ଦେଖନ୍ତୁ ଭିଡ଼ିଓ : ଗ୍ୟାଙ୍ଗଷ୍ଟାର ହାଇଦର ଏନ୍ କାଉଣ୍ଟର ର କିଛି ରୋଚକ ରହସ୍ୟର ହେଲା ପର୍ଦାଫାଶ

0

ବନ୍ଧୁଗଣ କୁଖ୍ୟାତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ହାଇଦର ର ମୃତ ଘଟଣା ଏବେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ନେଇ ସାରା ଓଡ଼ିଶାରେ ଏକ ପ୍ରକାର ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହା ସହିତ ଏସିଏଫ ସୌମ୍ୟରଂଜନ ମହାପାତ୍ର ଙ୍କ ମୃତ୍ୟୁ ଘଟଣା ମଧ୍ୟ ବେଶ ଚର୍ଚ୍ଚିତ ଖବର ହୋଇ ପଡ଼ିଛି।ତେବେ ପୋଲିସ୍ ର ଏନ୍‌କାଉଣ୍ଟରେ ହାଇଦର ମୃତ ହୋଇଥିବା ଘଟଣା ସୂଚନା ମିଳିଛି। ଏହା ପରେ ହାଇଦର ର କଳା ସାମ୍ରାଜ୍ୟ ର ଅନ୍ତଃ ଘଟିଛି। ତେବେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହାଇଦର ମୃତ ବୋଲି ଘୋଷଣା ହୋଇଥିଲା ଆଉ ଏହା ପରେ ତାର ମୃତ ଶରୀର ମଧ୍ୟ ତାର ପରିବାର କୁ ହସ୍ତାନ୍ତର କରା ଯାଇଥିଲା।

ତେବେ ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର କୁ ଏନକାଉଣ୍ଟର କରାଯିବା ପରେ ତାକୁ ବାଲେଶ୍ୱର ହସ୍ପିଟାଲକୁ ନିଆ ଯାଇଥିଲା ଓ ସେଠାରେ ହିଁ ତାକୁ ମୃତ ବୋଲି ଘୋଷଣା କରା ଯାଇଥିଲା। ତେବେ ମିଳିଥିବା ସୂଚନା ଅନୁଯାୟୀ ସିମୁଳିଆ ନିକଟରେ ହାଇଦରକୁ ଏନକାଉଣ୍ଟର କରା ଯାଇଥିଲା। ଘଟଣା କ୍ରମ ଏହା ଥିଲାକି ଏହି ଗ୍ୟାଙ୍ଗଷ୍ଟାର କୁ ବାରିପଦା ଜେଲ ଭିତରକୁ ନିଆ ଯାଉଥିବା ବେଳେ ରାସ୍ତାରେ ତାକୁ ଏନକାଉଣ୍ଟର କରା।ଯାଇଥିଲା। ଆଉ ଏହି ଏନକାଉଣ୍ଟରରେ ମୃତ ହୋଇଥିବା ହାଇଦରର ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ପୋଷ୍ଟମର୍ଟମ ହୋଇଥିଲା।ତେବେ ପୋଷ୍ଟମର୍ଟମ ପରେ ଯାଇ ହାଇଦରର ମୃତଦେହ ପରିବାରକୁ ଦିଆ ଯାଇଥିଲା।

ତେବେ ହାଇଦର ର ମୃତ୍ୟୁ ପରେ ଆପାତତଃ କେହି ବିଚଳିତ ନାହାନ୍ତି କିମ୍ବା ଏଥିରେ ଦୁଃଖ ବି କରିବାର କିଛି ଆବଶ୍ୟକତା ନାହିଁ। କାରଣ ଏଭଳି କୁଖ୍ୟାତ ଅପରାଧୀ ପାଇଁ କାହା ମନରେ ବି ସମବେଦନା ନାହିଁ। କିନ୍ତୁ କହିବାର କଥା ହେଉଛି କେନ୍ଦ୍ରାପଡ଼ା ର କିଛି ଅଞ୍ଚଳରେ ୧୪୪ ଧାରା ଲାଗୁ କରା ଯାଇଥିଲା ହାଇଦରର ମୃତ୍ୟୁ ପରେ। ତେବେ ଏଠାରେ ପ୍ରଶ୍ନ ଉଠୁଛି କି ଯଦି ହାଇଦର ମୃତ୍ୟୁ ପରେବି ପ୍ରଶାସନ ର ଏତେ ଭୟ ତେବେ ସେ ବଞ୍ଚିଥିବା ବେଳେ କେତେ ଭୟ ନଥିବ ସାଧାରଣ ଲୋକ ଏବଂ ପୋଲିସ ର। ତାର ଅପରାଧ ର କଳା ଚିଠା ଖୋଲିବେ ବୋଲି ଯେଉଁ ପୋଲିସ୍ ବାବୁ କହୁଥିଲେ ତାହା କଣ ହେଲା।

ଜେଲ୍ ରେ ଥିବା ସମୟରେ କିଛି ତା ମୁହଁରୁ ବାହାର କଲେନି କାହିଁକି। କିଏ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ରେଫର୍ କରିଥିଲେ। ଏସବୁ ର ପ୍ରଶ୍ନ ଏବେବି ମିଳିନାହିଁ।ସୂଚନା ଥାଉ କି କିଛି ଦିନ ତଳେ କଟକ ବଡ଼ ମେଡିକାଲରୁ ଖସି ଯାଇଥିଲା ହାଇଦର। ଆଉ ଏହାପରେ ପୋଲିସ୍ ର ଛାନଭିନ ପରେ ଯାଇ ହାଇଦରକୁ ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲାରୁ ଗିରଫ କରା ଯାଇଥିଲା।ଆଉ ପରେ ଏବେ ତା ମୁହଁରୁ ଅସମାହିତ ପ୍ରଶ୍ନର ଉତ୍ତର ପାଇବା ପୂର୍ବରୁ ତାକୁ ଏନ୍ କାଉଣ୍ଟର କରାଗଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।