ଘରକୁ ଆସିଲେ ସବୁବେଳେ ଖାଲି ସମ୍ବନ୍ଧ ପାଇଁ ବାଧ୍ୟ କରୁଥିଲେ’ ରାଗିଯାଇ ସ୍ୱାମୀକୁ ନିର୍ମମ ହତ୍ୟା କଲା ସ୍ତ୍ରୀ, ପୂରା ଘଟଣା ଜାଣି ହେବେ ତାଜୁବ୍

0

ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତି, ମାଡପିଟ ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି ସମାଜରେ ପୁରୁଷ ଓ ନାରୀମାନେ ମଧ୍ୟ ପଶୁ ଓ ହିଂସ୍ର ଭଳି ବ୍ୟବହାର କରୁଛି।ସେ କାହାରିକୁ ଖାତିରି କରୁନାହିଁ ଏବଂ ସମୟ ମିଳିଲେ ସେ ନିଜ ସ୍ୱାମୀକୁ ମଧ୍ୟ ଛାଡ଼ୁନାହିଁ। ବିଭିନ୍ନ ସମୟରେ ଏଭଳି ଅନେକ ଘଟଣା ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ଆମେ ଆପଣମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଘଟଣାଟି ହେଉଛି ସ୍ୱାମୀଟି ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ କହିବାରୁ ସ୍ତ୍ରୀ ନିଜ ସ୍ୱାମୀକୁ ମାରି ଦେଇଥିଲେ ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ମଙ୍ଗଳପୁର ଥାନା ଇସମାଇଲ ପୁର ଗ୍ରାମରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସେହି ଗ୍ରାମର ସୁବାସ କୁଂଅର ଓରଫ ଅଟଳ ଥାଲକୁଡି ପଂଚାୟତ ମଙ୍ଗଳପୁର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଘରଭଡା ନେଇ ରହୁଥିଲେ। ଅଟଳ, ଏବଂ ତାଙ୍କ ପତ୍ନୀ ମମତା ଓ ପୁଅ ଓମ ପ୍ରକାଶ ରହୁଥିବା ବେଳେ ଅନ୍ୟ ଏକ ରୁମରେ ତାଙ୍କ ଶାଳୀ ସଂଯୁକ୍ତା ବିଶ୍ୱାଳ ଓ ଶାଶୁ ଅରୁଣି ରାଉତ ରହୁଥିଲେ।ଗତ କିଛଦିନ ତଳେ ଅଟଳ ରାତି 10.30ରେ ମଦ ପିଇ ଘରକୁ ଆସିଥିଲେ। ଘରକୁ ଫେରି ସେ ତାଙ୍କ ସ୍ତ୍ରୀକୁ ଖାଇବାକୁ ମାଗିଥିଲେ ଓ ତାଙ୍କ ସ୍ତ୍ରୀ ମଧ୍ୟ ଖାଇବାକୁ ଦେଇଥିଲେ। ଖାଇ ସାରି ଦୁହେଁ ଶୋଇବାକୁ ଯିବା ପରେ ତାଙ୍କ ସ୍ୱାମୀ ଶାରୀରିକ ସମ୍ପର୍କ ରଖିବା ପାଇଁ ତାଙ୍କ ସ୍ତ୍ରୀକୁ କହିଥିଲେ। ମହିଳା ଜଣଙ୍କର ଦେହ ଅସୁସ୍ଥ ଥିବାରୁ ସେ ତାଙ୍କ କଥାରେ ରାଜି ହୋଇ ନଥିଲେ। ଯାହାକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଖୁବ ଜୋର ପାଟି ମୁଣ୍ଡ ଲାଗିଲା। ସ୍ୱାମୀ ଜଣଙ୍କ ତା ସ୍ତ୍ରୀ ପେଟର ବସି ପଡି ବାରୁ ତାକୁ ବହୁତ ଯନ୍ତ୍ରଣା ହୋଇ ଥିଲା ଓ ସେ ସହି ନପାରି ସ୍ୱାମୀକୁ ତଳକୁ ଠେଲି ଦେଇଥିଲେ।

ଏହି ଘଟଣାରେ ଦୁହିଁଙ୍କର କୁସ୍ତାକୁସ୍ତି ହୋଇ ଯୁବକ ତଳେ ପଡିଗଲେ ଓ ସେହି ସମୟରେ ମହିଳା ଜଣଙ୍କ ତାଙ୍କ ମୁହଁରେ ତକିଆ ଧରି ମାଡି ବସିଲେ ଓ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରି ମୁହଁରୁ ତକିଆକୁ କାଢି ଫପାଡ଼ି ଦେଇଥିଲେ। ତାଙ୍କ ବିଟାଳ ପାଟି ଶୁଣି ତାଙ୍କ ଘର ଲୋକ ଦୌଡ଼ି ଆସିଲେ, ଓ ଦେଖିଲେ ଯୁବକ ଜଣଙ୍କ ଖଟ ଉପରେ ଅଚେତ ଅବସ୍ଥାରେ ପଡିଛନ୍ତି। ତା ପରେ ତାଙ୍କୁ ଶୀଘ୍ର ହସ୍ପିଟାଲ ନେଇ ଗଲେ ଓ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।ଅନ୍ୟ ପଟେ ତାଙ୍କ ସ୍ତ୍ରୀ ଘରକୁ ଭଲ ଭାବରେ ଧୋଉ ଥିବାର ଦେଖି ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା। ପୋଲିସ ହତ୍ୟା କାଣ୍ଡ ବିଷୟରେ ଖବର ପାଇ ତାଙ୍କୁ ଜେଲ ନେଇଥିଲେ ଓ ତାଙ୍କୁ 60 ଘଣ୍ଟା ଜେରା କରିବା ପରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀକୁ ମାରିଛନ୍ତି ବୋଲି ଦୋଷ ସିଉକାର କଲେ ଓ ତାଙ୍କୁ କୋର୍ଟ ଚାଲଣା କରାଗଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।