ଯଦି ଆପଣଙ୍କ ଘର କୈାଣସି ଶ୍ମଶାନ ପାଖରେ ରହିଛି ତେବେ କଣ ଆପଣଙ୍କ ଘର ଉପରେ ଏହାର କୁ ପ୍ରଭାବ ପଡିଥାଏ ଆଉ ଯଦି ଆପଣଙ୍କ ଘର ଉପରେ କୁ ପ୍ରଭାବ ପଡୁଛି ତେବେ କିପରି କରିବେ ଏହାର ପ୍ରତିକାର।ଆସନ୍ତୁ ଜାଣିବା ଘର ପାଖରେ ଶ୍ମଶାନ ଥିଲେ କଣ କରିବେ।
ଯଦି ଆପଣଙ୍କ ଘରର ମୁଁହ ପୂର୍ବକୁ ରହିଛି ଏବଂ ଆପଣଙ୍କ ଘର ଆଖ ପାଖରେ ଶ୍ମଶାନ ରହିଛି ଆଉ ଯଦି ପରିବାର ସଦସ୍ୟ ମାନଙ୍କ ନଜର ସେହି ସ୍ଥାନ ଉପରେ ବାରମ୍ବାର ପଡୁଛି ତେବେ ଗୃହକୁ ବହୁତ୍ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଘରର କିଛ ଉନ୍ନତି ମୂଳକ କାର୍ଯ୍ୟ ହୋଇ ନଥାଏ। ଘରର ଯିଏ ମୁଖିଆ ଥାଆନ୍ତି ତାଙ୍କ ଉପରେ ବାଧା ଆସିଥାଏ। ଆଲାଗ ଏକ ଆଟ୍ରାକ୍ସନ ଆସିଥାଏ। ପାରିବାରିକ ସମସ୍ୟା ଉପୁଜି ଥାଏ। ପତି ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଖରାପ୍ ହୋଇଥାଏ। ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଯାଇଥାଏ। ମନ ଭିତରେ ଅନେକ ଅଜଣା ଭୟ ଜାଗ୍ରତ ହୋଇଥାଏ।
ତେବେ ଆପଣ ଯଦି ଭଡ଼ା ଘରେ ରହୁଛନ୍ତି ତେବେ ଆପଣ ଚାହିଁଲେ ଘର ବଦଳାଇ ପାରିବେ। କିନ୍ତୁ ଯଦି ଆପଣ ଘର ନିର୍ମାଣ କରିଛନ୍ତି କି କୌଣସି ପରିସ୍ଥିତରେ ଆପଣ ଘର ଛାଡ଼ି ପାରିବେ ନାହିଁ ତେବେ ମନକୁ ବହୁତ୍ ପ୍ରକାରର ନେଗେଟିଭ ଚିନ୍ତା ଆସିବ। ସେଥିପାଇଁ ଆପଣ କଣ କରିବେ ଜାଣି ରଖନ୍ତୁ:-
୧. ପ୍ରଥମେ ଆପଣଙ୍କ ଘରର ମୁଖ୍ୟ ଦ୍ଵାର ଶ୍ମଶାନ ଆଡକୁ ମୁହଁ କରି ରହିଛି ତେବେ ବହୁତ୍ ଅଧିକ ମୟୂର ପୁଚ୍ଛକୁ ଏକାଠି କରି ଆପଣଙ୍କ ଘର ସାମ୍ନାରେ ରଖି ଦିଅନ୍ତୁ।
୨. ଅଷ୍ଟ ଧାତୁରେ ଓମ୍ ସ୍ୱସ୍ତିକ ତ୍ରିଶୂଳକୁ ନେଇ ଘର ଦ୍ଵାରର ଦୁଇ ସାଇଡରେ ରଖି ଦିଅନ୍ତୁ। ଏବଂ ଅଶୋକ ପତ୍ର ବା ଆମ୍ବ ଡାଳର ତୋରଣ ସବୁ ବେଳେ ଘରର ଦ୍ବାର ଆଗରେ ଟାଙ୍ଗୁ ଥିବେ। ଏହା ଶୁଖି ଯିବା ପରେ ଏହାକୁ ବଦଳାଇ ପୁଣି ଏକ ନୂଆ ତୋରଣ କରି ମଧ୍ୟ ଲଗାଇ ପାରିବେ।
୩. ଆପଣଙ୍କ ମୁଖ୍ୟ ଦ୍ବାରରେ ଆପଣ ଗୋବରରେ ସ୍ୱସ୍ତିକ ଚିହ୍ନ ତିଆରି କରନ୍ତୁ। ଯଦି ସେଇଟା ଝଡି ଗଲା ତେବେ ପୁଣି ଥରେ ଆପଣ ଗୋବରରେ ସ୍ୱସ୍ତିକ ଚିହ୍ନ ତିଆରି କରି ନେବେ। କାରଣ ଗୋବର ହେଉଛି ବହୁତ୍ ପବିତ୍ର ତେଣୁ ଆପଣ ଯଦି ଗୋବରରେ ସ୍ୱସ୍ତିକ ଚିହ୍ନ ତିଆରି କରୁଛନ୍ତି ତେବେ ବହୁତ୍ ଗୁଡ଼ିଏ ନକାରାତ୍ମକ ଊର୍ଜା ଠାରୁ ଦୂରେଇ ରହିବେ।
୪. ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଆପଣ ସେହି ଘରେ ଝୁଣା, ଗୋବର, କିଛି କର୍ପୂର ଏବଂ ଲବଙ୍ଗକୁ ଜଳାଇ ତାର ଧୂଆଁକୁ ଘରର ଚାରି ଆଡେ ବୁଲାଇ ଦେବେ।
୫. ପ୍ରତ୍ୟେକ ଦିନ ସକାଳେ ସନ୍ଧ୍ୟା ଘଣ୍ଟା ଶଙ୍ଖର ଧ୍ଵନି ଘରେ ନିଶ୍ଚିତ ଭାବେ ହେବା ଦରକାର୍। ଯାହା ଦ୍ଵାରା ଘର ନକରାତ୍ମକ ପ୍ରଭାବ ଠାରୁ ଦୂରେଇ ରହିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।