ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ହୋଇ ଚଇ ଖେଳେଇଛି ସେହି ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡଠାରେ ଖେଳାଯାଉଥିବା ଟି-20 ବିଶ୍ବକପର ଏକ ସୁପର-12 ମ୍ୟାଚ କଥା | ଆଉ ଯେଉଁଠି ଭାରତ ଆଗରେ 160 ରନର ବିଜୟ ଲକ୍ଷ୍ୟ ରଖିଥିଲା ପାକିସ୍ତାନ | ଏହି ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ | ପାକିସ୍ତାନର ଦୁଇ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବାବର ଆଜମ ଓ ମହମ୍ମଦ ରିଜଓ୍ବାନ ଇନିଂସ ଆରମ୍ଭ କରିଥିଲେ | ତେବେ ଭାରତ ପକ୍ଷରୁ ଅର୍ସଦୀପ ସିଂ ଓ ହାର୍ଦ୍ଦିକ ପାଣ୍ଡ୍ୟା 3ଟି ଲେଖାଏଁ ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସାମି ଓ ଭୁବନେଶ୍ବର କୁମାର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ | ବିଶ୍ୱକପ୍ର ଏକ ରୋମାଞ୍ଚକ ମୁକାବିଲାରେ ଭାରତ ଜିତିଥିଲା | ଆଉ ଯାହା ଫଳରେ ଭାବ ପ୍ରବଣ ହୋଇ ପାଣ୍ଡ୍ୟା ତାଙ୍କର ବାପା ଙ୍କୁ ମନେ ପକେଇଥିବା କଥା କୁହାଯାଉଛି | ତାହେଲେ ଆସନ୍ତୁ ସେ ବିଷୟରେ ଅଧିକ ଜାଣିବା |
ହଁ ଦର୍ଶକ ବନ୍ଧୁ ଟି-20 ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ସ୍ମରଣୀୟ ବିଜୟ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଭାବପ୍ରବଣ ହୋଇପଡିଛନ୍ତି | ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ସୂଚନା ଅନୁଯାୟୀ ଏହି ଷ୍ଟାର ଅଲରାଉଣ୍ଡର ଟିମ ଇଣ୍ଡିଆର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ | ପ୍ରଥମ ବୋଲିଂରେ ସେ ମାତ୍ର 30 ରନ ଦେଇ 3ଟି ଉଇକେଟ ନେଇ ପାକିସ୍ତାନ କୁ ଚିନ୍ତା ରେ ପକାଇଦେଇଥିଲେ | ତାପରେ ବିରାଟ କୋହଲିଙ୍କ ସହ ପ୍ରତିକୂଳ ପରିସ୍ଥିତିରେ ପଞ୍ଚମ ଉଇକେଟ ପାଇଁ 78 ବଲରେ 113 ରନ ଯୋଡିଥିଲେ |
ତାପରେ ଶେଷ ଓଭରର ପ୍ରଥମ ବଲରେ ବେପରୁଆ ସଟ ମାରି ହାର୍ଦିକ ପାଣ୍ଡ୍ୟା ଆଉଟ ହୋଇଥିଲେ 2ୟ ବଲରେ 1 ଓ 3ୟ ବଲରେ 2ରନ ହୋଇଥିଲା | 3 ବଲରେ 13 ରନ ଆବଶ୍ୟକ ଥିବା ବେଳେ ନୱାଜ୍ଙ୍କ ଫୁଲଟସ ବୋଲ କୁ କୋହଲି ଛକା ମାରିଥିଲେ | ବଲ ଅଣ୍ଟା ଉପରେ ଥିବା ଘୋଷଣା କରି ଅମ୍ପାୟାର ଏହାକୁ ନୋ ବଲ ଦେଇଥିଲ | ତେବେ ଏହି ହାଇଡ୍ରାମା ମ୍ୟାଚରେ ଇଫ୍ତିକାର ଅହମ୍ମଦଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ପାକିସ୍ତାନ 8 ୱିକେଟରେ 159 ରନ କରିଥିଲା | ଶେଷ ଓଭର ରେ 2 ୱିକେଟ ହରାଇ ଭାରତ ଜିତିଥିଲା | ତେବେ 29 ବର୍ଷୀୟ ଅଲରାଉଣ୍ଡର ପାଣ୍ଡ୍ୟା ଏହି ପ୍ରଦର୍ଶନକୁ ତାଙ୍କ ସ୍ବର୍ଗତଃ ପିତାଙ୍କୁ ଉତ୍ସର୍ଗ କରିଛନ୍ତି ବୋଲି କହିଛନ୍ତି |
ତେବେ ମ୍ୟାଚ ଶେଷ ହେବା ପରେ ଏକ ସାକ୍ଷାତକାରରେ ସେ ଭାବପ୍ରବଣ ହୋଇପଡିଥିଲେ ଓ ସେ ତାଙ୍କ ପିତାଙ୍କୁ ମନେ ପକାଇ ଭୋ ଭୋ ହୋଇ କାନ୍ଦିଥିଲେ | ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ମୁଁ ମୋ ପିଲାକୁ ବହୁତ ଭଲ ପାଏ କିନ୍ତୁ ପିଲାମାନଙ୍କ ପାଇଁ ସହର ଛାଡି ପାରିବି ନାହିଁ | ଯେତେବେଳେ ଆମେ 2 ଭାଇଙ୍କୁ 6 ବର୍ଷ ବୟସ ହୋଇଥିଲୁ ଆମେ ଗୋଟିଏ ସହର ଛାଡି କ୍ରିକେଟ କ୍ୟାରିୟର ପାଇଁ ଅନ୍ୟ ସହରକୁ ଆସିଥିଲୁ | ଏହା ଏକ ବଡ ଚ୍ୟାଲେଞ୍ଜ୍ ଥିଲା ଏହା କହିବାବେଳେ ହାର୍ଦ୍ଦିକଙ୍କ ଆଖିରୁ ଲୁହ ଝରିବାକୁ ଲାଗିଥିଲା ତାଙ୍କ ଭାବପ୍ରବଣ ଭିଡିଓ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।