ଗବେଷଣାରୁ ଆସିଲା ସାଂଘାତିକ ତଥ୍ୟ : କାଗଜ କପ ରେ ଚା ପିଉଛନ୍ତି କି ? ଦୃଷ୍ଟିଶକ୍ତି ହ୍ରାସ ହେବା ସହିତ ହୋଇପାରେ ଏହି ଭୟଙ୍କର ରୋଗ..ଶୀଘ୍ର ଦେଖନ୍ତୁ

0

ଶରୀର ପ୍ରତି ପ୍ଲାଷ୍ଟିକ ବହୁତ ହାନୀକାରକ ହୋଇଥାଏ ଏହା ସମସ୍ତେ ଜାଣିଛନ୍ତି , ଏବଂ ପ୍ଲାଷ୍ଟିକ ର ବ୍ୟବହାର ମଧ୍ୟ କମ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ମଧ୍ୟ କରୁଛନ୍ତି । ଆପଣ ମାନେ ନିଶ୍ଚିତ ରୂପେ ଜାଣିଥିବେ ଯେ , କିଛି ଦିନ ତଳେ ଅଧିକାଂଶ ଲୋକମାନେ ପାନୀୟକୁ ପେପର କପ୍ ରେ ପିଉଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ଏଥିରେ ପାନୀୟ ସେବନ କରିବା ଆମ ଶରୀର ପ୍ରତି କେତେ ଲାଭଦାୟକ ଆସନ୍ତୁ ଜାଣିବା । ଏ ସମ୍ପର୍କରେ ବିଶେଷଜ୍ଞ ମାନେ ଅନେକ ପ୍ରକାର ମତ ମଧ୍ୟ ଦେଇଛନ୍ତି , ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ଆଇଆଇଟି ଖଡଗପୁର ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ , କାଗଜ କପରେ ଗରମ ପାନୀୟ ପିଇବା ଠିକ୍ ନୁହେଁ । କାରଣ ଏହି କପରୁ ମାଇକ୍ରୋପ୍ଲାଷ୍ଟିକ ସମେତ ଅନେକ କ୍ଷତିକାରକ ପଦାର୍ଥ ନିର୍ଗତ ହୋଇଥାଏ । ସେହି କ୍ଷତିକାରକ ପଦାର୍ଥ ଆମ ଶରୀର ମଧ୍ୟକୁ ଯାଇ ଅନେକ କ୍ଷତି କରାଇଥାଏ । ଏହି କାଗଜ କପ ଗୁଡିକ ଏକ ସୂକ୍ଷ୍ମ ହାଇଡ୍ରୋଫୋବିକ ଫିଲ୍ମୀରୁ ନିର୍ଗତ , ଯାହା ସାଧାରଣତଃ ପ୍ଲାଷ୍ଟିକ ରେ ତିଆରି ହୋଇଥାଏ ।

ଆଇଆଇଟି ଖଡଗପୁର ର ସିଭିଲ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ ପ୍ରଫେସର ମାନେ ଏ ସମ୍ପର୍କରେ ବିଭିନ୍ନ ପ୍ରକାର ମତ ଦେଇଛନ୍ତି । ସେହି ପ୍ରଫେସର ମାନେ ହେଉଛନ୍ତି ପ୍ରଫେସର ସୁଧା ଗୋଏଲ , ରିସର୍ଚ୍ଚ ସ୍କଲାର ବେଦ ପ୍ରକାଶ ରଞ୍ଜନ ଓ ଅନୁଜା ଜୋସଫ ଏହି ଗବେଷଣା କରିଥିଲେ । ପେପର କପ୍ ଗୁଡିକରେ ତରଳ ପଦାର୍ଥକୁ ଅଟକାଇବା ପାଇଁ କୋ- ପର୍ଲିମସ କୋଟ୍ ବ୍ୟବହାର କରାଯାଏ । କାଗଜ କପରେ 15 ମିନିଟ ପର୍ଯ୍ୟନ୍ତ ଗରମ ପାଣି ରଖିବା ଫଳରେ ମାଇକ୍ରୋପ୍ଲାଷ୍ଟିକ୍ସ ର ପତଳା ସ୍ତର କ୍ଷୀଣ ହୋଇ ଯାଇଥାଏ ।

ଏ ସମ୍ପର୍କରେ ସୁଧା ଗୋଏଲ କହିଛନ୍ତି , ଆମ ଗବେଷଣା ରୁ ଜଣାପଡିଛି ଯେ , ଯଦି କାଗଜ କପ ରେ 85 ରୁ 90 ଡିଗ୍ରୀ ସେଲସିୟସ ତାପମାତ୍ରାରେ 100 ମିଲିଲିଟର ଗରମ ତରଳ ପଦାର୍ଥ 15 ମିନିଟ ପଯ୍ୟନ୍ତ ରଖାଯାଏ । ତେବେ ସେଥିରୁ 25 ହଜାର ମାଇକ୍ରୋନ ଆକାରର ମାଇକ୍ରୋପ୍ଲାଷ୍ଟିକ କଣିକା ନିର୍ଗତ ହୋଇଥାଏ। ଯଦି ଜଣେ ସୁସ୍ଥ ବ୍ୟକ୍ତି ଦିନକୁ 3 ଥର ଚା କିମ୍ୱା କଫି ପିଇଥାନ୍ତି , ତେବେ ତାଙ୍କ ଶରୀରରେ ପ୍ରାୟ 75 ହଜାର ସୂକ୍ଷ୍ମ ମାଇକ୍ରୋପ୍ଲାଷ୍ଟିକ କଣିକା ପହଞ୍ଚିଥାଏ । ଯାହା ଜଣେ ବ୍ୟକ୍ତିଙ୍କ ପାଇଁ ଦୃଷ୍ଟିହୀନତାର କାରଣ ହୋଇପାରେ ।

ଆଇଆଇଟି ଖଡଗପୁରର ନିର୍ଦ୍ଦେଶକ ପ୍ରଫେସର ବୀରେନ୍ଦ୍ର କେ ତିୱାରୀ କହିଛନ୍ତି , ” ଏହି ଉତ୍ପାଦନର ବ୍ୟବହାର କରିବା ପୂର୍ବରୁ ବହୁତ ଯତ୍ନର ସହିତ ଏ ବାବଦରେ ବିଚାର କରିବା ଉଚିତ୍ । ତେବେ ଯାଇ ଆମ ପାରମ୍ପାରିକ ତଥା ସ୍ଥାୟୀ ଜୀବନ ଶୈଳୀକୁ ପ୍ରତ୍ସାହିତ କରାଇବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।