ବନ୍ଧୁଗଣ ସୋସିଆଲ ମିଡିଆରେ ଆପଣ ମାନେ ଅନେକ ପ୍ରକାରର ଆଶ୍ଚର୍ଯ୍ୟ ଜନକ ଭାଇରାଲ ହେଉଥିବା ଭିଡିଓ ମାନ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବର୍ତ୍ତମାନ ଏଭଳି ଏକା ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଛି | ଆଉ ମା ପୁଅ ଙ୍କ ମଧ୍ୟରେ ଥିବା ଭଲ ପାଇବା କୁ ଯିଏ ବି ଦେଖୁଛି ଖୁସି ହେଇଯାଉଛି | ତେବେ ଯାହା ଜଣା ପଡିଛି କି ନାରାୟଣ ନାମକ ପିଲା ଜନଙ୍କ ଘର ଛାଡ଼ି ପଳେଇ ଯାଇଥିଲେ | ଆଉ ଯେଉଁ ଘଟଣା ଟି ରେ ମା ଜଣଙ୍କ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ | ଆଉ ବର୍ତ୍ତମାନ ପୁଅ କୁ ପାଇବା ପରେ ମା ଜଣଙ୍କର ଖୁସି ର ସୀମା କହିଲେ ନ ସରେ | ଆଉ ଖୁସିରେ ମା ଜଣଙ୍କ ପୁଅ କୁ କୁଣ୍ଢେଇ ପକେଇଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକା ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲାର ଇଞ୍ଜୁରୀକତା ଅଂଚଳର କାଲୁଆସାହି ଗାଁ ରେ | ଆଉ ଯେଉଁଠି ଏକା ଘଟଣା ଘଟିଥିଲା ଯାହା ସେଠାକାର ଅଞ୍ଚଳରେ ଚହଳ ଖେଳାଇ ଦେଇଥିଲା | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ସେହି ଅଂଚଳର ରେଣୁଆ ନାମକ ଜଣେ ମହିଳା ରହୁଥିଲେ ଆଉ ଯାହାଙ୍କର ଜଣେ ପୁଅ ଥିଲା ଆଉ ଯେଉଁ ପୁଅ ର ନାମ ହେଉଛି ନାରାୟଣ ପାଣି ଗ୍ରାହୀ |
ଆଉ ଯାହା କୁହାଯାଉଛି କି ନାରାୟଣ 10 ଶ୍ରେଣୀ ରେ ପାଠ ପଢୁଥିଲେ | ମାତ୍ର ପାଠ ପଢ଼ୁଥିବା ବେଳେ ପରୀକ୍ଷା କୁ ନେଇକି ତାଙ୍କ ମନରେ କିଛି ଭୟ ଜାତ ହୋଇଥିଲା ଆଉ ଯେଉଁଥିପାଇଁ ସେ ପାଠ ନ ପଢି ଘରୁ ଛାଡି ପଳାଇ ଯାଇଥିବାର କଥା ଚାରିଆଡେ ପ୍ରଚାର ହେବାକୁ ଲାଗିଥିଲା | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ପୁଅ ନାରାୟଣ ଚିଠି ଟିଏ ଲେଖିଥିଲେ, ଆଉ ଯେଉଁଥିରେ ସେ ଲେଖିଥିଲେ କି ସେ ଦଶମ ଶ୍ରେଣୀ ପରୀକ୍ଷା ରେ ପାସ କରି ପାରିବେ ନାହିଁ ଆଉ ସେ ଫେଲ ହେଇଯିବା ର ଭୟ ରେ ମା ଙ୍କ ପାଇଁ ଚିଠି ଟିଏ ଲେଖିକି ଘରୁ ଛାଡି ପଳାଇ ଯାଇଥିଲେ |
ତେବେ ପରେ ମା ଙ୍କର କାନ୍ଦିବା ର ଭିଡିଓ ସବୁ ସେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିବାକୁ ପାଇଥିଲେ | ଆଉ ଯାହାକୁ ଦେଖିବା ପରେ ନାରାୟଣ ଙ୍କ ମନରେ ମଧ୍ୟ ଦୁଃଖ ହୋଇଥିଲା | ଆଉ ଯେଉଁଥିପାଇଁ ସେ ଫୋନ କରି କେଉଁଠାରେ ଅଛନ୍ତି ବୋଲି କହିଥିଲେ | ଆଉ ପରେ ସ୍ଥାନୀୟ ପୋଲିସ ର ସହାୟତା ରେ ନାରାୟଣ ଙ୍କ ମା ପୁରୀ ର ଏକ ହୋଟେଲ ରୁ ତାଙ୍କର ଖବର ପାଇଥିଲେ ଆଉ ତାଙ୍କୁ ଘରକୁ ମଧ୍ୟ ନେଇ ଆସିଥିଲେ | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।