ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ସେହି କାଲିର କ୍ରିକେଟ ମ୍ୟାଚ ର କଥା, ଆଉ ଯାହା ଇଣ୍ଡିଆ ଆଉ ପାକିସ୍ତାନ ମଧ୍ୟରେ ଚାଲିଥିଲା | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଟିମ ଇଣ୍ଡିଆ ଏକ ଦମଦାର ପ୍ରଦର୍ଶନ ଦେଖାଇଛି ଓ ପାକିସ୍ତାନ କୁ ହରାଇବା ପରେ ଇଣ୍ଡିଆ ପାଇଁ ଗୋଟିଏ ଗର୍ବ ର କଥା ଆଣି ଦେଇଛି | ଆଉ ଯେଉଁଠି କୁହାଯାଇଛି କି ଟିମ ଇଣ୍ଡିଆ ଭାରତ ବାସୀ ଙ୍କ ପାଇଁ ଏକ ବହୁତ ବଡ଼ ଦଶହରା ର ଭେଟି ଦେଇଛି ବୋଲି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି କ୍ରିକେଟ T-20 ବିଷୟରେ ଆଲୋଚନା କରାଯାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଆମେ ଜାଣିଛୁ କି ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡଠାରେ ଖେଳାଯାଉଥିବା ଟି-20 ବିଶ୍ବକପର ଏକ ସୁପର-12 ମ୍ୟାଚରେ ଭାରତ ଆଗରେ 160 ରନର ବିଜୟ ଲକ୍ଷ୍ୟ ରଖିଥିଲା ପାକିସ୍ତାନ | ଏହି ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ | ପାକିସ୍ତାନର ଦୁଇ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବାବର ଆଜମ ଓ ମହମ୍ମଦ ରିଜଓ୍ବାନ ଇନିଂସ ଆରମ୍ଭ କରିଥିଲେ | କିନ୍ତୁ ଭାରତୀୟ ବୋଲର ଅର୍ସଦୀପ ସିଂଙ୍କ ଶାଣିତ ବୋଲିଂ ଆଗରେ ଉଭୟ ତାରକା ବ୍ୟାଟ୍ସମ୍ୟାନ ବେଶିସମୟ ତିଷ୍ଠି ପାରିନଥିଲେ | ବାବର ୦ ଓ ରିଜଓ୍ବାନ 4 ରନ କରି ଆଉଟ ହୋଇଥିଲେ |
ତାହା ପରେ 3ୟ ଓ 4ର୍ଥ ସ୍ଥାନରେ ଆସିଥିବା ସାନ ମାସୁଦ ଓ ଇଫତିଖାର ଅହମ୍ମଦ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ | ଇଫତଖାର 51 ରନ କରି ସାମି ଙ୍କ ବଲରେ ଆଉଟ ହୋଇ ଫେରିଯାଇଥିଲେ | ଅନ୍ୟପଟରେ ମାସୁଦ ବ୍ୟାଟିଂ ଜାରି ରଖିଥିଲେ ବି ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ତାଙ୍କ ସହ ବଡ଼ ଭାଗିଦାରୀ କରିପାରିନଥିଲେ | ମାସୁଦ ଅପରାଜିତ 52 ରନ କରିଥିଲେ | ଫଳରେ ପାକିସ୍ତାନ 20 ଓଭର ଶେଷ ସୁଦ୍ଧା 8 ଓ୍ବିକେଟ ହରାଇ 159ରନ କରି ଭାରତ କୁ 160 ରନ ର ବିଜୟ ଲକ୍ଷ୍ୟ ଦେଇଥିଲା | ତେବେ ଭାରତ ପକ୍ଷରୁ ଅର୍ସଦୀପ ସିଂ ଓ ହାର୍ଦ୍ଦିକ ପାଣ୍ଡ୍ୟା 3ଟି ଲେଖାଏଁ ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସାମି ଓ ଭୁବନେଶ୍ବର କୁମାର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ | ବିଶ୍ୱକପ୍ର ଏକ ରୋମାଞ୍ଚକ ମୁକାବିଲାରେ ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪ ଉଇକେଟ୍ରେ ପରାସ୍ତ କରିଛି |
ତେବେ ଏହି ମ୍ୟାଚ୍ର ହିରୋ ଥିଲେ ବିରାଟ କୋହଲି,ସେ ମାତ୍ର 52 ବଲରେ 82 ରନ କରି ଅପରାଜିତ ରହିଥିଲେ | 160 ରନ ଟାର୍ଗେଟ୍କୁ ପିଛା କରି ଭାରତ 31 ରନରେ ଚାରି ଉଇକେଟ ହରାଇଥିଲା, କିନ୍ତୁ କୋହଲି ଓ ପାଣ୍ଡ୍ୟା ଯୋଡି ଦଳକୁ ଏକ ଶକ୍ତିଶାଳୀ ସ୍ଥିତିକୁ ନେଇଥିଲେ | ଉଭୟ 113 ରନ ଭାଗିଦାରୀ କରିଥିଲେ | ଶେଷ ଓଭରରେ ଭାରତ 16 ରନ ଆବଶ୍ୟକ କରିଥିଲା ଏହି ଓଭରରେ ପାଣ୍ଡ୍ୟା ଏବଂ ଦୀନେଶ କାର୍ତ୍ତିକ ମଧ୍ୟ ଆଉଟ ହୋଇଥିଲେ | କିନ୍ତୁ ଓଭରର ଚତୁର୍ଥ ବଲରେ କୋହଲିଙ୍କ 6 କାରଣରୁ ଭାରତ 6 ଟି ଉଇକେଟ ହରାଇ 160 ରନ ହାସଲ କରିଥିଲା | କୋହଲି 53 ଟି ବଲରୁ ଅପରାଜିତ 82 ରନ କରିଥିଲେ | ଏଥିରେ 6ଟି ଚୌକା ଓ 4ଟି ଛକା ସାମିଲ ଥିଲା | ତେବେ ସୂଚନା ଅନୁଯାୟୀ ରବିବାର ଟି-20 ବିଶ୍ୱକପର ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନକୁ 159ରେ ସୀମିତ ରଖି 160 ରନ ଟାର୍ଗେଟ କୁ ଭାରତ ଜିତିନେଇଥିଲା | ଆଉ ଯାହା ଏବେ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।