ଗାଁ’ ରେ ବୁଲୁଛି କୁମ୍ଭୀର, ଏବେ ସୁଦ୍ଧା ୧୬ ଜଣଙ୍କୁ ଖାଇ ସାରିଲାଣି, ଦେଖିଲେ ଆପଣ ବି ହୋଇଯିବେ ତାଯୁବ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବାକୁ ମିଳୁଛି। ସମାଜରେ ବେଳେ ବେଳେ ଏଭଳି କିଛି ଦୃଶ୍ୟ ଦେଖି ବାକୁ ମିଳିଥାଏ, ଯାହାକୁ ଦେଖିବା ମାତ୍ରେ ବହୁତ ଆଶ୍ଚର୍ଯ୍ୟ ଲାଗିଥାଏ। ବିଭିନ୍ନ ପ୍ରକାର ପଶୁ, ପକ୍ଷୀ ଓ ଜୀବ ଜନ୍ତୁ ମାନଙ୍କୁ ଦେଖିବାକୁ ମିଳିଥାଏ। ସବୁ ଜନ୍ତୁ ମାନଙ୍କ ଠାରୁ କୁମ୍ଭୀର ହେଉଛି ଏକ ମାରାତ୍ମକ ଜନ୍ତୁ ଅଟେ। ସେମାନେ ସବୁବେଳେ ପାଣି ଭିତରେ ରହି ଥାଆନ୍ତି। ଯାହାକୁ ଦେଖିବା ମାତ୍ରେ ଲୋକମାନେ ବହୁତ ଡରି ଯାଇ ଥାଆନ୍ତି ଓ ସେମାନଙ୍କ ନିକଟକୁ ଯିବା ପାଇଁ ମଧ୍ୟ ଭୟ କରି ଥାଆନ୍ତି। ବେଳେ ବେଳେ ସେମାନେ ଗାଁ ମାନଙ୍କରେ ପଶି ଲୋକ ମାନଙ୍କୁ ଆକ୍ରମଣ କରି ଥାଆନ୍ତି।

ଏଭଳି ଖବର ଟିଭି ଓ ସମ୍ବାଦ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଜଣାଇବୁ ଯାହାକି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତାହା ହେଉଛି କେନ୍ଦ୍ରାପଡା ଜିଲ୍ଲାରେ କୁମ୍ଭୀର ଆକ୍ରମଣରେ ଲୋକ ମାନଙ୍କ ଉପରେ ଆକ୍ରମଣ କରୁଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା। ଏଭଳି ଏକ ଘଟଣା କେନ୍ଦ୍ରାପଡା ଜିଲ୍ଲାରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, କେନ୍ଦ୍ରାପଡା ଜିଲ୍ଲାର ରାଜନଗର, ପଟାମୁଣ୍ଡାଇ ଓ ମହାକାଳପଡ଼ା ଆଦି ଅଞ୍ଚଳରେ କୁମ୍ଭୀର ମାତିଛି। ପ୍ରତିବର୍ଷ କୁମ୍ଭୀର ଆକ୍ରମଣରେ ଅନେକ ଲୋକ ମାନଙ୍କ ଜୀବନ ଯାଉଛି। ଗତ ତିନି ମାସ ଭିତରେ ତିନି ଜଣଙ୍କୁ କୁମ୍ଭୀର ପାଣି ଭିତରକୁ ଟାଣି ନେଇ ଯାଇଛି। କେତେବେଳେ ପାଣିରେ ମାଛ ଧରିଲା ବେଳେ ତ ଆଉ କେତେବେଳେ ଗାଁ ରେ ପଶି ଆକ୍ରମଣ କରି ଲୋକ ମାନଙ୍କୁ କାମୁଡି ରକ୍ତାକ୍ତ କରି ଦେଉଛି।

ଏହି ଘଟଣାକୁ ନେଇ ଅଧିକାଂଶ ନଈ କୂଳିଆ ଲୋକ ମାନଙ୍କ ମନରେ ଭୟର ବାତା ବରଣ ଖେଳି ଯାଇଛି। କୁମ୍ଭୀରକୁ ଭୟ କରି ଲୋକ ମାନେ ବାହାରକୁ ବାହାରି ପାରୁ ନାହାଁନ୍ତି ଓ ସବୁବେଳେ ଘର ଭିତରେ ରହୁଛନ୍ତି। ଏମିତିକି ନଈକୁ ମଧ୍ୟ ଗାଧୋଇବା ପାଇଁ ଯାଇ ପାରୁ ନାହାଁନ୍ତି। ସେମାନେ କୁମ୍ଭୀରକୁ ନେଇ ବହୁତ ଚିନ୍ତାରେ ପଡି ଯାଇଛନ୍ତି। ସେମାନେ ବହୁତ କଷ୍ଟରେ ଜୀବନ ବିତାଉଛନ୍ତି।

ସରକାରୀ ନିୟମ ଅନୁସାରେ କୁମ୍ଭୀର ଆକ୍ରମଣରେ ମୃତ୍ୟୁ ବରଣ କରିଲେ ୪ ଲକ୍ଷ୍ୟ ଟଙ୍କା ଓ ଆଉ ଯେଉଁମାନେ ଗୁରୁତ୍ବର ଆହତ ହୋଇଥିବେ ସେମାନଙ୍କୁ ୧ ଲକ୍ଷ୍ୟ ଟଙ୍କା ସରକାରୀ ସହାୟତ ରାଶି ଦିଆଯିବା ଆବଶ୍ୟକ ରହିଛି। ଏହି ଘଟଣାକୁ ନେଇ ବନ ବିଭାଗ ତରଫୁରୁ କୌଣସି ପଦକ୍ଷେପ ନିଆ ଯାଇନାହିଁ ଓ ଏଥି ସହିତ କ୍ଷତି ପୁରଣ ବାବଦକୁ ମଧ୍ୟ ସାହାଯ୍ୟ ମିଳୁ ନାହିଁ। ଏହି ଘଟଣାକୁ ଦୃଷ୍ଟିରେ ରଖି ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି ଯେ, ଅନେକ ସ୍ଥାନରେ ସରକାରୀ ତରଫୁରୁ ଗାଧୁଆ ଘାଟ କରିବା ସହିତ ଲୋକ ମାନଙ୍କୁ ଅଧିକ ସଚେତନ କରା ଯିବା ପାଇଁ ଚେଷ୍ଟା କରା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।