ଘରେ ଛୋଟ ପିଲାମାନଙ୍କୁ ସ୍ମାର୍ଟ ଫୋନ ବ୍ୟବହାର କରିବାକୁ ଦେଉଛନ୍ତି ? ଯଦି ଦେଉଛନ୍ତି ତେବେ ଦୟାକରି ଏହି ଭିଢିଓ କୁ ଦେଖନ୍ତୁ ଏବଂ ସେୟାର କରି ସମସ୍ତଙ୍କୁ ସତର୍କ କରାନ୍ତୁ…

0

ଆଜି କାଲି ଦିନ ରେ ଲୋକ ମାନଙ୍କ ର ମୋବାଇଲ ରେ ଅଧିକ ସମୟ ବିତୁଛି ।ତେବେ ସାରା ଦିନ ବ୍ୟସ୍ତ ଭରା କାମ କରିବା ସହିତ ମଧ୍ୟ ମୋବାଇଲ ଚଳେଇବା ରୁ ଲୋକ ମାନଙ୍କୁ ଫୁରସତ ମିଳେ ନାହିଁ । ଆଉ ଯଦି ମୋବାଇଲ୍ ରେ ଡାଟା ଥାଏ ତେବେ ଏହାର ବ୍ୟବହାର ଲୋକ ମାନେ ଦୁଇ ଗୁଣ ଅଧିକ କରନ୍ତି । କୌଣସି ଜରୁରୀ କାଳୀନ କାମ ହେଉ କିମ୍ବା ଟାଇମ୍ ପାସ୍ ଆଜି କାଲି ଲୋକ ମାନଙ୍କ ର ଅଧିକ ସମୟ ସ୍ମାର୍ଟ୍ ଫୋନ୍ ରେ ବିତୁଛି ।

ତେବେ ମୋବାଇଲ ରୁ ମାତ୍ରାଧିକ ବ୍ୟବହାର ପିଲା ମାନଙ୍କ ଶରୀର ଉପରେ ଗମ୍ଭୀର ପ୍ରଭାବ ପକାଇ ପାରେ ବୋଲି ପ୍ରମାଣିତ ହୋଇଛି । ବିଶେଷ କରି ଶୋଇବା ସମୟ ରେ ରାତି ରେ ମୋବାଇଲ ଫୋନ ବ୍ୟବହାର କରିବା ଦ୍ଵାରା ଏହା ଆମ ଆଖି ଉପରେ ଖରାପ୍ ପ୍ରଭାବ ପକାଇ ଥାଏ। ଆଉ ଯାହା ଫଳରେ ଆଖି ବାରମ୍ବାର ଶୁଖିଲା ଲାଗିବା ସହିତ ଫୁଲି ମଧ୍ୟ ଯାଇଥାଏ ।

ତେବେ ନଜର ପକାନ୍ତୁ ଶୋଇବା ପୁର୍ବରୁ ସ୍ମାର୍ଟ୍ ଫୋନ୍ ର ବ୍ୟବହାର କେତେ ପରିମାଣ ର ଘାତକ ହୋଇ ପାରେ । ତେବେ ଏହି ମୋବାଇଲ୍ ର ବହୁଳ ବ୍ୟବହାର ପିଲା ମାନେ କରୁଥିବା ର ଦେଖିବାକୁ ମିଳିଛି ।ତେବେ ଏହା କିପରି ପିଲା ମାନଙ୍କ ଉପରେ ପ୍ରଭାବ ପକାଇ ଥାଏ ଆସନ୍ତୁ ଜାଣିବା ;

୧ – ମୋବାଇଲ ବହୁଳ ମାତ୍ରା ରେ ବ୍ୟବହାର କରିବା ଦ୍ଵାରା ଏହା ପିଲା ମାନଙ୍କ ଦକ୍ଷତା ଉପରେ ପ୍ରଭାବ ପକାଇ ଥାଏ।

୨- ମୋବାଇଲ ଫୋନ ର ଆସୁଥିବା ବିଭିନ୍ନ ପ୍ରକାରର ଗେମ୍ ପିଲା ମାନଙ୍କୁ ପାଠ ପଢ଼ା ଠାରୁ ଦୂରେଇ ରଖିଥାଏ ଓ ମୋବାଇଲ ଚକର ରେ ପିଲା ମାନେ ପଢି ପାରନ୍ତି ନାହିଁ ।

୩- ତେବେ ପୂର୍ବରୁ ପିଲା ମାନେ ବିଭିନ୍ନ ପ୍ରକାର ଖେଳ ଖେଳୁଥିଲେ କିନ୍ତୁ ମୋବାଇଲ ବ୍ୟବହାର କରିବା ଦ୍ଵାରା ସେମାନେ ଏହି ଖେଳକୁଦ ରୁ ଦୂରେଇ ରହି ଥାଆନ୍ତି ଯାହା ତାଙ୍କ ବିକାଶ ରେ ପ୍ରଭାବ ପକାଇ ଥାଏ ।

୪- ମୋବାଇଲ ବ୍ୟବହାର ଦ୍ଵାରା ପିଲା ମାନଙ୍କ ଶାରିରୀକ ବିକାଶ ରେ ମଧ୍ୟ ବ୍ୟତିକ୍ରମ ଦେଖାଯାଏ ।

୫- ସ୍ମାର୍ଟ ଫୋନ୍ ବ୍ୟବହାର ଦ୍ଵାରା ପିଲା ମାନେ ସମାଜ ରୁ ଦୂରେଇ ରହି ଥାଆନ୍ତି।

୬- ବେଳେ ବେଳେ ଏହି ମୋବାଇଲ ଗେମ୍ ମାଧ୍ୟମ ରେ ସେମାନେ ଭୁଲ୍ ପଥ ରେ ଯାଇ ଥାନ୍ତି ।

୭- ସ୍ମାର୍ଟ ଫୋନ୍ ରୁ ବାହାରୁ ଥିବା ବିଷାକ୍ତ ରଶ୍ମି ପିଲା ମାନଙ୍କ ଆଖି ଉପରେ ପ୍ରଭାବ ପକାଇ ଥାଏ।

୮- ମୋବାଇଲ ବ୍ୟବହାର ଦ୍ଵାରା କାନ୍ଧ , ମେରୁଦଣ୍ଡ ଆଦି ରେ ଗଭୀର ପ୍ରଭାବ ପଡିପାରେ ଯାହା ଭବିଷ୍ୟତ ରେ ଅନେକ ସମସ୍ୟା ସୃଷ୍ଟି କରିଥାଏ ।

୯- ଅନେକ ସମୟ ରେ ଦେଖାଯାଏ ଯେ ପିଲା ମାନେ ଏହି ସ୍ମାର୍ଟ୍ ଫୋନ୍ ବ୍ୟବହାର ଦ୍ଵାରା ବାପା ମା ଙ୍କ ଠାରୁ ଦୂରେଇ ଯାଇ ଥାଆନ୍ତି।

୧୦- ସ୍ମାର୍ଟ ଫୋନ୍ ର ବ୍ୟବହାର ଓ ସେଥିରୁ ବାହାରୁ ଥିବା ବିଷାକ୍ତ ରଶ୍ମି ସ୍ମରଣ ଶକ୍ତି ଉପରେ ପ୍ରଭାବ ପକାଇ ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।