ଗପ କୁହ Vs ଛେନା ଗୁଡ, ଆସିଲା ବିଜେଡିର ପ୍ରଚାର ଗୀତ “ଗପ କୁହ” ଗୀତ ଶୁଣିଲେ ହୋସ ଉଡିଯିବ… ଦେଖନ୍ତୁ ଭିଡ଼ିଓ

0

ନିର୍ବାଚନୀ ଗୀତରେ କମ୍ପୁଚି ନିର୍ବାଚନୀ ମଇଦାନ। ଆଉ ନିର୍ବାଚନ ରଣାଙ୍ଗନରେ ସବୁ ଦଳର ପ୍ରାର୍ଥୀ। ଭୋଟ ଖଣ୍ଡେ ପାଇବା ପାଇଁ ଚାଲିଛି କେତେ କସରତ। ଅନେକ ପ୍ରାର୍ଥୀ ଏଥରର ଏହି ନିର୍ବାଚନରେ ଆପଣେଇ ଛନ୍ତି ଅନେକ ରକମର ଭିନ୍ନ କିସମର ନିର୍ବାଚନୀ ପ୍ରଚାର। ଗୀତରେ ଗୀତରେ ଚାଲିଛି ନିର୍ବାଚନୀ ପ୍ରଚାର। ଆଉ ଏହି ଗୀତ ଗୁଡିକ ବି ବେଶ୍ ସୁନ୍ଦର୍ ହୋଇଛି, ମନଛୁଆଁ ହୋଇଛି। ଏଥର ଡୋର ଟୁ ଡୋର କେମ୍ପେନ୍ ଅପେକ୍ଷା ଅଧିକ ଜୋର ଧରିଛି ଡିଜିଟାଲ କେମ୍ପେନ। କରନା କଟକଣା ଥିବାରୁ ଏହି ଡିଜିଟାଲ ପ୍ରଚାରକୁ ଅଧିକ ଗୁରୁତ୍ବ ଦେଇଛନ୍ତି ସବୁ ଦଳର ପ୍ରାର୍ଥୀ ମାନେ। କେହି କାହାଠୁ ପଛରେ ନାହାଁନ୍ତି।

ଏଥିପାଇଁ ସେମାନେ ହ୍ଵାଟସଆପ୍, ଫେସବୁକ୍ ଓ ଇନଷ୍ଟାଗ୍ରାମ, ଟୁଇଟର ଆଦି ମାଧ୍ଯମରେ ପ୍ରଚାର ଏବଂ ପ୍ରମୋସନ୍ କରୁଥିବାର ଦେଖିବାକୁ ମିଳୁଛି।ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଡିଜିଟାଲ ପ୍ରମୋସନ ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଆଉ ଏଥିପାଇଁ ଷ୍ଟୁଡିଓ ରେ ନିର୍ବାଚନ ର ପ୍ରାର୍ଥୀ ମାନଙ୍କୁ ନେଇ ଚାଲିଛି ଗୀତ ରେକର୍ଡିଙ୍ଗ। ଆଉ ଏବେ ସବୁ ଲୋକପ୍ରିୟ ଗୀତ ଗୁଆଘିଅ, ପାଣି ମାରିଦେଲା ଝାଇଁ, ଚକୁଳିଆ ପଣ୍ଡା, ବଉଳ ଲୋ ଭଳି ଗୀତରେ ଚାଲିଛି ନିର୍ବାଚନୀ ର ଏହି ଗୀତ ରେକର୍ଡିଙ୍ଗ। ଏହିପରି ଭାବରେ ବିଭିନ୍ନ ହିଟ୍ ଗୀତରେ ପ୍ରାର୍ଥୀ ମାନଙ୍କର ଜୀବନଶୈଳୀ ଏବଂ ରାଜନୀତି ଉପରେ ଗୀତ ଲେଖି ,ଗୀତ ସଂଯୋଜନା କରାଯାଇ ରେକର୍ଡ଼ିଂ କରା ଯାଉଛି।

ଆଉ ଏପରି କରିବା ଦ୍ଵାରା ଏପଟେ କୋଭିଡ଼ ନିୟମ ପାଳନ ହେବା ସହିତ ଅନ୍ୟପଟେ କଳାକାର ମାନଙ୍କୁ ମଧ୍ୟ କିଛି ରୋଜଗାର ମଧ୍ୟ ମିଳି ଯାଉଥିବାରୁ ସେମାନେ ମଧ୍ୟ ଖୁସି ଅଛନ୍ତି।ଏଥିପାଇଁ ବିଭିନ୍ନ ଷ୍ଟୁଡିଓ ରେ ଗୀତ ରେକର୍ଡିଙ୍ଗ ପାଇଁ ଲାଗି ପଡିଛନ୍ତି କଳାକାର ମାନେ। ସୁନ୍ଦର୍ ସ୍ଵର ସାଙ୍ଗକୁ ଗୀତ ତିଆରିରେ ଲାଗିଛନ୍ତି ସଙ୍ଗୀତଜ୍ଞ, ଗୀତିକାର ଏବଂ ନିର୍ଦ୍ଦେଶକ ମାନେ।କୋଭିଡ କଟକଣା ପାଇଁ କମ୍ ଲୋକଙ୍କୁ ନେଇ ନିର୍ବାଚନ ପ୍ରଚାର କରିବାକୁ ନିର୍ବାଚନ କମିଶନର ଙ୍କ କଡା ନିର୍ଦ୍ଦେଶ ରହିଥିବା ବେଳେ ଏବଂ ଜନଗହଳି କରି ନିର୍ବାଚନୀ ପ୍ରଚାର ପାଇଁ ନିୟମ ନଥିବାରୁ ଏବେ ଡିଜିଟାଲ କ୍ୟାମ୍ପେନ୍ ପ୍ରାର୍ଥୀ ମାନଙ୍କ ପାଇଁ ସବୁଠାରୁ ବଡ ଅସ୍ତ୍ର ପାଲଟିବା ରେ ଲାଗିଛି।

ତେବେ ଯେଉଁସବୁ ଗୀତ ଯାହା ମାର୍କେଟ ରେ ଏବେ ଧୁମ୍ ମଚାଇବା ରେ ଲାଗିଛି, ସେହି ସବୁ ଗୀତକୁ ନେଇ ଚାଲିଛି ଜୋରଦାର ପ୍ରଚାର। ଯେମିତି ଏବେ ଅନ୍ଯ ଦଳକୁ ଟକ୍କର ଦେବାପାଇଁ ଗୁଆଘିଅ ଗୀତର ସ୍ଵରରେ ବିଜେଡି ବାହାର କରିଛି ଗପକୁହ ଗୀତ। ବିରୋଧୀ ଦଳକୁ ଆକ୍ଷେପ କରି, କେନ୍ଦ୍ର ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟ ନକରି ଖାଲି ଗପ କହିବାକୁ ନେଇ ଏ ଗୀତଟି ସେହିଭଳି ସଜା ଯାଇଛି। ଏହି ଗୀତଟି ଛେନା ଗୁଡ଼ ଗୀତକୁ ଦେଉଛି ଟକ୍କର। ଗୀତଟି ବି ବହୁତ୍ ଦମଦାର ହୋଇଛି। ଦେଖାଯାଉ ଏହା ଭୋଟର ମାନଙ୍କ ଉପରେ କିପରି ପ୍ରଭାବ ପକାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।