ତେବେ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଆମେ ମାନେ ଜ୍ୟୋତିଷ ବିଦ୍ୟା ଉପରେ ସାଧାରଣତଃ ଅଧିକ ଧ୍ୟାନ ଦେଇଥାଉ | ତାହା ବ୍ୟତୀତ କୁହାଯାଏ ଆମ ଜ୍ୟୋତିଷ ଶାସ୍ତ୍ର ଓ ପୌରାଣିକ ମତ ଅନୁସାରେ ଝାଡୁ ରେ ମା ଲକ୍ଷ୍ମୀ ବାସ କରିଥାନ୍ତି ବୋଲି | ତେଣୁ ଝାଡୁ କୁ ଠିକ ସମୟରେ ବା ଠିକ ସ୍ଥାନରେ ବ୍ୟବହାର କରିବାର ଆବଶ୍ୟକତା ରହିଥାଉ, ଯଦି ଆପଣ ତାହାର ଭୁଲ ବ୍ୟବହାର କରିଲେ ତାହେଲେ ମା ଲକ୍ଷ୍ମୀ ଙ୍କର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡ଼ିବାର ସମ୍ଭାବନା ରହିଛି ବୋଲି ମଧ୍ୟ କୁହାଯାଉଛି | ତାହେଲେ ଆସନ୍ତୁ ସେହି ଝାଡୁ କୁ ଆମେ କେଉଁଭଳି ଭାବରେ ବ୍ୟବହାର କରିଲେ ତାହା ଆମ ଉପରେ କୌଣସି ପ୍ରଭାବ ପକାଇ ନ ଥାଏ ସେ ବିଷୟରେ ଜାଣିବା |
ଝାଡୁ କୁ କେଉଁ ଭଳି ବ୍ୟବହାର କରିଲେ ଉନ୍ନତି ହୋଇଥାଏ :-
1-ତେବେ କୁହାଯାଉଛି କି ଝାଡୁ ହେଇଛନ୍ତି ମା ଲକ୍ଷ୍ମୀ ଙ୍କ ରୂପ ତେଣୁ ଝାଡୁ କରିବା ସମୟରେ ମନ ଧ୍ୟାନ ଦେଇକି କଥା ବାର୍ତ୍ତା ନ କରିକି ଝାଡୁ କରିବାର ଆବଶ୍ୟକତା ରହିଛି | ଆଉ ଝାଡୁ କରିବା ସମୟରେ କେବେବି କଥା କହିକି ଝାଡୁ କରିବା ଉଚିତ ନୁହଁ | ତାହା ସହିତ ଝାଡୁ କରିବା ସମୟରେ ଗୋଡ଼ ବାଜିଗଲେ ମଧ୍ୟ ଲକ୍ଷ୍ମୀ ଙ୍କୁ କ୍ଷମା ମାଗିନେବ ଉଚିତ |
2-ଏହା ବ୍ୟତୀତ କୁହାଯାଉଛି କି ସୂର୍ଯ୍ୟ ଉଦୟ ର ପୂର୍ବରୁ ବା ସୂର୍ଯ୍ୟ ଉଦୟ ସମୟରେ ଝାଡୁ କରିବା ଉଚିତ ଓ ସେହି ଭଳି ସୂର୍ଯ୍ୟାସ୍ତ ସମୟରେ ବା ତାହାର 10 ମିନିଟ ପରେ କରିଲେ ମା ଲକ୍ଷ୍ମୀ ଙ୍କର କୋପ ଦୃଷ୍ଟି ଆମ ଉପରେ ପଡ଼ି ନ ଥାଏ | ଏହା ବ୍ୟତୀତ ଆପଣ ଯଦି ରାତିରେ ଝାଡୁ କରୁଛନ୍ତି ତାହେଲେ ମଇଳା କୁ ବାହାରକୁ କାଢନ୍ତି ନାହିଁ ଘରେ ରଖନ୍ତୁ | ତେବେ ରାତିରେ ଘର କୁ ପୋଛି ପାରିବେ କିନ୍ତୁ ଝାଡୁ ଲଗାଇବେ ନାହିଁ |
ଝାଡୁ କୁ କେଉଁ ଭଳି ବ୍ୟବହାର କରିଲେ ଆମର କ୍ଷତି ହୋଇଥାଏ :-
1-ଘରେ ସନ୍ଧ୍ୟା ଦେବା ପରେ, ଘର ଲୋକ ମାନେ ଖାଇ ସାରିବା ପରେ, ଘର ଲୋକ ବାହାରକୁ ଯିବା ସମୟରେ ଝାଡୁ କରନ୍ତି ନାହିଁ ଅମଙ୍ଗଳ ହୋଇଥାଏ | ଘରକୁ କେହି ଆସୁଥିବା ବା ଯିବା ସମୟରେ ଝାଡୁ କରିବେ ନାହିଁ | କୁଣିଆ ଆସିଥିଲେ ସେମାନେ ଯିବାର 1-2 ଘଣ୍ଟା ପରେ ଝାଡୁ କରନ୍ତୁ | ଏହା ସହିତ ଘରର କେହି କାନ୍ଦୁଥିଲେ, ଛିଙ୍କୁ ଥିଲେ ବା ଘରର କେହି ଚିଲାଉ ଥିଲେ ସେହି ସମୟରେ ଝାଡୁ କରିବେ ନାହିଁ |2-ତେବେ ଝାଡୁ କରିବା କୁ ଆପଣ ଐଶାନ୍ୟ କୋଣ ରୁ ଆରମ୍ଭ କରନ୍ତୁ ଓ ଉତ୍ତର ରେ ଶେଷ କରନ୍ତୁ | ଐଶାନ୍ୟ କୋଣ ରେ ଝାଡୁ କୁ ରଖନ୍ତୁ ନାହିଁ ଓ ଝାଡୁ କୁ ଯେବେବି ଦେଖେଇକି ରଖନ୍ତୁ ନାହିଁ | ତାହା କୁ ଠାକୁର ଘରେ ବା ବେଡ଼ ରୁମ ରେ ମଧ୍ୟ ରଖନ୍ତୁ ନାହିଁ ତାହା ଅଶୁଭ ହୋଇଥାଏ |
ତେବେ ଏହା ଥିଲା ଝାଡୁ କୁ ଆପଣ ମାନେ କେଉଁ ସମୟରେ କାର୍ଯ୍ୟ ରେ ଲଗେଇଲେ ତାହାର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡ଼ି ନ ଥାଏ ଓ କେଉଁ ସମୟରେ ଲଗେଇଲେ ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ସେ ବିଷୟରେ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।