Pregnancy Tips – ଗର୍ଭାବସ୍ଥାରେ ସମ୍ପର୍କ ରଖିବା ଠିକ ନା ଭୁଲ ? ନିଶ୍ଚୟ ଜାଣି ରଖନ୍ତୁ ନଚେତ ପସ୍ତେଇବେ

ଆଜି ଆମେ ଏକ ବିଶେଷ କଥା ଉପରେ ଆଲୋଚନା କରିବା ପାଇଁ ଯାଉଛୁ। ଯାହା ଜାଣିବା ଅନେକଙ୍କ ପାଇଁ ନିହାତି ଆବଶ୍ୟକ ଅଟେ।ଏହା ବିବାହିତ ଦମ୍ପତ୍ତି ମାନଙ୍କ ପାଇଁ। ଅନେକ ଦମ୍ପତ୍ତି ନିଜର ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା କୁ ଠିକ୍ ଭାବରେ ରଖିବା ପାଇଁ ଚାହିଁଥାନ୍ତି ସତ କିନ୍ତୁ ସେଥିପାଇଁ କଣ କରିବାକୁ ପଡ଼ିଥାଏ ସେ ବିଷୟରେ ଜାଣି ନଥାନ୍ତି। କେଉଁ ସମୟରେ ଗର୍ଭ ଧାରଣ କରିବା ଦ୍ଵାରା ଏହା ମାଆ ଏବଂ ଛୁଆ ପାଇଁ ଭଲ ହୋଇଥାଏ କିମ୍ବା ଏମିତି କଣ କରିବା ଦ୍ୱାରା ଗର୍ଭ ଧାରଣ କରିବାରେ କୌଣସି ଅସୁବିଧା ହୋଇ ନଥାଏ। ଏହାଛଡ଼ା ଗର୍ଭ ଧାରଣ ସମୟରେ ଆମକୁ କେଉଁ ସବୁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ଅଟେ ତାହା ମଧ୍ଯ ଅନେକଙ୍କୁ ଜଣା ନଥାଏ।

ତେବେ ଆଜିର ଏହି ଲେଖା ମାଧ୍ୟମରେ ଆମେ ଜାଣିବା ଯେ ଜଣେ ମହିଳା ଗର୍ଭବତୀ ଥିବା ସମୟରେ କେଉଁ ସବୁ କଥା ବିଶେଷ ଧ୍ୟାନ ଦେବା ଆବଶ୍ୟକ ଅଟେ। ଏହାଛଡ଼ା ଆମେ ଜାଣିବା ଯେ କେଉଁ ଅସୁବିଧା କିମ୍ବା ସମସ୍ୟା ଥିଲେ ଶାରିରୀକ ସଂପର୍କ ସ୍ଥାପନ କରିବା ଉଚିତ୍ ହୋଇ ନଥାଏ। ଏସବୁ ନଜାଣି ନିଜ ହିସାବରେ ଶାରିରୀକ ସମ୍ବନ୍ଧ ରଖିଲେ ଆପଣ ଭବିଷ୍ୟତରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି। ଏମିତି କଲେ ଆପଣଙ୍କୁ ଗର୍ଭପାତ ମଧ୍ଯ କରିବାକୁ ପଡିପାରେ। ଆପଣଙ୍କୁ ଜାଣିବାକୁ ପଡ଼ିବ ଯେ କେଉଁ ସମୟରେ ଶାରିରୀକ ସମ୍ପର୍କ ରଖିବା ଅନୁଚିତ୍ ଅଟେ।

ଆପଣଙ୍କୁ କହି ରଖୁଛୁ ଯେ ଯଦି ଆପଣଙ୍କର ଏକାଧିକ ଥର ଗର୍ଭପାତ ହୋଇଛି ବା ସଠିକ୍ ସମୟ ପୁର୍ବରୁ ଡେଲିଭାରି ହୋଇଛି କିମ୍ବା ୟୁଟରାସ ର ମୁହଁ ଛୋଟ ହୋଇଛି କି ଷ୍ଟିଚ ପଡିଛି କିମ୍ବା ପ୍ଲାସେଣ୍ଟା ତଳ ଆଡକୁ ରହିଛି ତାହେଲେ ଏଭଳି ପରିସ୍ଥିତି ରେ ଆପଣଙ୍କୁ ଶାରିରୀକ ସମ୍ପର୍କ ରଖିବା ଉଚିତ୍ ହୋଇ ନଥାଏ।ଆଉ ଯଦି ଏଭଳି ସମସ୍ୟା ଥାଇ ଆପଣ ସମ୍ବନ୍ଧ ରଖୁଛନ୍ତି ତେବେ ମହିଳାଙ୍କର ପ୍ରଥମ ୩ ମାସରେ ଗର୍ଭପାତ ହେବାର ସମ୍ଭାବନା ରହିଛି। ଏଥିରେ ରକ୍ତସ୍ରାବ ମଧ୍ଯ ହୋଇପାରେ। ଯଦି ଆପଣଙ୍କ ଶିଶୁର ବୃଦ୍ଧି ଆଉ ବିକାଶ ଠିକ୍ ଭାବରେ ହୋଇନଥାଏ ତେବେ ମଧ୍ଯ ଏହା ଶିଶୁ ପାଇଁ ବିପଦ ସୃଷ୍ଟି କରିପାରେ। ତେଣୁ ଏଥିପାଇଁ ଯଥା ସମ୍ଭବ ସଚେତନ ରୁହନ୍ତୁ।

ଏହାଛଡ଼ା ଯଦି ଆପଣ ମହିଳାଙ୍କ ସହ ସଂପର୍କ ରଖୁଛନ୍ତି ତେବେ ନିଶ୍ଚିତ ଭାବରେ ସେମାନଙ୍କ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ଅଟେ। କାରଣ ଏହାଦ୍ବାରା ଇନ୍ଫେକ୍ସନ ହେବାର ସମ୍ଭାବନା ରହିଥାଏ। ଆପଣ ଚାହିଁଲେ ୯ ମାସର ଶେଷ ବେଳକୁ ତାଙ୍କ ସହ ସଂପର୍କ ରଖି ପାରିବେ। କାରଣ ସେତେବେଳେ ଆପଣଙ୍କ ଶିଶୁ ର ବୃଦ୍ଧି ବିକାଶ ଠିକ୍ ଭାବରେ ହୋଇ ସାରିଥାଏ। ତେବେ ଏଥିପାଇଁ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment