ଷ୍ଟୁଡ଼ିଓ ଭିତରେ ଦୁଷ୍କର୍ମ। ଟିକିଏ ଦେହ ସୁଖ ପାଇଁ ତଳକୁ ଖସି ଗଲେ ତିନି ଯୁବକ। ନିଜର ଭୋକ ମେଣ୍ଟାଇବା ପାଇଁ ଟେକି ଆଣିଥିଲେ ଯୁବତୀଙ୍କୁ ଆଉ ତା ପରେ ତିନି ଯୁବକ ମିଶି ଆମାନସିକ ଭାବେ କରି ଚାଲିଥିଲେ ଦୁଷ୍କର୍ମ।
ହଁ ଆଜ୍ଞା ଆପଣମାନେ ପ୍ରତିଦିନ ଏହି ଭଳି ଖବର ସୋସିଆଲ ମିଡିଆ ଟିଭି ଖବର କାଗଜରେ ହେଡ୍ ଲାଇନ୍ ଲାଇନ୍ ହୋଇ ବାହାରୁଛି। ଆପଣ ପ୍ରତିଦିନ ଏହି ଭଳି ଖବର ସଂସ୍ପର୍ଶରେ ଆସୁଥିବେ। ଆଜି ବି ଠିକ୍ ସେହିଭଳି ଏକ ଅମାନବୀୟ ଘଟଣା ଘଟି ଯାଇଛି।ତେବେ ଆସନ୍ତୁ କଣ ରହିଛି ଘଟଣା ତା ସମ୍ପର୍କରେ ଜାଣିବା।
ନେମାଳ ଥାନା ଜନାର୍ଦ୍ଦନପୁର ବଜାରରେ ଥିବା ସଙ୍ଗମ ଡିଜିଟାଲ ଷ୍ଟୁଡ଼ିଓ ଭିତରେ ଦୁଷ୍କର୍ମ। ତିନିଜଣ ଯୁବକ ଜଣେ ଯୁବତୀଙ୍କୁ ଟେକି ନେଇ ବଳ ପୂର୍ବକୁ ଦୁଷ୍କର୍ମ କରିଥିବାର ଅଭିଯୋଗ କରା ଯାଇଛି। ତିନିଜଣ ଯୁବକ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରୁଥିବା ବେଳେ ନେମାଳ ପୋଲିସ୍ କୈାଣସି ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପହଁଚି ଥିଲା। ଆଉ ଘଟଣା ସ୍ଥଳରେ ପହଁଚିବା ପରେ ତିନି ଯୁବକଙ୍କୁ ଗିରଫ କରିବା ସହିତ ଯୁବତୀ ଜଣଙ୍କୁ ଉଦ୍ଧାର କରିଥିଲେ।
ତେବେ ଦୁଷ୍କର୍ମ କରି ଥିବା ଏହି ତିନି ଜଣ ଯୁବକହେଲେ ନେମାଳ ଥାନା ଅନ୍ତର୍ଗତ ଜନାର୍ଦ୍ଦନପୁର ବଜାର ରେ ଥିବା ସଙ୍ଗମ ଡିଜିଟାଲ ଷ୍ଟୁଡ଼ିଓର ମାଲିକ ମାନସ ଜେନା। ଅନ୍ୟ ଦୁଇ ଜଣ ହେଲେ ଭଗିପୁର ବାଙ୍କୀ ଥାନା ଅଞ୍ଚଳର ସୁକାନ୍ତ ଜେନା ଓ ପିଣ୍ଟୁ ନାୟକ। ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁକାନ୍ତ ଜେନା ବୋଲି ପୋଲିସ୍ ସୂଚନା ଦେଇଥିବା ବେଳେ ଅନ୍ୟ ଦୁଇ ଯୁବକ ସୁକାନ୍ତଙ୍କୁ ମିଶି ସହଯୋଗ କରିଥିଲେ।
ତେବେ ପୀଡ଼ିତା ଯୁବତୀ ଜଣଙ୍କ ନେମାଳ ଥାନା ଅଞ୍ଚଳର ବୋଲି ଜଣା ପଡିଛି। ତେବେ ଦୁଷ୍କର୍ମ ସମୟରେ ଘଟଣା ସ୍ଥଳରେ ପୋଲିସ୍ ପହଁଚି ଯୁବତୀଙ୍କୁ ଉଦ୍ଧାର କରିବା ସହିତ ତିନି ଜଣ ଯୁବକଙ୍କ ନାଁରେ ମାମଲା ରୁଜ୍ଜୁ କରି କୋର୍ଟ ମରେ ହାଜିର୍ କରା ଯାଇଥିବା ନେଇ ନେମାଳ ଥାନା ପୋଲିସ୍ ପକ୍ଷରୁ ସୂଚନା ଦିଆ ଯାଇଛି।ଏପଟେ ଘଟଣା ସ୍ଥଳରେ ପୋଲିସ୍ ସହିତ ସାଇଣ୍ଟିଫିକ ଟିମ୍ ପହଁଚି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ନେମାଳ ଥାନା ପୋଲିସ ଘଟଣା ଉପରେ ଅଧିକ ତଦନ୍ତ ଜାରି ରଖିଛି ବୋଲି ସୂଚନା ମଧ୍ୟ ଦେଇଛି। ତେବେ ଯୁବତୀ ଜଣଙ୍କ ଏବେ ଡ଼ାକ୍ତର ଖାନାରେ ଚିକିତ୍ସିତ ହେଉଥିବାର ସୂଚନା ମଧ୍ୟ ମିଳିଛି। ତେବେ ଦେଖିବାକୁ ବାକି ରହିଲା ଦେହର ଭୋକ ମେଣ୍ଟାଇବା ପାଇଁ ନୃଶଂସ ସାଜି ଥିବା ଏହି ତିନି ଯୁବକଙ୍କୁ ଉପରେ କି କାର୍ଯ୍ୟନୁଷ୍ଠାନ ନିଆ ଯାଉଛି ତା ଉପରେ ସମସ୍ତଂକ ନଜର ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।