ମହାପୁରୁଷ ଶିଶୁ ଅନନ୍ତ ଙ୍କ ମହା ବାଣୀ ! ଘରେ ରଖନ୍ତୁ ଏହି ଜିନିଷ ଗୁଣି ଗାରେଡି ଆଦୌ କାମ କରିବନି…

0

ପ୍ରତ୍ୟେକ ଥର ଭଳି ମାଳିକା ର ସେହି ୬୦୦ ବର୍ଷର ଆଗତ ଭବିଷ୍ୟତ, ମାଳିକା ର ସେହି ଠାର ଗାର ଏବଂ ବର୍ଣ୍ଣନା କୁ ଆମେ ପୁଣି ଆପଣଙ୍କ ସମ୍ମୁଖରେ ରଖିବାକୁ ଯାଉଛୁ ଯାହାକୁ ବାବା ଦିବାକର ଦାସ୍ ବର୍ଣ୍ଣନା କରିଛନ୍ତି।୬୦୦ ବର୍ଷ ତଳେ ମହାପୁରୁଷ ମାନେ ଯେଉଁ କଥାକୁ ଲେଖି ଯାଇଛନ୍ତି, ଯାହା ଆମେ ଭୋଗୁଚେ ଏବଂ ଆମ ଜୀବନରେ ଭବିଷ୍ୟତରେ ଘଟୁଛି ତାହା ଆମକୁ ବିଶ୍ୱାସ କରିବାକୁ ପଡ଼ିବ।

କାରଣ ସେଥିରୁ ଏମିତି ବହୁତ୍ କଥା ଆମେ ସ୍ପଷ୍ଟ ହୋଇ ପାରିବା ଯାହା ଆମକୁ ଜୀବନରେ ସତର୍କ କରାଇବ ଏବଂ ସଚେତନ ମଧ୍ୟ କରାଇବ। ତେବେ ଅନେକ ଜଣଙ୍କର ତାହା କହିବା କଥା ଯେ ମାଳିକା ରେ ଯାହା ଲେଖାଥିଲା ତାହା ସତ ହେବାରେ ଲାଗିଛି।

ତେବେ ଏସବୁ କହିବାର ତାତ୍ପର୍ଯ୍ୟ ହେଉଛି କିଛି ଏମିତି ଘଟଣା ଆଗକୁ ଘଟିବା ପାଇଁ ଯାଉଛି ଯାହା ଆପଣଙ୍କୁ ସତର୍କ କରିବା ପାଇଁ ଉଦ୍ଦିଷ୍ଟ ଅଟେ। କାରଣ ଏହା ଆପଣଙ୍କୁ ସଚେତନ କରାଇବା ପାଇଁ ଲେଖା ଯାଇଛି ଯେ କିଭଳି ଭାବରେ ଆମର ଆଗାମୀ ଭବିଷ୍ୟତ ରହିବ।ତେବେ ଆମେ ଆଜି ଆମେ ବାଲିପାଟଣା ର ମହାପୁରୁଷ ଶିଶୁ ଅନନ୍ତ ଙ୍କ ମାଳିକା ବର୍ଣ୍ଣନା ବିଷୟରେ ଆଲୋଚନା କରିବା। ମହାପୁରୁଷ ଅନନ୍ତ କହୁଛନ୍ତି ବାଲିପାଟଣା ହେଉଛି ତାଙ୍କର ଏକମାତ୍ର ଠିକଣା।ତେବେ ସମାଧି କ୍ଷେତ୍ର ବାଲି ପାଟଣା ରୁ ବାଲି ଆଣି ଘରେ ରଖିବା ଦ୍ବାରା ଆପଣଙ୍କୁ ରୋଗ ହେବ ନାହିଁ।

ଏହି ବାଲି ପ୍ରତି ଥିବା ବିଶ୍ୱାସ ଯାହା ଆପଣଙ୍କୁ ରୋଗ ବୈରାଗ ଠାରୁ ଦୂରରେ ରଖିବ ଏହାକୁ ପାଖରେ ରଖିବା ଦ୍ବାରା। ଆପଣଙ୍କ ଗୁଣି ଗାରେଡ଼ି ଜନିତ ସମସ୍ୟା ମଧ୍ୟ ସମାଧାନ ହେବ। ତେବେ ଏହି ବାଲିପାଟଣା ରେ ମହାଲିଲା ହେବ ବୋଲି ମହାପୁରୁଷ କହୁଛନ୍ତି। ପଞ୍ଚ ମହାପୁରୁଷ ଏକତ୍ରିତ ହୋଇଥିଲେ ଏହି ଶିଶୁ ଅନନ୍ତ ଙ୍କ ପବିତ୍ର କ୍ଷେତ୍ରରେ।

ତେବେ ବାଲି ପାଟଣା ଶିଶୁ ଅନନ୍ତ ଙ୍କ ପବିତ୍ର ଜନ୍ମ କ୍ଷେତ୍ର ବୋଲି କେହି ଜାଣି ନଥିଲେ। ଏଥିପାଇଁ ଥରେ ସ୍ୱପ୍ନାଦେଶ ହୋଇଥିଲା ଗୁରୁଦେବ ବାବା ପ୍ରେମାଚାର୍ଯ୍ୟ ମଧୁସୂଦନ ଙ୍କୁ।ଆଉ ଏହି ସ୍ୱପ୍ନାଦେଶ ପାଇ ସେ ଉକ୍ତ ସ୍ଥାନରେ ପହଞ୍ଚିଥିଲେ ଏବଂ ପାଇଥିଲେ ସେହି ସାହାଡ଼ା ବୃକ୍ଷ ତଳେ ଥିବା ବିଶାଳକାୟ ପଥରକୁ।

ଏହା ସହିତ ସମାଧି କ୍ଷେତ୍ର ମଧ୍ୟ ଉଦ୍ଧାର କରିଥିଲେ ଗୁରୁଦେବ ପ୍ରେମାଚାର୍ଯ୍ୟ।ଆଉ ତାହା ବିଖ୍ୟାତ ହେଲା ଶିଶୁ ଅନନ୍ତ ଙ୍କ ପବିତ୍ର କ୍ଷେତ୍ର ବାଲି ପାଟଣା ନାମରେ। ତେଣୁ ଆପଣ ମାନଙ୍କୁ ଅନୁରୋଧ ଆପଣ ସେହି ବାଲିପାଟଣା ର ବାଲି ଟିକେ ସଂଗ୍ରହ କରନ୍ତୁ। ଯାହା ଫଳରେ ଆପଣଙ୍କ ଜୀବନର ଦୁର୍ଦ୍ଦଶା ସବୁ କମି ଯିବା ସହିତ ଆପଣ ମାନେ ସେହି ପବିତ୍ର କ୍ଷେତ୍ରକୁ ଚିନ୍ତା କରିବେ ଯାହାକୁ ଗୁରୁଦେବ ଭକ୍ତି କ୍ଷେତ୍ର ନାମରେ ନାମିତ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।