ଚନ୍ଦକା ଅଞ୍ଚଳରୁ ଉଦ୍ଧାର ଏ ପିଲାଟି କଥା କହି ପାରୁନି, ତାକୁ କେହି ଚିହ୍ନିଛନ୍ତି କି ? ଦୟାକରି ସେୟାର କରନ୍ତୁ

ବନ୍ଧୁଗଣ ସୋସିଆଲ ମିଡିଆରେ ଆପଣ ଅନେକ ଘଟଣା ଦେଖୁଥିବେ ଏବଂ ଶୁଣିବାକୁ ପାଉଥିବେ ନିଶ୍ଚିତ |ଏହି ଦୁନିଆରେ ସବୁ ମଣିଷ ମାନଙ୍କ ପାଖରେ ମଣିଷ ପଣିଆ ନାହିଁ, କିନ୍ତୁ ଏହି ଦୁନିଆରେ ଏମିତି ଲୋକ ଅଛନ୍ତି ଯେଉଁମାନେ ଅନ୍ୟର ଦୁଃଖ ଦେଖି ସାହିପାରନ୍ତି ନାହିଁ |ମୁଁ ଆଜି ଆପଣଙ୍କୁ ଏମିତି ଏକ ଅଭାବନୀୟ ଘଟଣା ବିଷୟରେ କହିବି ଯାହା ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ |ଏକ 14ବର୍ଷର ବାଳକ ସେ କଥା କହିପାରୁ ନାହିଁ,କି ତାର ଠିକଣା ବିଷୟରେ ମଧ୍ୟ ଜଣାଇ ପାରୁନାହିଁ |ଏହି ବାଳକ ହଜି ଯାଇଛି, କି ତାକୁ କେହି ଜାଣତରେ ଛାଡି ଦେଇଯାଇଛି ତାହା ଜଣାପଡ଼ିନାହିଁ,ସେ ଏବେ ଅନାଥ |ଆସନ୍ତୁ ଜାଣିବା ଏହି ବାଳକର ସମ୍ପୂର୍ଣ ଖବର ବିଷୟରେ |

ଭଗବାନ ଏହି ଦୁନିଆରେ କାହାକୁ କିପ୍ରକାର ଗଢିଛନ୍ତି, ସମସ୍ତଙ୍କୁ ସବୁକିଛି ଦେଇ ନାହାନ୍ତି |ଏହି ଛୋଟ ଅନାଥ ବାଳକ ତାର ଏହି ଦୁନିଆରେ କିଏ ଅଛି ନାହିଁ ତାହା କାହାକୁ ବି ଜଣାନାହିଁ |ଏକା ଏକା ଏହି ବାଳକଟି ଚନ୍ଦକା ଗୁଡ଼ିବାଲି ଅଂଚଳରେ ଥିବା ଟିଭିଏସ ସରୋମ ପାଖରେ ଅସହାୟ ଭାବରେ ବୁଲୁଥିଲା |ତାର ଚେହେରା ଓ ଅସହାୟତା ଦେଖି ସ୍ଥାନୀୟ ଲୋକେ ତା ପ୍ରତି ମଣିଷ ପଣିଆ ଦେଖାଇଛନ୍ତି |ପିଲାଟି କଥା କହିପାରୁ ନଥିବାରୁ ସେ କଉଠୁ ଆସିଲା କିଏ ତାକୁ ଆଣି ଛାଡିଲା ସେବିଷୟରେ ସେମାନେ କିଛି ଜାଣିପାରିଲେ ନାହିଁ |ସ୍ଥାନୀୟ ଲୋକେ ଏହି ସମୟରେ ପିଲାଟିର ଖାଇବା ପିଇବା କଥା ବୁଝୁଥିଲେ |

ତାର ଦେହରେ ଭଲ ପୋଷାକ ନଥିବାରୁ ତାକୁ ପୋଷାକ ମଧ୍ୟ୍ୟ ଦେଇଥିଲେ, ଏହି ପିଲାଟିକୁ ଦେଖିଲା ବେଳକୁ ଲାଗୁଥିଲା ଯେ ସେ ମାନସିକ ଭାବରେ ଭିନ୍ନକ୍ଷମ |ଲାଗୁଚି ତାକୁ କେହିଜଣେ ଜାଣି ଶୁଣି ଛାଡି ଦେଇଯାଇଛି, ଏହି କୋମଳମତି ନିରୀହ ବାଳକଟିଏ ସେ କିଛି କହିପାରୁ ନଥାଏ ଖାଲି ମଝିରେ ମଝିରେ ଇଶାରା କରୁଥାଏ |ଏହି ଇଶାରା ମାଧ୍ୟମରେ ସେ କିଛି କହିବାକୁ ଚାହୁଁଥିଲା ମାତ୍ର ତାହା ବୁଝାପଡୁ ନଥିଲା |ଅନେକ ଭାଷାରେ ଲୋକେ ତାକୁ ପଚାରୁଥାନ୍ତି ମାତ୍ର ସେ ହିନ୍ଦୀ ଭାଷା ଅଳ୍ପ ବୁଝିପାରୁଥିଲା ତେଣୁ ସେ ବାହାରୁ ଆସିଛି ବୋଲି ଜଣାପଡୁଥିଲା |ପାଖାପାଖି 15ଦିନ ହେଲାପିଲାଟି ଏହିଠାରେ ରହିଲା ମାତ୍ର ତାକୁ କେହି ତାକୁ ଖୋଜୁନଥିଲେ କି ତାକୁ ତଡିଲେ ମଧ୍ୟ ସେ ଯାଉନଥାଏ ଖାଲି କାନ୍ଦୁଥାଏ |

ଏହି ଘଟଣାଟି କେନିୟୁଜ କର୍ମଚାରୀ ଅଜୟ ମୁଦୁଲିଙ୍କ ନଜରକୁ ଆସିଥିଲା ତାଙ୍କର ଅଫିସରେ ସେ ଜଣାଇଥିଲେ ତେଣୁ ଏହାର ସ୍ଥାୟୀ ବାନ୍ଦୋବସ୍ତ ପାଇଁ ଚନ୍ଦକା ଥାନାରେ ଖବର ଦେଇଥିଲେ ତାହା ସହ ଚାଇଡ ଲାଇନ ସହାୟତାରେ ପିଲାଟିକୁ ଚାଇଡ ଲାଇନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା,ଏହାର ସହାୟରେ ପିଲାଟିର ଚିକିତ୍ସା ଚାଲିଛି |ଯଦି ପିଲାଟି ଭଲ ହୋଇ ତାର ଠିକଣା ଜଣାଇପାରିଲା ତେବେ ତାକୁ ଛାଡ଼ିଦେବା ବୋଲି ଚାଇଡ ଲାଇନ ଅଧିକାରୀ କହିଥିଲେ |ପିଲାଟିର ଚିକିତ୍ସା ଏବେ ଜାରିରହିଛି, ପିଲାଟିକୁ ବୋଝଭାବି ଯଦି ତାର ଘରଲୋକେ ଛାଡିଦେଇ ଯାଇଥିବେ ତେବେ ଏହା ବହୁତ କଷ୍ଟକର କଥା ଅଟେ |କିନ୍ତୁ ଏବେବି ମାନବିକତା ବଞ୍ଚିରହିଛି, ଏହି ସ୍ଥାନୀୟ ଲୋକଙ୍କ ସହଯୋଗରେ ପିଲାଟିର ଉପଯୁକ୍ତ ବନ୍ଦୋବସ୍ତ କରାଯାଇଛି |ପିଲାଟିର ଏହି ଖବର ସୋସିଆଲ ମିଡିଆରେ ବର୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment