ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ମାନେ ବେଶ ଭଲ ଭାବରେ ଜାଣି ପାରିବେ କି ଆଜି କାଲି ଶିକ୍ଷା ବ୍ୟବସ୍ଥା କେଉଁ ଭଳି ଭାବରେ ନିମ୍ନ କୁ ଗତି କରିବାରେ ଲାଗିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ପଢା ସମୟରେ କାଜୁ ବଗିଚାରେ ଶିକ୍ଷକ ମାନେ ମିଶିକି କରୁଛନ୍ତି ମଦ ପାର୍ଟି | ଆଉ ଯେଉଁ ଘଟଣା ତି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ପ୍ରଚାର ହେବାରେ ଲାଗିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ତୁନୁପାର ଉଚ୍ଚ ବିଦ୍ୟାଳୟ ର ସାମ୍ନା ରେ ଓ ଘଟଣା ତି ଘଟିଛି କୋରାପୁଟ ଜିଲ୍ଲାରେ | ଆଉ ଯେଉଁଠି କୁହାଯାଉଛି କି ଦଶହରା ଛୁଟି ସରିବା ପରେ ମଧ୍ୟ ଶିକ୍ଷକ ମାନଙ୍କର ନିଶା କାଟିନି | ଆଉ ଯେଉଁଥିପାଇଁ ପିଲା ମାନଙ୍କର ପଢା ସମୟ ରେ ଶିକ୍ଷକ ମାନେ ଆସି କରିବାକୁ ଲାଗିଛନ୍ତି ମଦ ପାର୍ଟି | ଆଉ ଏହି ଭଳି ଘଟଣା ଟି ଭାଇରାଲ ହେବା ପରେ ସମଗ୍ର ଅଞ୍ଚଳରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି |
ଆଉ ଯେଉଁଠି ଜଣା ପଡିଛି କି ଶିକ୍ଷକ ମାନେ ଦଶହରା ଛୁଟି ଖୋଲିବା ପରେ ଆସିଥିଲେ ସ୍କୁଲ କୁ, ଆଉ ସ୍କୁଲ ରେ ଉପସ୍ଥାନ ପକାଇ ବାହାରି ଯାଇଥିଲେ ସ୍କୁଲ ପାଖରେ ଥିବା ଜଙ୍ଗଲ କୁ | ଆଉ ଯେଉଁଠି ସେହି କାଜୁ ଜଙ୍ଗଲରେ ଆରମ୍ଭ କରିଥିଲେ ପାର୍ଟି | ମଦ ସାଙ୍ଗକୁ ଚାଖଣା ର ମଜା ନେଉଥିଲେ ଶିକ୍ଷକ ମାନେ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଗଣ ମାଧ୍ୟମ ଆଗରେ ଏହି ଘଟଣା ଟି ପଡିବା ପରେ ଶିକ୍ଷକ ଜଣଙ୍କ ଏହାକୁ ଲିଜର ଟାଇମ ବୋଲି କହିଥିଲେ | ଆଉ ସେଥିପାଇଁ ସେମାନେ ଏଠାକୁ ଆସିଛନ୍ତି ବୋଲି କହିଥିଲେ | ତେବେ ଏଠାରେ ଦେଖିବାକୁ ମିଳିଥିଲା କି ଶିକ୍ଷକ ଙ୍କ ସହିତ ଏଠାରେ ସିଆରସି ସାର ଜଣଙ୍କ ମଧ୍ୟ ଥିଲେ |
ତେବେ ଏହି ଘଟଣା ଟି ବର୍ତ୍ତମାନ ଲକ୍ଷ୍ମୀଧର ଶିକ୍ଷା ଅଧିକାରୀ ଙ୍କ ନିକଟରେ ଜଣା ଇବା ପରେ ଶିକ୍ଷା ଅଧିକାରୀ କୌଳାଶ କୁମାର ବେହେରା ଏହି ଘଟଣା କୁ ବୁଝା ଯିବ ବୋଲି କହିବା ସହିତ ବି ଇ ଅ ନାହାନ୍ତି ଓ ସେ ଆସିଲେ ଏହି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି | ତେବେ ଏହା ସହିତ ଦେଖିବାକୁ ମିଳିଛି କି ଏହି ଘଟଣା ଟି ଗଣ ମାଧ୍ୟମରେ ଭାଇରାଲ ହେବା ପରେ ଶିକ୍ଷକ ଙ୍କ ଘର ଲୋକ ଓ ସମ୍ପର୍କୀୟ ମାନେ ଏହି ଘଟଣା କୁ ଦବାଇ ଦେବା ପାଇଁ ମଧ୍ୟ କହିଛନ୍ତି | ଯାହା ଏବେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।