ହଁ ବନ୍ଧୁଗଣ ବେଳେ ବେଳେ ସୋସିଆଲ ମିଡିଆରେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମ କୁ ବହୁତ ଦୁଃଖ ଲାଗିଥାଏ | ଆଉ ଏଠାରେ ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି | ବାପା ଓ ମା ଛେଉଣ୍ଡ ପିଲା ଦୁଇ ଜଣଙ୍କ ର ସାହା ଭରସା ସାଜିଛି ତାର ସାନ ଭାଇ ଟି | ଆଉ କରିବାକୁ ଲାଗିଛି ସାନ ଭଉଣୀ ଦୁଇ ଜଣଙ୍କର ପେଟରେ ଗଣ୍ଡେ ଦାନା ଦେବା ପାଇଁ ସଂଘର୍ଷ | ଆଉ ଯେଉଁ ଦୃଶ୍ୟ କୁ ଦେଖିଲେ ଆପଣ ଙ୍କ ଆଖିରେ ମଧ୍ୟ ପାଣି ଆସିଯିବ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ବାଲିଗୁଡା ପଞ୍ଚାୟତ ରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ବାପା ମା ନ ଥିବା ବେଳେ କିଭଳି ଭାବରେ ନିଜ କଥା ନ ଦେଖି ନିଜ କଥା ନ ଭାବି ଭଉଣୀ ମାନଙ୍କର ଭବିଷ୍ୟତ ପାଇଁ ତାଙ୍କର ସବୁ ଖୁସି କୁ ଜଳାଞ୍ଜଳି ଦେଇ ଦେଇଛନ୍ତି | ଆଉ ଭାଇ ହେଇ ଦୁଇ ଭଉଣୀ ପାଇଁ ବାପା ଓ ମା ଦୁଇ ଜଣଙ୍କର କାମ କରୁଛି | ରାନ୍ଧିକି ଖାଇବାକୁ ଦେଉଛି ତୋ କାହାକୁ ମୁଣ୍ଡ କୁଣ୍ଡାଇ ବାହାର କରି ଦେଉଛି ସ୍କୁଲ ପାଇଁ | ଆଉ ଭାଇ ଜଣଙ୍କର ଭଉଣୀ ପ୍ରତି ଥିବା କର୍ତ୍ତବ୍ୟ କୁ ଆପଣ ମାନେ ମଧ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ |
ତେବେ ଯାହା ସୂଚନା ମିଳିଛି କି ବାପା ବିକ୍ରମ ସାହୁ ପେଟ ରୋଗ ରେ ଆକ୍ରାନ୍ତ ହେବା ଯୋଗୁ ମୃତ୍ୟୁ ବରଣ କରିଲେ | ଆଉ ମା ସୂର୍ଯ୍ୟକାନ୍ତି ପୁଅ ଝିଅ କଥା ନ ବୁଝି ଘର ଛାଡିକି କୁଆଡେ ପଳେଇ ଯାଇଥିବାର ସୂଚନା ମିଳିଛି | ଆଉ ସେପଟେ ବଡ଼ ଭାଇ ଉତ୍ତର ବିବାହ କରିକି ତାର ସ୍ତ୍ରୀ ସହିତ ଶଶୂର ଙ୍କ ଘରେ ରହୁଛି ଆଉ ଏପଟେ ଶ୍ରୀୟା ସହିତ ତାର ସାନ ଭଉଣୀ ର ସମସ୍ତ ଦାୟିତ୍ୱ ବୁଝୁଛି ସାନ ଭାଇ ଶ୍ରୀତମ ବୁଝୁଛି ଦୁଇ ଭଉଣୀ ଙ୍କ କଥା |
ଲୋକ ଘରେ ମୂଲ ଲାଗିବା ସହିତ ରାସନ ରୁ ଯାହା ମିଳେ ସେଥିରେ ବହୁତ କଷ୍ଟ ରେ ଚଳୁଛି ତାଙ୍କର ପୁରା ପରିବାର | ଆଉ ସେପଟେ ପିଲା ମାନଙ୍କର ଦୁଃଖକୁ ଦେଖି ଗାଁ ଲୋକ ମାନେ ପ୍ରଶାସନ କୁ ଜଣାଇବା ପରେ ଚାଇଲଡ ଲେନ ର ଅଧ୍ୟାପକ ଜଣଙ୍କ ଝିଅ ଦୁଇ ଜଣଙ୍କର କଥା ବୁଝି ସେମାନଙ୍କର ପାଇଁ ଫୁଲବାଣୀ ଚାଇଲଡ ଡେଭଲପ ମେଣ୍ଟ ଅଫିସ ରେ ପିଲା ମାନଙ୍କର ପାଠ ପଢା ସହିତ ରହିବା ଆଉ ଖାଇବା ର ବ୍ୟବସ୍ତା କରିବା କଥା କୁହାଯାଇଛି | ଆଉ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।