ଦେଖନ୍ତୁ ନିଆରା ବାହାଘର ଭିଡିଓ – ଗଭୀର ପାଣି ଭିତରେ କିଭଳି ଦୁଇଜଣ ସମୁଦ୍ର କୁ ସାକ୍ଷୀ ରଖି ବିବାହ କରିଲେ ସୋସିଆଲ ମିଡ଼ିଆରେ ଭାଇରାଲ…

0

ନିଆରା ବାହାଘର । ଅଗ୍ନି ନୁହେଁ ଜନ୍ମ ଜନ୍ମ ର ସାକ୍ଷୀ ହେଲା ସମୁଦ୍ର। ଆମ ସମାଜ ରେ ବିବାହ ର ବହୁତ୍ ମାନ୍ୟତା ରହିଛି ।ଦୁଇ ପରିବାର ଙ୍କ ଉପସ୍ଥିତି ରେ ସମସ୍ତଙ୍କ ଆଶୀର୍ବାଦ ରେ ଉଭୟ ଙ୍କ ର ହାତ ଗଣ୍ଠି ପଡ଼ିଥାଏ ଓ ଏକ ନୂତନ ସମ୍ପର୍କ ଗଢି ଉଠିଥାଏ। ତେବେ ବିବାହ ପରି ଏକ ପବିତ୍ର ବନ୍ଧନ ଓ ଜୀବନ ର ଏକ ସୁନ୍ଦର୍ ମୁହୂର୍ତ୍ତ ହୋଇଥାଏ ଯାହାକୁ ସମସ୍ତେ ଖୁସି ରେ ଉପୋଭଗ କରି ଥାଆନ୍ତି।ଆମ ପରମ୍ପରା ଅନୁସାରେ ବିବାହ ଉଭୟ ପରିବାର ଙ୍କ ଉପସ୍ଥିତ ରେ ଓ ମନ୍ତ୍ର ପାଠ ରେ ଅଗ୍ନି କୁ ସାକ୍ଷୀ ରଖି ସମ୍ପନ୍ନ ହୋଇଥାଏ ।

ଆଉ ଆଜି କାଲି ର ଏହି ମଡର୍ଣ୍ଣ ଯୁଗ ରେ ଆମେ ବିବାହ କୁ ବିଭିନ୍ନ ଢଙ୍ଗ ରେ ଦେଖବାକୁ ପାଉଛୁ । ତେବେ ଅଗ୍ନି କୁ ସାକ୍ଷୀ ରଖି ସମସ୍ତେ ବିବାହ କରି ଥାଆନ୍ତି କିନ୍ତୁ କେବେ ଅଗ୍ନି ବଦଳରେ ସମୁଦ୍ର କୁ ସାକ୍ଷୀ ରଖି ବିବାହ କରିବା କଥା ଶୁଣିଛନ୍ତି କି ? ତେବେ ନିକଟ ରେ ଦୁଇ ଜଣ ପ୍ରେମୀ ଯୁଗଳ ଅଗ୍ନି ବଦଳ ରେ ସମୁଦ୍ର କୁ ସାକ୍ଷୀ ରଖି ବିବାହ କରି ସୋସିଆଲ ମିଡିଆ ରେ ଚର୍ଚ୍ଚା ରେ ରହିଛନ୍ତି। ତେବେ କଣ ରହିଛି ଏହା ବିଷୟ ରେ ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ;

ସମୁଦ୍ର ରେ ବାହାଘର । ହଁ ଆଜ୍ଞା ଆପଣ ଠିକ୍ ଶୁଣିଛନ୍ତି ବାହାଘର ବାରମାଳ ପିନ୍ଧେଇବା , ସିନ୍ଦୂର ପିନ୍ଧେଇବା ଆେନି ଆଉ ସାତ ଫେରା ନେବା ଆପଣ ମାନେ ନିଶ୍ଚୟ ଶୁଣିଥିବେ କିନ୍ତୁ କିଛି ଅଲଗା କରିବା ପାଇଁ ଯାଇ ଲୋକ ମାନେ କିଛି ବି କରାଇବା ପାଇଁ ପଛାଉ ନାହାନ୍ତି । ଆଉ ଏମିତି ଏକ ଘଟଣା ବର୍ତ୍ତମାନ ଚେନ୍ନାଇ ରେ ଦେଖିବା ପାଇଁ ମିଳିଛି । ଯେଉଁଠାରେ ପ୍ରେମୀ ଯୁଗଳ ଗଭୀର ପାଣି ରେ ସାତ ଫେରା ନେଇଛନ୍ତି । ତାମିଲନାଡୁ ରେ ପରମ୍ପରା ରୀତି ନୀତି ଅନୁସାରେ ହୋଇଥିବା ଏହି ବିବାହ ର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।

ଏମିତି ଏକ ନିଆରା ବିବାହ ତାମିଲନାଡୁ ର ନିଲଙ୍କେରିଆ ସମୁଦ୍ର କୁଳ ରେ ଦେଖିବାକୁ ମିଳିଛି । ଆଇଟିଆଇ ଇଞ୍ଜିନିୟର ଦମ୍ପଦି ଚିତ୍ତ ଦୂରେଇ ଓ ସ୍ୱେତା ପାରମ୍ପରିକ ଡ୍ରେସ୍ ପରିଧାନ କରି ସମୁଦ୍ର ଗଭୀର କୁ ଯାଇ ବିବାହ କରିଛନ୍ତି । ବର କନିଆଁ ଉଭୟ ୬୦ ଫୁଟ୍ ଗଭୀର ଜଳ ରେ ଉଭୟ ଙ୍କୁ ବିବାହ କରିବା ସହିତ ଅଗ୍ନି ନୁହେଁ ସମୁଦ୍ର କୁ ସାକ୍ଷୀ ଭାବେ ଗ୍ରହଣ କରି ବିବାହ କରିଛନ୍ତି। ଚିତ୍ର ଦୁରେଇ ଜଣେ ଲାଇସେନ୍ସ ପ୍ରାପ୍ତ ସ୍କୁବା ଡ୍ରାଇଭର ।

ଏମିତି ଏକ ନିଆରା ଶୈଳୀ ରେ ବିବାହ କରିବା ପାଇଁ ତାଙ୍କୁ ଟ୍ରେନର ଅରବିନ୍ଦ ନିର୍ଦ୍ଦେଶ ଦେଇଥିଲେ । ସେମାନଙ୍କ କହିବା ଅନୁସାରେ ସେମାନେ ଗଭୀର ସମୁଦ୍ର ଭିତରେ ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ରହିଥିଲେ। ପୂର୍ବରୁ ଚିତ୍ର ଦୁରେ ସ୍ଵେତା ଙ୍କୁ ପାଣି ଭିତରେ ଫୁଲ ତୋଡା ଦେଇ ପ୍ରପୋଜ କରିଥିଲେ । ଆଉ ଏହା ପରେ ଦୁହେଁ ବିବାହ କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।