ପାରା ଏକ ଏମିତି ପକ୍ଷୀ ଯାହା ଘରକୁ ଆସିବା ଦ୍ବାରା ଅନେକ ଶୁଭଫଳ ପ୍ରାପ୍ତ ହୋଇଥାଏ।ଶାସ୍ତ୍ର ପୁରାଣ ଏବଂ ବାସ୍ତୁ ବଚନ ଅନୁସାରେ ମଧ୍ୟ ଯଦି ଘରେ ପାରା ବସା ବାନ୍ଧିବାକୁ ଶୁଭ ବୋଲି କୁହାଯାଏ।ଯଦି ପାରା ଆପଣଙ୍କ ଘରେ ବସା ବାନ୍ଧିଛନ୍ତି ତେବେ ଆପଣଙ୍କ ଘରେ ସୁଖ ଶାନ୍ତି ଓ ଧନ ଲାଭର ସୂଚନା ଆସିଛି।ଏହା ସଂକେତ ଦେଉଛି ଯେ ଆପଣ ନିଜ ଜୀବନ ରେ ଉନ୍ନତି କରିବେ ଏବଂ ଘରେ ସୁଖ ସମୃଦ୍ଧି ଦେଖାଦେବ।
ପାରା ଗୋଟେ ଏମିତି ପକ୍ଷୀ ଯାହାକୁ ସମସ୍ତେ ଭଲ ପାଇଥାନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି। ସେମାନେ ନିଜ ଖୁସି ରେ ଘର ତିଆରି କରନ୍ତି ଏବଂ ଉଡି ବୁଲନ୍ତି। ଯଦି ପାରା ଆପଣଙ୍କ ଘରକୁ ପ୍ରବେଶ କରୁଛି ତାମନେ ଆପଣଙ୍କୁ କିଛି ସୁଭଫଳ ମିଳିବାର ଅଛି।
ଯଦି ଆପଣଙ୍କ ଘରକୁ ପାରା ର ଆଗମନ ହେଉଚି ତେବେ ନିଶ୍ଚିତ ହୁଅନ୍ତୁ ଯେ ଆପଣ ଙ୍କ ପାଇଁ ପାରା କିଛି ଖୁସି ଖବର ନେଇ ଆସୁଛି। ଯଦି ପାରା ଆପଣଙ୍କ ଘରେ ବାସ କରେ କିମ୍ବା ବସା ବାନ୍ଧି ରହେ ତେବେ ତାକୁ ଭୁଲରେ ବି ଘୋଡ଼ନ୍ତୁ ନାହିଁ।ଆପଣ କେବେବି ଅନ୍ୟ ମାନଙ୍କ କଥାରେ ପଡି ପାରା କୁ ଘରୁ ବାହାର କରନ୍ତୁ ନାହିଁ ଏମାନେ ରହିବା ଦ୍ବାରା ଅପଙ୍କର କିଛି ଅନିଷ୍ଟ ଘଟି ନଥାଏ।
ସାମାନ୍ୟ ଭୁଲ୍ ପାଇଁ ଆପଣ କଷ୍ଟ ଭୋଗି ପାରନ୍ତି।କେବେବି ପାରାକୁ ହଇରାଣ ନକରି ତାକୁ ଦାନା ଏବଂ ପାଣି ପିଇବାକୁ ଦିଅନ୍ତୁ ଏହା ଦ୍ବାରା ଆପଣଙ୍କ ଘର ର ଲୋକ ମାନଙ୍କର ଉପକାର ହୋଇଥାଏ।
ସେମାନଙ୍କୁ ପାଣି ପିଇବାକୁ ଦେଲେ ଓ ଦାନା ଦେଲେ ଅପୂର୍ବ ପୁଣ୍ୟ ଅର୍ଜନ ହୋଇଥାଏ।ଯଦି ଆପଣଙ୍କ ଘରେ କେହି ଅସୁସ୍ଥ ବ୍ୟକ୍ତି ଥାଆନ୍ତି ତେବେ ତାଙ୍କୁ କୁହନ୍ତୁ ଯେ ସକାଳେ ଏବଂ ସନ୍ଧ୍ୟା ରେ ପାରା କୁ ଖାଇବାକୁ ଦେବେ ଯାହା ତାଙ୍କ ପାଇଁ ଭଲ ଫଳ ଆଣିଥାଏ।
ଅସୁସ୍ଥ ବ୍ୟକ୍ତି ଥିବା ଘରେ ଯଦି ପାରା ବସା ବାନ୍ଧେ ତେବେ ଘରେ ପାରା ଥିବା ଯାଏଁ କିଛିବି ଖରାପ ଖାବର ଶୁଣିବାକୁ ମିଳିନଥାଏ ଏବଂ ସ୍ବାସ୍ଥ୍ୟ ଖରାପ ହୋଇନଥାଏ। ତେଣୁ ପାରା କୁ ଘରୁ ବାହାର କରନ୍ତୁ ନାହିଁ।ଯଦି ପାରା ନିଜେ ନିଜେ ଘରୁ ବହାରିଯାଏ ତେବେ କିଛି ଖରାପ ନୁହଁ କିନ୍ତୁ ତାକୁ ବାହାର କରିଦେବା ଦ୍ବାରା ଘରକୁ ଦୁଃଖ ଓ ଅଶାନ୍ତି ଆସିଥାଏ।
ତେଣୁ ଭୁଲରେ ବି ପରାକୁ ଘରୁ କେବେବି ବାହାର କରନ୍ତୁ ନାହିଁ ଯାହା ଆପଣଙ୍କ ପରିବାର ପାଇଁ ଏକ ଖରାପ ଅବସ୍ଥା କୁ ଆମନ୍ତ୍ରିତ କରିଥାଏ।ଘରେ ପାରା ରହିବା ଅନେକାଂଶ ରେ ଶୁଭ ଏବଂ ଲାଭ ଦାୟକ ହୋଇଥାଏ ଯାହା ଆପଣଙ୍କୁ ଆର୍ଥିକ ଅଭିବୃଦ୍ଧି କୁ ଆହୁରି ବଧାଇଥାଏ ଏବଂ ଖୁସି ଖବର ଆଣିଥାଏ ଓ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।