ଓଡିଶା ସରକାରଙ୍କ ବଡ ନିଷ୍ପତ୍ତି ! ମାଗଣା କରୋନା ଟିକା ନେବାକୁ ହେଲେ ପ୍ରଥମେ କରିବାକୁ ହେବ ଏହି ଜରୁରୀ କାମ, ନହେଲେ ମିଳିବନି ଟୀକା…

0

ଆପଣମାନେ ସମସ୍ତେ ଜାଣିଥିବେ କି କୋରନାର କୋରାଳଛାୟା ପୁଣିଥରେ ସମଗ୍ର ଦେଶରେ ବ୍ୟାପିବାରେ ଲାଗିଛି । ସେଥିରୁ ଆମ ରାଜ୍ୟ ଓଡିଶା ମଧ୍ୟ ବାଦ୍ ଯାଇନି , ଓଡିଶାର ବିଭିନ୍ନ ଅଞ୍ଚଳରେ ଏବେ କୋରନାର ସଂକ୍ରଣଣ ବଢିବାରେ ଲାଗିଛି । କୋରନା ସଂକ୍ରମଣ କୁ ରୋକିବା ପାଇଁ ସରକାର ପୁଣିଥରେ ପୂର୍ବପରି ସମସ୍ତ ଗାଇଡ ଲାଇନ କୁ ମାନି ଚଳିବା ପାଇଁ ବାଧ୍ୟ କରିଛନ୍ତି । କୋରନା ସଂକ୍ରମଣ ଯୋଗୁଁ ଅନେକ ଲୋକମାନଙ୍କୁ ଜୀବନ ହରାଇବାକୁ ପଡୁଛି , ସେଥିପାଇଁ ଆମକୁ ସତର୍କତାର ସହିତ କୋରନା ଭଳି ମହାମାରୀ ସହିତ ସଂଘର୍ଷ କରିବା ଉଚିତ । କିନ୍ତୁ ଏକ ଖବର ସାଧାରଣ ଲୋକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି ।

ବର୍ତ୍ତମାନ ସମୟରେ ଓଡିଶା ସରକାର 18 ରୁ 44 ବର୍ଷ ବୟସ୍କ ସମସ୍ତ ଓଡିଆ ନାଗରିକ ମାନଙ୍କୁ ମାଗଣାରେ ଟୀକା ପ୍ରାଦାନ କରାଯିବାର ଘଷଣା କରିଛନ୍ତି । ଏହା ଦ୍ୱାରା ସମସ୍ତ ସାଧରଣ ଲୋକମାନେ ମାଗଣାରେ ଟୀକା ପାଇ ପାରିବେ । ଏହି ଖବର ଅନୁଯାୟୀ ସରକାର ଦୁଇଟି କମ୍ପାନୀକୁ ଅର୍ଡର ଦେଇ ସାରିଛନ୍ତି ଏବଂ ସରକାର ଯଥା କ୍ରମେ କୋଭିସିଲ୍ଡ ର 3 କୋଟି 77 ଲକ୍ଷ ଡୋଜ ଟୀକା , କୋଭାକ୍ସିନ ର 10 .34 ଲକ୍ଷ ଡୋଜ ପାଇଁ ଅର୍ଡର ଦେଇଥିବାର ଜଣାପଡିଛି । 18 ରୁ 44 ବର୍ଷର ଲୋକମାନେ ଟୀକା ନେବା ପାଇଁ କୋୱିନ୍ ପ୍ଲାଟଫର୍ମ କିମ୍ୱା ଆରୋଗ୍ୟ ସେତୁ ଆପ୍ ରେ ପଞ୍ଜୀକରଣ କରିବା ବାଧ୍ୟତା ମୂଳକ କରାଯାଇଛି ।

ସୁଚନା ଅନୁଯାୟୀ ଏହି ଟୀକା ପ୍ରକ୍ରିୟା କରଣ 28 ତାରିଖରୁ ଆରମ୍ଭ ହେବ ବୋଲି ଜଣାପଡିଛି ଏବଂ ପଞ୍ଜୀକରଣ ପରେ ନିଜର ସ୍ଲଟ ଆନୁସାରେ ଆପଣଙ୍କୁ ଟୀକା ଦାନ କରାଯିବ । କୋରନା ସଂକ୍ରମଣ ଧୀରେ ଧୀରେ ଅଧିକ ମାତ୍ରାରେ ବଢିବାରେ ଲାଗିଛି । ସେଥିପାଇଁ ସମସ୍ତ ଜନସାଧାରଣ ମାନଙ୍କୁ ଘରୁ ବାହାରିବା ମାତ୍ରେ ମାସ୍କ ପରିଧାନ କରିବା ବାଧ୍ୟତା ମୂଳକ କରାଯାଇଛି । ଏହା ସହ ସାମାଜିକ ଦୂରତା ଏବଂ ସାନିଟାଇଜ କରିବାକୁ ମଧ୍ୟ କୁହାଯାଇଛି । ଲୋକମାନଙ୍କର ସହଯୋଗ ଏବଂ ସତର୍କତା ହିଁ କୋରନା ଭଳି ଭୟଙ୍କର ସଂକ୍ରଣଣ ରୁ ମଧ୍ୟ ସୁରକ୍ଷିତ ରହି ପାରିବା । ଓଡିଶା ସରକାରଙ୍କର ଏହି ମାଗଣା ଟୀକା ଦେବା ର ପ୍ରକ୍ରିୟା ସମସ୍ତ ଜନସାଧାରଣ ମାନେ ପାଇପାରିବେ ।

ସେଥିପାଇଁ ଆପଣ ମାନଙ୍କୁ ସର୍ବ ପ୍ରଥମେ କୋୱିନ ପ୍ଲାଟଫର୍ମ ବା ଆରୋଗ୍ୟ ସେତୁ ଆପରେ ପଞ୍ଜୀକରଣ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି । 18 ବର୍ଷ ରୁ 44 ବର୍ଷ ର ଲୋକମାନେ ଏହି ଟୀକା ମାଗଣାରେ ପାଇ ପାରିବେ । ଏହି ଟୀକା କରଣ ଆସନ୍ତା 1 ତାରିଖରୁ ଆରମ୍ଭ ହେବାକୁ ଯାଉଛି । ସମସ୍ତ ଜନସାଧାରଣ ମାକ୍ସ ପରିଧାନ କରିବା ସହିତ କୋଭିଡ ର ସମସ୍ତ ଗାଇଡ ଲାଇନ ମାନି ଚଳନ୍ତୁ ଏବଂ କୋରନା ସଂକ୍ରମଣ ଠାରୁ ନିଜକୁ ସୁରକ୍ଷିତ ରଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।