ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରର ସବୁବେଳେ କିଛି ନା କିଛି ନୂଆ ନୂଆ କଥା ଜାଣିବାକୁ ମିଳେ, ଶୁଣିବାକୁ ମିଳେ ଆଉ ଶିଖିବାକୁ ମଧ୍ୟ ମିଳିଥାଏ | ତେବେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଗୀତ ଭାଇରାଲ ହେଉଥିବାର ଦେଖିବାକୁ ପାଇଥିବେ ଆପଣ ମାନେ , ତେବେ ସେହି ଭଳି ଏକ ଗୀତ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଆମ ଓଡ଼ିଶାର ପିଲା ମାନେ କେଉଁ ଭଳି ଭାବରେ ଆମ ଓଡ଼ିଶାରେ ପ୍ରଚଳିତ ଥିଲା ଭାଷା, ସାହିତ୍ୟ, ସଂସ୍କୃତି ଆଉ ପରମ୍ପରା କୁ ଭୁଲି ମଡର୍ଣ୍ଣ ହେବାରେ ଲାଗିଛନ୍ତି ସେ ବିଷୟରେ ଏହି ଗୀତ ମାଧ୍ୟମରେ କୁହାଯାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଗୀତ ଟି ଉପରେ ଟିକିଏ ନଜର ପକାଇବା |
ତେବେ କୁହାଯାଏ କି ଆମ ଓଡ଼ିଶାର ସଂସ୍କୃତି ନିଆରା | ଆଉ ଆମ ଓଡ଼ିଆ ଙ୍କ ପାଖରେ ଏକ ସ୍ୱତନ୍ତ୍ର କଳା ରହିଛି ଯାହା ଆମ ଓଡିଶା ବାସୀଙ୍କ ମନରେ ଭାଇ ଭାଇ ଭାବ କୁ ପ୍ରକାଶ କରିଥାଏ ଓ ଆମ ସମସ୍ତ ମନରେ ଏକ ଭଲ ଭାବନା ସୃଷ୍ଟି କରିଥାଏ | ତେବେ ଏଠାରେ ଦେଖିବାକୁ ମିଳିଛି କି ଶଙ୍କର ଅନୁସରଣ ଏକ ନୂଆ ଗୀତ ଟେ ପ୍ରକାଶ କରିଛନ୍ତି | ଆଉ ଯେଉଁ ଗୀତ ଟି ହେଉଛି ଭାଷା ସାହିତ୍ୟ ଓଡ଼ିଆ ବର୍ଣ୍ଣବୋଧ କୁ ଆମ ଓଡ଼ିଆ ମାନେ କେଉଁ ଭଳି ଭାବରେ ଭୁଲି ଯାଉଛନ୍ତି ଦିନକୁ ଦିନ ସେ ବିଷୟରେ କୁହାଯାଇଛି |
ତେବେ ଯାହା ଶୁଣିବାକୁ ମିଳିଛି କି ଏହି ଗୀତ ରେ କେଉଁଭଳି ଭାବରେ ଆଗରୁ ମା ଶବ୍ଦ ରେ ଯେଉଁ ମଧୁରତା ଥିଲା ତାହାକୁ ଭୁଲି ମମି ଡାକ ଯେଉଁ ଡାକୁଛନ୍ତି ଓ ବାପା ଶବ୍ଦ କୁ ଭୁଲି ଡାଡି ଡାକର ମଜା ହେଉଛନ୍ତି ଆଜି କାଲି ର ପୁଅ ଝିଅ ମାନେ ସେ ବିଷୟରେ କୁହାଯାଇଛି | ତାହା ବ୍ୟତୀତ ଆହୁରି ମଧ୍ୟ ଯେଉଁ ଭଳି ଭାବରେ ଆଜିର ପିଲା ମାନେ ଚାକିରୀ କରିବା ଆଶା ରେ ମା ବାପା ଙ୍କର ଇଚ୍ଛା ରେ ଓଡ଼ିଆ ବର୍ଣ୍ଣବୋଧ କୁ ଭୁଲି ଇଂରାଜୀ ପଢୁଛନ୍ତି ଓ ତାହା ବ୍ୟତୀତ ଇଂରାଜୀ ମିଡିୟମ ରେ ପିଲା ମାନଙ୍କୁ ପଢ଼ାଉଛନ୍ତି ବାପା ମା ମାନେ ସେହି କଥା ପ୍ରକାଶ କରାଯାଇଛି |
ଆଉ ଯେଉଁଠି ଆଗରୁ ଶାରୀରିକ ଖେଳ କୁଦ ଉପରେ ପିଲା ମାନେ ଗୁରୁତ୍ୱ ଦେଉଥିଲେ ଏବେ ଇଣ୍ଟରନେଟ ଯୁଗ ରେ ମୋବାଇଲ ରେ ଖେଳ ଖେଳୁଛନ୍ତି | ଆଉ ଯାହା ଫଳରେ ଲୋକ ମାନଙ୍କ ମଧ୍ୟରେ ମିଳାମିଶା ଆଉ ସମ୍ପର୍କ କମିବାରେ ଲାଗିଛି |ଯାହା ଆମ ପିଲା ମାନଙ୍କୁ ତାଙ୍କର ସଂସ୍କୃତି ଆଉ ପରମ୍ପରା ଠାରୁ ଦୁରେଇ ରଖୁଛି ବୋଲି କୁହାଯାଉଛି ଏହି ଗୀତ ରେ | ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।