ଗାଈ ପାଦର ମାଟି କୁ ନେଇ ଏହି ମହା ଉପାୟ କରିବା ଦ୍ୱାରା ଭିକାରୀ ବି ହୋଇଯିବ କୋଟିପତି

0

ହିନ୍ଦୁ ଧର୍ମରେ ଗାଈକୁ ମାତା ର ସ୍ଥାନ ଦିଆଯାଇଛି ।ଏହାକୁ ସର୍ବେ ଭଗବାନଙ୍କ ସମକକ୍ଷ ଚିନ୍ତା କରି ପୂଜା ପାଠ କରିଥାନ୍ତି ।ଗାଈ ଠାରୁ ପ୍ରାପ୍ତ ସମସ୍ତ ବସ୍ତୁ ଯଥା – ମୂତ୍ର ମଳ,ଦୁଗ୍ଧ,ଦହି,ପ୍ରଭୃତି ପଞ୍ଚଗବ୍ୟ ଭାବେ ପ୍ରସିଦ୍ଧ ଏବଂ ପବିତ୍ର ମଧ୍ୟ।ଗାଈର ପାଦ ଧୂଳି ମଧ୍ୟ ସେହିପରି ଅନ୍ୟଏକ ବିରଳ ଅସାଧାରଣ ଜିନିଷ ଯାହାର ମହିମା ସମସ୍ତଙ୍କୁ ଅଗୋଚର ।ଆଜି ଆମେ ଏହି ବିଷୟରେ ଜାଣିବା ।

ଯେଉଁଲୋକଙ୍କ ଘରେ କିଛି ବି ପ୍ରକାର ସମସ୍ୟା ଅଛି, ଆପଣଙ୍କୁ ଯଦି କିଛି ବି ପ୍ରକାର ରୋଗ ଅଛି, ଆର୍ଥିକ ସମସ୍ୟା ଅଛି କିମ୍ଵା ଆପଣଙ୍କୁ ଯଦି ଗୃହସ୍ଥ ସୁଖ ମିଳୁନଥାଏ,ତେବେ ଏହି ସବୁ ସମସ୍ୟାକୁ ଦୂରକରିବ ଏହି ଉପାୟ।ଏହି ଉପାୟ ସେମାନଙ୍କ ପାଇଁ ମଧ୍ୟ ଫଳପ୍ରଦ ହେବ, ଯେଉଁ ମହିଳାଙ୍କର ଛୁଆ ହେଉନାହିଁ।

ବନ୍ଧୁଗଣ କିଛି ଲୋକ ଏମିତି ଥାଆନ୍ତି ଯେ, ତାଙ୍କର ସମ୍ପତ୍ତି ଥାଏ କିନ୍ତୁ ତାକୁ ଉପଭୋଗ କରିପାରନ୍ତି ନାହିଁ।ଏହି ସମସ୍ୟାର ପ୍ରତିକାର ଏବଂ ନବଗ୍ରହକୁ ଶାନ୍ତ କରିବା ପାଇଁ ଏହି ଉପାୟ କରନ୍ତୁ।ଏହି ଉପାୟଟି ଗାଇ ସମ୍ବନ୍ଧୀୟ ଅଟେ।ଏହାଦ୍ଵାରା ମା ଲକ୍ଷ୍ମୀ ଏବଂ ଶୁକ୍ର ଗ୍ରହକୁ ମଧ୍ୟ ସନ୍ତୁଷ୍ଟ କରାଯାଇପାରିବ।ଆମ ଭାରତରେ ଗାଇକୁ ମା ସମାନ ପୂଜା କରାଯାଇଥାଏ।ବୈଜ୍ଞାନିକ ଦୃଷ୍ଟିରୁ ମଧ୍ୟ ଗାଇ ସ୍ଵତନ୍ତ୍ର ଅଟେ।କାରଣ ଗାଇ ଏକ ଏମିତି ପଶୁ ଯିଏକି, ଅମ୍ଳଜାନକୁ ପ୍ରଶ୍ଵାରରେ ନେଇଥାଏ ଏବଂ ନିଶ୍ଵାସରେ ମଧ୍ୟ ଅମ୍ଳଜାନ ଛାଡ଼ିଥାଏ।

ଆପଣମାନେ ତ ଜାଣିଥିବେ ସମସ୍ତ ପଶୁ ଆମ ଭଳି, ଅମ୍ଳଜାନ ଗ୍ରହଣ କରି ଅଙ୍ଗାରକାମ୍ଳ ଛାଡିଥାନ୍ତି।ଗଛ ସେହି ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ଛାଡ଼ିଥାଏ।ସେଥିପାଇଁ ଗଛ ଆମପାଇଁ ମହତ୍ୱପୂର୍ଣ୍ଣ ଅଟେ। ଗାଇ ମଧ୍ୟ ଆମ ପାଇଁ ଏକ ଭଲ ଉପହାର ଅଟେ।ଏହାଛଡ଼ା ଆପଣମାନେ ତ ଜାଣିଥିବେ ଯେ, ଗାଇର ମୂତ୍ର କେତେ ଔଷଧରେ ବ୍ୟବହାର କରାଯାଏ।

ଗାଇର କ୍ଷୀର ଏବଂ ଗୋବର ମଧ୍ୟ ଆମେ ବ୍ୟବହାର କରିଥାଉ।ଯେଉଁ ଘରେ ଗାଇଥାଏ ସେ ଘରେ ଶାନ୍ତି ମଧ୍ୟ ରହିଥାଏ।ସକାଳୁ ସକାଳୁ ଗାଇକୁ ଚାରା ଗୁଡ଼ ରୁଟି ଖୁଆଇଲେ, ଆପଣଙ୍କର ଗ୍ରହ ଶାନ୍ତ ହେବା ସହ ପିତୃଦୋଷ କଟି ଯାଇଥାଏ।

ଏବେ ଆସନ୍ତୁ ଜାଣିବା କଣ ସେହି ଉପାୟ ଯାହାଦ୍ଵାରା,ସମସ୍ତ ସମସ୍ୟା ଦୂର ହୋଇଥାଏ। ଏଥିପାଇଁ ଆପଣ ଗାଇ ରଖାଯାଉଥିବା ସ୍ଥାନକୁ ଯାଇ, ଗାଇ ପାଦର ମାଟି ନେଇ ଆସନ୍ତୁ।ଏହାପରେ ସେଥିରେ ଗଙ୍ଗାଜଳ ମିଶେଇକି ଛୋଟ ଛୋଟ ୫ଟି ବା ୭ଟି ଗୋଳି ବନାନ୍ତୁ।ରାତିରେ ଶୋଇବା ସମୟରେ ଏହାକୁ ବିଛଣା ତଳେ ରଖିଦିଅନ୍ତୁ।ପରଦିନ ସକାଳୁ ଉଠିଲା ପରେ ଏହି ଗୋଳିକୁ, ଓସ୍ତ ଗଛର ମୂଳରେ ଚଢେଇ ଦିଅନ୍ତୁ।

ଏହିପରି ଯଦି ଆପଣ ୧୫ଦିନ କରିବେ,ତେବେ ଆପଣଙ୍କର ଅନେକ ସମସ୍ୟାର ସମାଧାନ ହୋଇଯିବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।