ଗର୍ଭବତୀ ମହିଳାମାନେ ଗର୍ଭବସ୍ଥାରେ କେମିତି ନେବେ ନିଜର ଯତ୍ନ , କଣ କରିବେ ଏବଂ କଣ କରିବେ ନାହିଁ ଆସନ୍ତୁ ଜାଣିବା

ଗର୍ଭଧାରଣ କରିବା ସମସ୍ତ ମହିଳା ମାନଙ୍କ ଜୀବନରେ ଏକ ଲକ୍ଷ୍ୟଥାଏ ଏବଂ ସେମାନେ ପରିବାରକୁ ଗୋଟିଏ ନୂତନ ସଦସ୍ୟକୁ ସ୍ୱାଗତ କରିବା ପାଇଁ ମନରେ ଅନେକ ଆଶା ବାନ୍ଧିଥାନ୍ତି । ଯେତେବେଳେ ଜଣେ ମହିଳା ଗର୍ଭଧାରଣ କରିଥାଏ ସେ ସମୟରେ ଘର ସମସ୍ତ ସଦସ୍ୟ ତାଙ୍କର ଯତ୍ନ ନେବା ସହିତ ସର୍ବଦା ତାଙ୍କୁ ଜଗି ରଖି ଚଳିବାକୁ କହିଥାନ୍ତି । ଗର୍ଭବତୀ ମହିଳା ମାନେ ନିଜର ଧ୍ୟାନ ନରଖିଲେ କିଛି ଦୁର୍ଘଟଣା ମଧ୍ୟ ଘଟିଥାଏ , ଯହା ମା ଓ ସନ୍ତାନର କୌଣସି ପ୍ରକାର କ୍ଷତି କରାଇଥାଏ । ସେଥିପାଇଁ ଗର୍ଭବତୀ ମାନଙ୍କୁ ସର୍ବଦା ନିଜର ଧ୍ୟାନ ରଖିବା ପାଇଁ କୁହାଯାଇଥାଏ । ତେବେ ଆଜି ଆମେ ଜାଣିବା ଗର୍ଭବତୀ ମହିଳାମାନେ ଗର୍ଭଧାରଣ ସମୟରେ କିପରି ନିଜର ଯତ୍ନ ନେବା ଉଚିତ ।

ଡକ୍ଟରଙ୍କ କହିବା ଅନୁସାରେ ଜଣେ ମହିଳାର ପ୍ରଥମ ମାସିକ ଡିଏଚଆରଏମ ମିସ ହେବା ପରେ ଆପଣଙ୍କୁ ଜାଣିବା ଉଚିତ ଯେ ଆପଣ ଗର୍ଭଧାରଣ କରିଛନ୍ତି କି ନାହିଁ । ଏହା ଜାଣିବା ବର୍ତ୍ତମାନ ସମୟରେ ବହୁତ ସହଜ କାରଣ ପ୍ରତ୍ୟୋକ ଔଷଧ ଦୋକାନରେ ଆପଣଙ୍କୁ କିଟ ମିଳିଯିବ । ଯାହା ସାହାର୍ଯ୍ୟରେ ଆପଣ କନଫର୍ମ ହୋଇପାରିବେ ବା ଜାଣି ପାରିବେ ଆପଣ ଗର୍ଭଧାରଣ କରିଛନ୍ତି କି ନାହିଁ । ଏହା ଜାଣିବା ପରେ ଘର ସମସ୍ତ ସଦସ୍ୟ ମାନଙ୍କୁ ଏକ ଖୁସୀର ଖବର ଦେଇଥାନ୍ତି ଏବଂ ଘରେ ରହିଯାଆନ୍ତି କିନ୍ତୁ ଢକ୍ଟର କହନ୍ତି ଏହା ବହୁତ ଭଲ ଅଟେ କାହିଁକିନା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ଏହା ହୋଇଥାଏ ଯେ ଗର୍ଭ ସଠିକ ସ୍ଥାନରେ ରହିଛି କି ନାହିଁ ।

ଜଣେ ଜଣେ ଗର୍ଭବତୀ ମହିଳା ମାନଙ୍କର ଗର୍ଭ ଯୁଟେରସ ନଥାଇ ଗର୍ଭ ବାହାରକୁ ରହିଥାଏ , ଯାହା ବଡ ହେଲା ପରେ ବ୍ଲିଡିଙ୍ଗ ହୋଇଥାଏ । ଯାହା ଆଗାମୀ ସମୟରେ ମା ଓ ସନ୍ତାନ ଦୁଦିଁଙ୍କ ପାଇଁ ବିପଦର କାରଣ ହୋଇଥାଏ । ତେଣୁ ପ୍ରଥମ ଷ୍ଟେଜ ସମୟରେ ଆପଣ ଡକ୍ଟରଙ୍କ ସହିତ ପରାମର୍ଶ କରନ୍ତୁ , କାହିଁକିନା ସେ ଅଲ୍ଟ୍ରାସାଉଣ୍ଡ ସାହାର୍ଯ୍ୟରେ ସଠିକ ସ୍ଥାନ ଜାଣିପାରିବେ ଏବଂ କିଛି ଅସୁବିଧା ହେଲେ ଆପଣଙ୍କୁ କହି ପାରିବେ । ଏହା ସହିତ ଆପଣଙ୍କ ଶରୀରରେ କେଉଁ ଜିନିଷର ଅଭାବ ହେଉଛି ତାହା ମଧ୍ୟ କହି ପାରିବେ , ଯାହା ଫଳରେ ଆପଣଙ୍କ ସ୍ୱାସ୍ଥ୍ୟ ଓ ଶିଶୁର ସ୍ୱାସ୍ଥ୍ୟ ପାଇଁ ମଙ୍ଗଳକାରୀ ହୋଇଥାଏ ।

ଗର୍ଭବତୀ ମହିଳାଙ୍କୁ ପ୍ରାୟତଃ ବାନ୍ତିର ସମସ୍ୟା ରହିଥାଏ ବା ଗ୍ୟାସ ଓ ବଦହଜମି ଭଳି ଅନେକ ସମସ୍ୟା ଦେଖାଦେଇଥାଏ , ସେହି ସମୟରେ ଆପଣ ଖାଦ୍ୟ କମି କରିବେ ନାହିଁ । ଥରକେ ଅଧିକ ଖାଇବା ଉଚିତ ନୁହଁ , ଆପଣ ଅଳ୍ପ ଅଳ୍ପ କରି ଖାଦ୍ୟ ଖାଇବା ଆବଶ୍ୟକ । ଏହା ଛଡା ଖାଲିପେଟରେ କେବେହେଲେ ପାଣି ପିଅନ୍ତୁ ନାହିଁ ଏହି ପରି ଅନେକ କଥାର ଧ୍ୟାନ ରଖିବାକୁ ପଡିଥାଏ ଏବଂ ଡକ୍ଟରଙ୍କ ପରାମର୍ଶ ମଘ୍ୟ ନେବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment