ବନ୍ଧୁଗଣ ଆପଣ ବର୍ତମାନ ଚାଲିଥିବା ଖେଳ ଦେଖୁଥିବେ ଏବଂ ଜାଣିଥିବେ ନିଶ୍ଚିତ |ସୋସିଆଲ ମିଡିଆରେ ଆପଣ ଅନେକ ପ୍ରକାର ଖବର ଜାଣୁଥିବେ ହେଲେ ମୁଁ ଆଜି ଆପଣକୁ ଏହି କ୍ରିକେଟ ଖେଳ ବିଷୟରେ କହିବି |ଏହି କ୍ରିକେଟ ହେଉଛି ଅନିଶ୍ଚିତତାର ଖେଳ, ଏଥିରେ ବାଜି କେତେବେଳେ କାହା ପଟକୁ ଓଲଟିବ ତାହା କାହାକୁବି ଜଣା ନଥାଏ |କେତେବେଳେ ଜିତି ରହିଥିବା ପାର୍ଟ ଶେଷ ସମୟରେ ହାରିଯାଏ ତ ଅନ୍ୟ ସମୟରେ ହାରିବା ଖେଳ ମଧ୍ୟ୍ୟ ଜିତିହୁଏ |ବର୍ତମାନ ଏହାର ଝଲକ ଆପଣ ପାକିସ୍ତାନ ଓ ଜିମ୍ବାଓଏ ଉଭୟଙ୍କ ଖେଳରୁ ବୁଝି ଯାଇଥିବେ |ସବୁଥର ପାକିସ୍ତାନ ଜିତି ରହିଥିବା ଖେଳ ଶେଷରେ କଣ ପାଇଁ ହାରି ଯାଉଛି ସେ ବିଷୟରେ ପ୍ରଶ୍ନ କରିଛନ୍ତି ପାକିସ୍ତାନର ପୂର୍ବତନ ଖେଳାଳି ସଏବ ଏଖତର |ତେବେ ଆସନ୍ତୁ ଜାଣିବା ଏହି ଖେଳର ସମ୍ପୂର୍ଣ ଖବର ବିଷୟରେ |
ପାକିସ୍ତାନ ଓ ଜିମ୍ବାଓଏ ଖଳରେ ପାକିସ୍ତାନକୁ ଏକ ରନ ମାର୍କ ଦେଇ ଜିମ୍ବାଓଏ ଟିଟୁଇଣ୍ଟି ବିଶ୍ୱକପରେ ବଡ଼ ବିପର୍ଯୟ ସୃଷ୍ଟି କରିଛି |କାରଣ ଜିମ୍ବାଓଏ ବିପକ୍ଷରେ ପ୍ରଥମରୁ ହିଁ ପାକିସ୍ତାନ ଥିଲା କିନ୍ତୁ ମୈଦାନରେ ଖେଳକୁ ଉଲଟାଇ ଦେଇଥିଲେ ଜିମ୍ବାଓଏ ଖେଳାଳି |ଶେଷ ପ୍ରଯ୍ୟନ୍ତ ପାକିସ୍ତାନ ହାତରେ ମ୍ୟାଚ ଥିଲେ ମଧ୍ୟ୍ୟ ଏହାକୁ ଛଡାଇ ଆଣିଥିଲା ଜିମ୍ବାଓଏ ଟିମ |କିନ୍ତୁ ବର୍ତମାନ ପାକିସ୍ତାନର ଏଭଳି ପ୍ରଦର୍ଶନକୁ ନେଇ ବର୍ଷିଛନ୍ତି ପାକିସ୍ତାନର ପୂର୍ବତନ ଖେଳାଳି |ଆଉ ଟିମ ଇଣ୍ଡିଆ ବିରୋଧରେ ମଧ୍ୟ ବିଷଉଗାଳିବା ଆରମ୍ଭ କରିଛନ୍ତି ପାକିସ୍ତାନର ପୂର୍ବତନ ଖେଳାଳି ସଏବ ଅଖତର |
ପାକିସ୍ତାନର ପରାଜୟକୁ ନେଇ ଚିଇଁ ଉଠିଛନ୍ତି ସଏବ ଅଖତାର, ସେ ପାକିସ୍ତାନର ପରାଜୟକୁ ସହଜରେ ହଜମ କରିପାରୁ ନାହାନ୍ତି ତେଣୁ ସେ ଭାରତ ବିରୋଧରେ ବର୍ଷୀବାକୁ ଲାଗିଛନ୍ତି |ଆସନ୍ତା ସପ୍ତାହରେ ସେ ଭାରତ ସହିତ ଖେଳିବେ ବୋଲି କହିଛନ୍ତି, ଜିମ୍ବାଓଏ ପାଖରୁ ପରାଜୟ ବହୁତ କଷ୍ଟ ଦାୟକ ବୋଲି କହିଛନ୍ତି ସଏବ,ଏନେଇ ସେ ଗଣମାଧ୍ୟମକୁ କିପରି ସାମ୍ନା କରିବେ କଣ ଉତ୍ତର ରଖିବେ,ଏଭଳି ପଦର୍ଶନ ବାସ୍ତବରେ ଲଜ୍ୟାଜନକ ଓ ନିରାଶଜନକ |ସଏବ ଅଖତର କହିଛନ୍ତି ପାକିସ୍ତାନ ଜିତିବା ମ୍ୟାଚକୁ ଭାରତ ହାତକୁ ଟେକିଦେଇଥିଲା ମାତ୍ର କିପରି ଜଣେ ସ୍ପିନରଙ୍କ ହାତରେ ଶେଷ ଓଭର ଦିଆଗଲା ତାହାକୁ ନେଇ ଟିମ ମ୍ୟାନେଜମେଣ୍ଟ ଉପରକୁ ପ୍ରଶ୍ନ କରିଛନ୍ତି ସଏବ |ନାୱାଜଙ୍କ ବୋଲିଂ ଶେଷ ଓଭର ପାଇଁ ଆଦୌ ଉଚିତ ନୁହଁ ଏଭଳି ନିଷ୍ପତି ସମ୍ପୂର୍ଣ ନିରାଶ ଜନକ |
ଏହା ପୂର୍ବରୁ ଭାରତ ପାକିସ୍ତାନ ମ୍ୟାଚରେ ନୁ ବଲ ବିବାଦକୁ ନେଇ ଭାରତକୁ ଟାର୍ଗେଟ କରିଥିଲେ ସଏବ, ସଏବ କହିଥିଲେ ଯେ ଏହା ନୁବଲ ନଥିଲା |ଏପରି ଚମପେୟାରଙ୍କ ନିଷ୍ପତିକୁ ନେଇ ସୋସିଆଲ ମିଡିଆରେ ସମାଲୋଚନା କରିବାକୁ ପଛାଇ ନଥିଲେ ସଏବ ଅଖତର |ତେଣୁ ପାକିସ୍ତାନର ଏହି ଉଗ୍ର ରୂପ ଆଗକୁ କି ପ୍ରକାର ଖେଳ ଦେଖାଇବା ତାହାର ଅପେକ୍ଷାରେ ସମସ୍ତେ, ପାକିସ୍ତାନର ପୁରାତନ ଖେଳାଳି ସଏବଙ୍କ କଥା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।