ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଅନେକ ପ୍ରକାର ଭିଡିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ, ହେଲେ ମୁଁ ଆଜି ଆପଣଙ୍କୁ ଏମିତି ଏକ ଅଭାବନୀୟ ଘଟଣା ବିଷୟରେ କହିବି ଯାହା ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ |ଏହି ଦୁନିଆରେ ଭଗବାନ କାହାକୁ କେମିତିକା ଜନ୍ମ ଦେଇଛି, ପଇସା ଥାଇ କିଏ ଓଏସ କରୁଛି ତ ଅନ୍ୟମାନେ ପଇସା ଅଭାବରେ ଫୁଟଫାତରେ ଦିନ କାଟୁଛନ୍ତି |ଜଣେ ଝିଅଟିଏ ଘରେ ପାଠ ପଢିବା ପାଇଁ କୌଣସି ସୁବିଧା ନଥିବାରୁ ସେ ରାସ୍ତା କଡର ସେହି ଆଲୁଅରେ ପାଠ ପଢୁଥିବାର ଦୃଶ୍ୟ ବେଶ କଷ୍ଟଦାୟକ |ତେବେ ଆସନ୍ତୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |
ଭଲ ଶିକ୍ଷାଟିଏ ପାଇବା ମଣିଷ ଜୀବନରେ ନିହାତି ଜରୁରୀ,କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଯେ ଭଲ ଶିକ୍ଷା ଓ ଭଲ ଜୀବନଟିଏ ମିଳିବ ତାହା କାହାକୁ ଜଣାନାଥାଏ |ଜୀବନର ସାମାନ୍ୟ ଖୁସି ପାଇବା ପାଇଁ ଲୋକେ ଦିନ ରାତି କେତେ ପରିଶ୍ରମ କରୁଛନ୍ତି, ସେମାନଙ୍କ ଜୀବନରେ ସଂଘର୍ଷ ସରୁନାହିଁ କି ଅଭାବ ସେମାନଙ୍କ ପିଛା ଛାଡ଼ୁନି |ସେଥିପାଇଁ ପାଇଁ ପରିବାର ଅଭାବ ଓ ଆର୍ଥିକ ସମସ୍ୟା ପାଇଁ ଅନେକ ଶିଶୁ ପାଠ ପଢ଼ାରୁ ବଂଚିତ ହେଉଛନ୍ତି, ସେମାନେ ଜୀବନର ମୂଲ୍ୟକୁ ଭଲରେ ବୁଝି ପାରୁନାହାନ୍ତି |ଦୁନିଆରେ ଏମିତି ଅନେକ ଶିଶୁ ଅଛନ୍ତି ଯଉଁମାନେ ପରିବାରର ଆର୍ଥିକ ସମସ୍ୟା ପାଇଁ ପାଠ ପଢ଼ା ଛାଡି ନିଜର ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ କାମରେ ଲାଗିପଡ଼ନ୍ତି |
ବର୍ଷ ବର୍ଷ ଧରି ଗରିବୀ ଆଉ ପାଠ ପଢ଼ା ମଧ୍ୟ୍ୟରେ ରହିଛି ଅତୁଟ ସମ୍ପର୍କ,ଜଣେ ଗରିବ ପାଠ ପଢ଼ା ବଦଳରେ କାମ କରିବାକୁ ସବୁବେଳେ ଜରୁରୀ ମନେ କରେ |ଏମିତି ଦୟନୀୟ ଅବସ୍ଥାକୁ ଜଣେ ଭଲ ଘରର ବ୍ୟକ୍ତି କେବେ ଚିନ୍ତାକରି ପାରେ ନାହିଁ |ଏହି ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ ଜୀବନର ସବୁ ପରିସ୍ଥିତିକୁ ସାମ୍ନା କରି ସ୍ଵାକ୍ଷର ହେବାପାଇଁ ଚେଷ୍ଟା କରନ୍ତି |ଜଣେ ଝିଅ ଯାହାର ଆର୍ଥିକ ପରିସ୍ଥିତି ବୋଧେ ଭଲ ନୁହଁ ତେଣୁ ସେ ନିଜର ପାଠପଢାକୁ ଜରୁରୀ ମନେକରି ରାସ୍ତାରେ ଥିବା ଷ୍ଟ୍ରୀଟ ଲାଇଟରେ ବସି ପାଠ ପଢୁଛି |ତାର କୌଣସି ବି ଆଡକୁ ନଜର ନଥିଲା, ଲୋକେ କଣ ଭାବୁଛନ୍ତି କଣ କହିବେ ସେ ସବୁକୁ ଦୃଷ୍ଟି ନଦେଇ ସେ ପାଠ ପଢୁଥାଏ |ସେହି ସମୟରେ ଜଣେ କାର ଚାଳକ ତାର କେମେରାରେ ଝିଅଟିର ପଢ଼ିବାର ଭିଡିଓ କରିଥିଲେ ଯାହାକି ସୋସିଆଲ ମିଡିଆରେ ଚଞ୍ଚଲ୍ୟ ସୃଷ୍ଟି କରିଛି |
ଏହି ଝିଅର ପାଠ ପଢ଼ାର ମନଭାବ ସମସ୍ତଙ୍କୁ ପ୍ରସ୍ତାହନ ଦେବ,ଫୁଟ ଫାତର ଏହି ଷ୍ଟ୍ରୀଟ ଲାଇଟ ହିଁ ଆଜି ଏହି ଝିଅ ପାଇଁ ବହୁତ ଜରୁରୀ ହୋଇଯାଇଛି |ଝିଅଟିର ଦୃଢ଼ତା ଏବଂ ପଢ଼ିବାର ଇଛା ଶକ୍ତି ଆଜି ସମାଜ ପାଇଁ ନୂଆ ଉଦାହରଣ ସ୍ତୃଷ୍ଟି କରିଛି | ଝିଅଟି ପାଠ ପଢ଼ିବାର ମନୋଭାବ ଦେଖି ଲୋକେ ତାକୁ ପ୍ରସଂଶା କରିବାରେ ଲାଗିଛନ୍ତି, ଝିଅଟିର ରାସ୍ତା କଡରେ ଷ୍ଟ୍ରିଟ ଲାଇଟରେ ପାଠ ପଢ଼ିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।