ଧନର ବର୍ଷା ହୋଇଥାଏ |ଏହିଦିନ ମାଲଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କଲେ ତାହା ଶୁଭ ହୋଇଥାଏ |

ଆପଣ ଯଉଁ ଜିନିଷ ଧନତେରସ ଦିନ କିଣୁଛନ୍ତି ତାହାକୁ ଆପଣ ଦୀପାବଳି ଦିନ ନିଶ୍ଚିତ ପୂଜା କରନ୍ତୁ| ଅପଣଂକର ଯଦି ଟଙ୍କାର ଅଭାବ ଅଛି ତେବେ ଆପଣ ଏହି ଦିନ ଅଳ୍ପ ଧନିଆ କିଣନ୍ତୁ ତାହା ମଧ୍ୟ୍ୟ ଶୁଭ,ଦୌଡ଼ିଥିବା ସାତଟି ଘୋଡାର ଫୋଟୋ କିମ୍ବା ଝାଡୁ କିଣନ୍ତୁ ଏହା ଦ୍ଵାରା ଆପଣଙ୍କ ଉପରେ ମାଲଷ୍ମୀଙ୍କ କୃପା ନିଶ୍ଚିତ ରହିବ |ପାଞ୍ଚଟି କିମ୍ବା ସାତୋଟି କଉଡ଼ି ଏହି ଦିନ କିଣନ୍ତୁ ଏବଂ ଏହାକୁ ମାଲଷ୍ମୀଙ୍କୁ ଅର୍ପିତ କରି ଦୀପାବଳି ଦିନ ପୂଜା କରନ୍ତୁ ତାହା ମଧ୍ୟ ଶୁଭ ଅଟେ |

ଧନତେରସ ଦିନ ଯଦି କିଛି ଆପଣ ଦାନ କରନ୍ତି କିମ୍ବା ଏହି ଦିନ ଖଣ୍ଡ ହଳଦୀ ଓ ଗୋମୂଦି ଚକ୍ର ଘରକୁ ଆଣନ୍ତି ତେବେ ମାଲଷ୍ମୀଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିଥାଏ |ଏହିଦିନ ଆପଣ ଶ୍ରୀଯନ୍ତ୍ର କିମ୍ବା କୁବେର ଯନ୍ତ୍ର ଘରକୁ ଆଣି ଧନ ରଖୁଥିବା ସ୍ଥାନରେ ରଖନ୍ତି ତେବେ ଧନ ବୃଦ୍ଧିହେବାର ସମ୍ଭାବନା ରହିଛି |ମୋଦୀଶଙ୍ଖ ଯଦି ଆପଣ ଧନତେରସ ଦିନ କିମ୍ବା ଦୀପାବଳି ଦିନ ଠାକୁର ଘରେ ଏହାକୁ ସ୍ଥାପନ କରିଦେବେ ତେବେ ଆପଣଙ୍କ ସବୁ ମନସ୍କାମନା ପୁରଣ ହୋଇଯିବ |ଏହି ଜିନିଷ ମଧ୍ୟରୁ ଆପଣ ଯେକୌଣସି ଗୋଟିଏ ଜିନିଷ ଘରକୁ ଆଣନ୍ତୁ ଦେଖିବେ ମା ଲଷ୍ମୀଙ୍କ କୃପା ଆପଣଙ୍କ ଉପରେ ସର୍ବଦା ବାର୍ଷିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment