Femily Tips – ଗାଧୋଇବା ପୁର୍ବରୁ ବେକରେ ଲଗାନ୍ତୁ ଏହି ଜିନିଷ, ପୁରା ସଫା ହେଇଯିବ ଆପଣଙ୍କ ବେକର କଳା ପଣ 100 % ଗ୍ୟାରେଣ୍ଟି

ଆଧୁନିକ ସମାଜରେ ସମସ୍ତ ବ୍ୟକ୍ତିମାନେ ନିଜର ସୁନ୍ଦରତାକୁ ନେଇ ବହୁତ ଚିନ୍ତିତ ରହିଥାନ୍ତି , ଏବଂ ସୁନ୍ଦରତାକୁ ବଜାଇ ରଖିବା ପାଇଁ ଅନେକ ପ୍ରକାର ପ୍ରଚେଷ୍ଟା ଜାରିରଖିଥାନ୍ତି । ଯଦିଓ ଭଗବାନ ଆମକୁ ଏକ ପ୍ରାକୃତିକ ରୂପ ଦେଇଛନ୍ତି , କିନ୍ତୁ କେତେକ ବାହ୍ୟ ଉପାଦାନର ଫଳାଫଳ ଯୋଗୁଁ ଆମର ଏହି ସୁନ୍ଦରତା ଉପରେ ପ୍ରଶ୍ନବାଚୀ ଆସିଥାଏ । ଯେମିତିକି ମୁହଁରେ ଦ୍ରଣର ସମସ୍ୟା ବା ମୁଁହ ଏବଂ ଦେହ ହାତରେ କେଶ ଆସିବା , ବେକ ପଛରେ କଳାଦାଗ ଦେଖାଯିବା ପରି ଅନେକ ସମସ୍ୟା ଦେଖାଯାଇଥାଏ । ଏହି ସବୁ କାରଣ ଆମ ସୁନ୍ଦରତାକୁ ବହୁତ ମାତ୍ରାରେ ପ୍ରଭାବ ପକାଇଥାଏ ।

ଆପଣ ମାନେ ଅନେକ ବ୍ୟକ୍ତିଙ୍କ ଠାରେ ଦେଖିବାକୁ ପାଇଥିବେ କି ସେମାନଙ୍କ ବେକ ପଛରେ କଳାଦାଗର ସମସ୍ୟା ରହିଥାଏ , ଯେଉଁଥି ପାଇଁ ସେମାନେ ମାର୍କେଟରେ ମିଳୁଥିବା ଅନେକ ପ୍ରକାର କମମେଟିକ ପ୍ରଡକ୍ଟ ଗୁଡିକ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ମାନେ ଜାଣି ରଖିବା ଉଚିତ କି ଏହି ସବୁ ବ୍ୟବହାର କରିବା ଦ୍ୱାରା ଏହାର ସାଇଡ ଇଫେକ୍ଟ ଆମ ଉପରେ ପଡିଥାଏ । ଯାହା ଆମ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଏକ ଆୟୁର୍ବେଦିକ ଉପାୟ , ଯାହା କରିବା ଦ୍ୱାରା ଆପଣଙ୍କ ବେକ ପଛରେ ଥିବା କଳାଦାଗ ସବୁଦିନ ପାଇଁ ଲିଭେଇ ଯିବ । ତେବେ ଆସନ୍ତୁ ଜାଣିବା ସେହି ପ୍ରାକୃତିକ ଉପାୟ ଗୁଡିକ ବିଷୟରେ ।

1. ବେକିଂସୋଡା :-

ଆପଣ ଏକ ପାତ୍ରରେ ଦୁଇ ଚାମଚ ବେକିଂ ସୋଡା ଏବଂ ସେଥିରେ ଅଳ୍ପ ଟିକିଏ ପାଣି ମିଶାଇ , ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟ କୁ ଆପଣ ଗାଧୋଇବାର କିଛି ସମୟ ପୂର୍ବରୁ ବେକ ପଛରେ ଥିବା କଳାଦାଗରେ ଲଗାଇ ଦିଅନ୍ତୁ । କିଛି ସମୟ ପରେ ଏହାକୁ ଧୋଇ ନିଅନ୍ତୁ , ଏମିତି କରିବା ଦ୍ୱାରା ଆପଣଙ୍କର କଳାଦାଗ ଭଲ ହୋଇଯାଇଥାଏ ।

2. କଞ୍ଚାଅମୃତଭଣ୍ଡା :-

ପ୍ରଥମେ ଆପଣ ଏକ କଞ୍ଚା ଅମୃତଭଣ୍ଡାକୁ ଦୁଇଫାଳ କରି ନିଅନ୍ତୁ ଏବଂ ଏହାକୁ ଗ୍ରାଇଡିଂ କରିନିଅନ୍ତୁ । ପ୍ରସ୍ତୁତ କରିଥିବା ପେଷ୍ଟରେ ଏକ ଚାମଚ ଗୋଲାପ ଜଳ ଏବଂ ଏକ ଚାମଚ ଦହି ମିଶାଇ ଦିଅନ୍ତୁ । ଏହାକୁ ବେକରେ ଲଗାଇ କିଛି ସମୟ ଏହାକୁ ଶୁଖିବାକୁ ଛାଡି ଦିଅନ୍ତୁ , ପରେ ଏହାକୁ ଭଲ ଭାବରେ ଧୋଇ ନିଅନ୍ତୁ । ଏହିପରି ଆପଣ ସପ୍ତାହରେ ଥରେ କରନ୍ତୁ , ବହୁତ ଲାଭଦାୟକ ହେବ ।

3. ଲେମ୍ୱୁ ଓ ମହୁ :-

ଲେମ୍ୱୁ ଏବଂ ମହୁକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଗାଧୋଇବା ପୂର୍ବରୁ ସେହି ପେଷ୍ଟକୁ ବେକର ପଛ ଭାଗରେ ହୋଇଥିବା କଳାଦାଗ ଉପରେ ଲଗାଇ ଦିଅନ୍ତୁ । କିଛି ସମୟ ଯିବା ପରେ ଏହାକୁ ନରମାଲ ପାଣିରେ ଧୋଇ ନିଅନ୍ତୁ । ଏହା ଆପଣଙ୍କ କଳାପଣ କୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ ।

4. ଲେମ୍ୱୁ :-

ଲେମ୍ୱୁରେ ଅଧିକ ମାତ୍ରାରେ ଭିଟାମିନ ସି ରହିଥାଏ , ଯାହା ତ୍ୱଚାର କଳାପଣ କୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ତେଣୁ ଆପଣ ଲେମ୍ୱୁକୁ ମଧ୍ୟ କଳାପଣ ଦୂର କରିବାରେ ବ୍ୟବହାର କରିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment