ବନ୍ଧୁଗଣ ଆଜିର ଏହି ଦିନଟି ସୂର୍ଯ୍ୟପରାଗର ଦିନଅଟେ, ଆଜି ଦିନଠାରୁ ଏକ ସପ୍ତାହକୁ ଗ୍ରହଣ ସପ୍ତାହ ବୋଲି କୁହାଯାଏ |ଏହି ଗ୍ରହଣ କେତେକ ବ୍ୟକ୍ତି ପାଇଁ ଶୁଭ ହୋଇଥିବା ବେଳେ ଅନ୍ୟ କେତେକ ବ୍ୟକ୍ତି ପାଇଁ ଏହା ଅଶୁଭ ହୋଇଥାଏ |ଏହି ସାତଦିନ ଆପଣଙ୍କ ପାଇଁ କିପରି ହେବ, ଏହା ଆପଣଙ୍କ ଜୀବନରେ କଣ ପରିବର୍ତନ ଆଣିବ ତାହା ମୁଁ ଆଜି ଆପଣକୁ ଜଣାଇବି |ଏହି ସୂର୍ଯ୍ୟପରାଗରେ ଗ୍ରହମାନଙ୍କ ଚଳନ କାରଣରୁ ଆପଣଙ୍କ ଜୀବନରେ କଣ ଖୁସି ଏବଂ କାହା ପ୍ରତିସାବଧାନ ରହିବାକୁ ହେବ ସେ ବିଷୟରେ ମୁଁ ଆପଣକୁ ଜଣାଇବି |ତେବେ ଆସନ୍ତୁ ଜାଣିବା ଏହି ସମସ୍ତ ରାଶିମାନଙ୍କ ବିଷୟରେ |
ମେଷରାଶି :-ଏହି ବ୍ୟକ୍ତିମାନେ ଆଗକୁ ଆସୁଥିବା ସାତଦିନ ପ୍ରତି ଆପଣ ଟିକେ ସତର୍କ ରହିବେ |ଏହି ସାତ ଦିନରେ ଆପଣଙ୍କ ବ୍ୟବସାୟରେ କିଛି ବାଧା ସୃଷ୍ଟି ହୋଇପାରେ,ଶତ୍ରୁ ବୃଦ୍ଧି ହୋଇପାରନ୍ତି |କର୍ମକ୍ଷେତ୍ରରେ ଅଶୁଵିଧାର ସମ୍ମୁଖୀନ ହୋଇପାରନ୍ତି |ମହିଳାମାନେ ସନ୍ତାନମାନଙ୍କୁ ନେଇ ଚିନ୍ତିତ ରହିପାରନ୍ତି |ଛାତ୍ରଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ବିଘ୍ନସୃଷ୍ଟି ହୋଇପାରେ |
ବୃଷରାଶି :-ଏହି ବ୍ୟକ୍ତିମାନଙ୍କ ପାଇଁ ଗ୍ରହଣ ସପ୍ତାହ ଶୁଭପ୍ରଦ ନୁହଁ, ଏହି ସାତଦିନରେ ଆପଣଙ୍କ ବ୍ୟବସାୟରେ ପରିଶ୍ରମ ଅଧିକ କରିପାରନ୍ତି |ଆଗକୁ କରିଥିବା ଯୋଜନା ବିଫଳ ହେବ, ମାନସନମାନ ବିଫଳ ହୋଇପାରେ,ପାରିବାରିକ ଆଶାନ୍ତି ଦେଖା ଦେଇପାରେ |ଏହିରାଶିର ମହିଳାମାନେ ଚିନ୍ତିତ ରହିପାରନ୍ତି ଏବଂ ଛାତ୍ରଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ଅସଫଳ ହେବେ |
ମିଥୁନ :-ଏହି ସପ୍ତାହଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ,ଏହି ସାତଦିନରେ ଆପଣ କର୍ମ କ୍ଷେତ୍ରରେ ଉନ୍ନତି କରିପାରନ୍ତି |ଆପଣଙ୍କ ମାନସମାନ ବୃଦ୍ଧି ପାଇପାରେ,ପାରିବାରିକ ଅଶାନ୍ତି ଦୂରାହେବ, ସାମାଜିକ ମାନସନମାନ ଓ ଲୋକପ୍ରିୟତା ବୃଦ୍ଧିପାଇବ |ମହିଳାମାନେ ଶୁଖିହେବେ ଓ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ଲାଭ କରିବେ |
କର୍କଟ ରାଶି :-ଏହି ସପ୍ତାହଟି ଆପଣଙ୍କ ପାଇଁ ଶୁଭ ନୁହଁ, ତେଣୁ ଆପଣ ଏହି ସପ୍ତାହ ସାବଧାନ ରୁହନ୍ତୁ |ଏହି ସମୟରେ ଆପଣଙ୍କର ନୂଆ ମିତ୍ର ସୃଷ୍ଟି ହୋଇପାରେ ମାତ୍ର ଆପଣ ସାବଧାନ ରୁହନ୍ତୁ ଏହାକୁ ନେଇ ଆପଣ କୌଣସି ଅସୁବିଧାରେ ପଡିପାରନ୍ତି |ମହିଳାମାନେ ଧର୍ମପରାୟଣ ହେବେ, ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିପାରନ୍ତି |
ସିଂହରାଶି :-ଏହି ବ୍ୟକ୍ତିମାନଙ୍କର ସାମାଜିକ ମାନସନମା ବୃଦ୍ଧିପାଇପାରେ, ଆକସ୍ମିକ ଧନଲାଭର ସମ୍ଭାବନା ରହିଛି |କର୍ମକ୍ଷେତ୍ରରେ ପରିଶ୍ରମ କରିପାରନ୍ତି, ମହିଳାମାନେ ଚିନ୍ତିତ ରହିବେ, ଛାତ୍ରଛାତ୍ରୀମାନେ ଚିନ୍ତିତ ରହିପାରନ୍ତି |
କନ୍ୟାରାଶି :-ଏହି ବ୍ୟକ୍ତିମାନଙ୍କର ବ୍ୟବସାୟରେ ଉନ୍ନତିହେବ, ଚାକିରୀକ୍ଷେତ୍ରରେ ଉନ୍ନତିହେବ,ନୂତନ ରୋଜଗାର ପନ୍ଥା ମିଳିପାରେ |ମହିଳାମାନେ ଖୁସିରେ ରହିବେ ଏବଂ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷିତ ହେବେ |
ତୁଳାରାଶି :-ଏହି ସପ୍ତାହରେ ଆପଣ ଅତ୍ୟଧିକ ପରିଶ୍ରମରୁ ବ୍ୟବସାୟରେ ଉନ୍ନତି କରିପାରନ୍ତି,ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ ହେବ |ବନ୍ଧୁବିବାଦ ଦେଖା ଦେଇପାରେ,ମହିଳାମାନେ ଚିନ୍ତିତ ରହିବେ ଓ ଛାତ୍ରଛାତ୍ରୀମାନେ ସଫଳତା ପାଇବେ |
ବିଛାରାଶି :-କର୍ମକ୍ଷେତ୍ରରେ ସଫଳତା ବୃଦ୍ଧିପାଇବ, ବ୍ୟବସାୟରେ ପରିଶ୍ରମ ରୁ ଲାଭବାନ ହେବ |ଶାରୀରିକ ଓ ମାନସିକ ଅଶାନ୍ତି ଦେଖାଦେବ, ମହିଳାମାନେ ଚିନ୍ତିତ ରହିବେ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସପ୍ତାହ ଶୁଭଅଟେ |
ଧନୁରାଶି :-ପୁରାତନ ସମସ୍ୟା ଦୂର ହେବ,ଶତ୍ରୁମାନେ ପରାଜିତା ହେବେ, ବ୍ୟବସାୟରେ ଲାଭହୋଇପାରେ |ମାନସିକ ଓ ପାରିବାରିକ ଶାନ୍ତିମିଳିପାରେ |
ମକରରାଶି :-ବ୍ୟବସାୟରେ ଲାଭ ହେବ,ଇଛିତ ଅଭିଳାଷ ପୁରଣ ହେବ |ଆୟପନ୍ଥା ଖୋଲିଯିବ ମହିଳାମାନେ ଧର୍ମପରାୟଣହେବେ, ଛାତ୍ରଛାତ୍ରୀମାନେ ସଫଳତା ପାଇବେ |
କୁମ୍ଭରାଶି :-ଅଧିକ ପରିଶ୍ରମର କମଫଳ ମିଳିବ, ପାରିବାରିକ ସମସ୍ୟା ଦେଖାଯିବ,ଶାରୀରିକ ସମସ୍ୟା ଦେଖାଯିବ ଓ ମହିଳାମାନେ ଚିନ୍ତିତ ହେବେ |
ମୀନରାଶି :-କଳହ ବୃଦ୍ଧିପାଇବ, ଚାକିରୀରେ ସମସ୍ୟା ଉପୁଜିବ, ମହିଳାମାନେ ପାରିବାରିକ ଶାନ୍ତି ଲାଭ କରିବେ ଓ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।