ସାବଧାନ ! ଗାଧୋଇ ସାରିବା ପରେ କରନ୍ତୁ ନାହିଁ ଏହି ସବୁ ଭୁଲ, ନଚେତ୍ ଘଟିପାରେ ଭୟଙ୍କର ଅଘଟଣ

ଆଜିର ବ୍ୟସ୍ତମୟ ଦୁନିଆରେ ପୁରୁଷ ବା ମହିଳା ମାନେ ଗାଧୋଇ ସାରିବା ପରେ ଏହି ସବୁ ଭୁଲ କାମ କରିବା ଅନୁଚିତ ହୋଇଥାଏ । ନଚେତ୍ ଏହି ଛୋଟ ଭୁଲ ଦ୍ୱାରା ଆମ ଜୀବନରେ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ଆର୍ଥିକ ସମସ୍ୟା ଲାଗି ରହିଥାଏ । ଏଥି ସହିତ ପୂରା ଦିନଟି ଅମଙ୍ଗଳରେ କଟିଥାଏ , ଶାସ୍ତ୍ର ଅନୁସାରେ ପ୍ରତ୍ୟେକ କର୍ମର ସଠିକ ନିୟମ ରହିଛି , ଏହି ନିୟମକୁ ମାନି ଚଳିଲେ ଘରେ ସୁଖ ଶାନ୍ତି ସର୍ବଦା ବଜାଇ ରହିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ କାମ ଗାଧୋଇ ସାରିବା ପରେ କରିବା ଉଚିତ ହୋଇ ନଥାଏ ।

1 ଦକ୍ଷିଣ ଦିଗକୁ ମୁହଁ କରି ଗାଧନ୍ତୁ ନାହିଁ :-

ଯେତେବେଳେ ଆମେ କୌଣସି ଅଶୁଭ କାର୍ଯ୍ୟ କରିଥାଉ ଯେମିତିକି ମୃତ ବ୍ୟକ୍ତିଙ୍କ କ୍ରିୟାକର୍ମ ସାରି ଦକ୍ଷିଣକୁ ମୁହଁ କରି ସ୍ନାନ କରାଯାଏ । ତେଣୁ ସ୍ନାନ କରିବା ସମୟରେ ଅନ୍ୟ କୌଣସି ଦିଗକୁ ମୁହଁକରି ସ୍ନାନ କରିପାରିବେ ।

2. ସ୍ନାନ କରିସାରିବା ପରେ ବାଲଟିରେ ଗାଧୁଆପାଣି ରଖନ୍ତୁ ନାହିଁ :-

ସ୍ନାନ କରି ସାରିବା ପରେ ବାଲଟିରେ ଗାଧୁଆ ପାଣି ରଖନ୍ତୁ ନାହିଁ , ବାଲଟିରେ ସଫା ପାଣି ଭର୍ତ୍ତି କରି ରଖନ୍ତୁ । ବହୁତ ଲୋକ ଅଛନ୍ତି ଯେଉଁମାନେ କି ଗାଧୋଇ ସାରିବା ପରେ ବାଲଟି କୁ ଓଲଟାଇ ରଖି ଦିଅନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ , ଏପରି କରିବା ଦ୍ୱାରା ଆପଣଙ୍କର ଧନ ସଞ୍ଚୟ କରିବାରେ ବାଧା ସୃଷ୍ଟି ହୋଇଥାଏ ।

3. ଓଦା ଲୁଗା ପକାଇ ରଖନ୍ତୁ ନାହିଁ :-

ଅଧିକାଂଶ ଲୋକମାନେ ଗାଧୋଇ ସାରିବା ପରେ ବାଥରୁମ୍ ରେ ଅଧିକ ସମୟ ଓଦା ଲୁଗା ପକାଇ ରଖିଥାନ୍ତି , କିନ୍ତୁ ଏହା ବହୁତ ଖରାପ ଅଭ୍ୟାସ ହୋଇଥାଏ । ତେଣୁ ଗାଧୋଇ ସାରିବା ପରେ ଓଦା ଲୁଗା ବା ପାଲଟା ଲୁଗା କୁ ତୁରନ୍ତ ଶୁଖାଇ ଦେବା ଉଚିତ ।

4. ଚପଲ ପିନ୍ଧି ଗାଧନ୍ତୁ ନାହିଁ :-

ଗାଧୋଇବା ସମୟରେ ଚପଲ ପିନ୍ଧି ଗାଧୋଇବା ବହୁତ ଅଶୁଭ ହୋଇଥାଏ , ଏହାଦ୍ୱାରା ଧନହାନୀ ଜନିତ ସମସ୍ୟା ଲାଗି ରହିଥାଏ । ଗାଧୋଇବା ସମୟରେ ପ୍ରଥମ ପାଣି ପାଦରେ ପକାଇବାକୁ ଶୁଭ ମନାଯାଏ ।

5. ନୀରବ ହୋଇ ସ୍ନାନ କରନ୍ତୁ ନାହିଁ :-

ସ୍ନାନ କରିବା ବେଳେ କୌଣସି ମନ୍ତ୍ର ଉଚ୍ଚାରଣ କରି କିମ୍ୱା ସଙ୍ଗୀତ ଗାନ କରି ସ୍ନାସ କରିବା ଦ୍ୱାରା ଆମ ମାନଙ୍କୁ ଶାନ୍ତି ମିଳିଥାଏ । ଏହି ଦିନ ଟି ବହୁତ ସତେଜ ମନେ ହୋଇଥାଏ ।

6 . ଗାଧୋଇସାରିବା ପରେ ନଖ କାଟନ୍ତୁ ନାହିଁ :-

ଗାଧୋଇ ସାରିବା ପରେ ନଖ କାଟିବା କିମ୍ୱା ସେଭିଙ୍ଗ ହେବା ଭୁଲ ଅଟେ , ଏପରି କରିବା ଆମ ସ୍ୱାସ୍ଥ୍ୟ ପାଇଁ ହାନୀ କାରକ ହୋଇଥାଏ ।

7 . ଅଗ୍ନି ସ୍ପର୍ଶ କରିବା :-

ଅଧିକାଂଶ ମହିଳା ମାନେ ଗାଧୋଇ ସାରିବା ପରେ ସଙ୍ଗେ ସଙ୍ଗେ ରୋଷେଇ କରିଥାନ୍ତି କିନ୍ତୁ ଏହା ପୂର୍ବରୁ ଆପଣ କିଛି ପାଟିରେ ଲୁଣ ମାରନ୍ତୁ ଏବଂ ଏହା ପରେ ଅଗ୍ନିକୁ ସ୍ପର୍ଶ କରନ୍ତୁ । ଏହି ଭୁଲ ଦ୍ୱାରା ଘରେ ଖାଦ୍ୟର ଅଭାବ ଦେଖାଦେଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment