ଦେଖନ୍ତୁ Live ଭିଡିଓ – ଘରୁ ଲୁଚି କରି ନିଛାଟିଆ ଜାଗାରେ ବିବାହ କରିଲେ ପ୍ରେମୀ ଯୁଗଳ, ଭିଡିଓ ଟି ସେୟାର ହେବାରେ ଲାଗିଛି…

0

ପ୍ରେମ ବିବାହ କରିବାକୁ ଆଜିର ସମାଜର ଯୁବପିଢି ଅଧିକ ମାତ୍ରାରେ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି। କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏହାର ପରିଣତି ଭଲ ରହୁନାହିଁ।କାରଣ ପ୍ରେମର ପ୍ରକୃତ ଅର୍ଥ ଜାଣିବା ପୂର୍ବରୁ ଆଜିର ଆଧୁନିକ ସମାଜର ପୁଅ ଝିଅ ପ୍ରେମ କରି ବସୁଛନ୍ତି। ଯେମିତି ପ୍ରେମ ତାଙ୍କ ପାଇଁ ପାଲଟିଛି ଏକ ମଉଜ ମଜଲିସ କରିବା ଏବଂ ଶାରିରୀକ ଆକର୍ଷଣ କୁ ଅନୁଭବ କରିବା ଭଳି ମାମୁଲି ଜିନିଷ। ଯାହାକୁ ଦେଖିବେ ସେମାନେ ପ୍ରେମ କରିଥିବାର ଦେଖିବାକୁ ପାଇବେ।

ଅଳ୍ପ ବୟସରୁ ଛୋଟ ପିଲା ମାନେ ବି ବୟ ଫ୍ରେଣ୍ଡ୍, ଗାର୍ଲ୍ ଫ୍ରେଣ୍ଡ୍ କରି ଦେଉଛନ୍ତି ଏବଂ ନିଜକୁ ବହୁତ୍ ଗର୍ବିତ ମନେ କରୁଛନ୍ତି ଏମିତି କରି। ତେବେ ପ୍ରେମ ସେମାନଙ୍କ ପାଇଁ ପାଲଟିଛି ଖେଳଘର।

ଯାହାର କୌଣସି ଭିତ୍ତି ଭୂମି ନାହିଁ କି ସେ ସମ୍ପର୍କର ମୂଳଦୁଆ ବି ନାହିଁ।ତେବେ ପ୍ରଶ୍ନ ଉଠେ ଯେ ଏହିଭଳି ଏକ ଅସାମାଜିକ ଢଙ୍ଗରେ ଭିତ୍ତିଭୂମି ନଥାଇ ଗଢା ଯାଉଥିବା ଅବାସ୍ତବ ସମ୍ପର୍କକୁ ପ୍ରେମ କୁହା ଯାଇ ନପାରେ। ତାହା ସେମାନେ ବୁଝିବା ଦରକାର୍। ହୁଏତ ଏହା ବୁଝିବା ପାଇଁ ବି ସେମାନେ ସକ୍ଷମ ହୋଇ ନାହାନ୍ତି।ଆଜିକାଲିର ଯୁବପୀଢ଼ି ମାନେ ଅଧିକାଂଶ କ୍ଷେତ୍ରରେ କେବଳ କାମନା ଓ ବାସନା କୁ ପରିପୂର୍ଣ୍ଣ କରିବା ଅର୍ଥାତ୍ ଦୈହିକ ସମ୍ପର୍କ ଭାବେ ହିଁ ବିବେଚନା କରୁଛନ୍ତି। ଯେଉଁଥିରେ କେବଳ କାମନା, ବାସନା ଭରି ରହିଛି ଏବଂ ପରସ୍ପରକୁ ଉପଭୋଗ କରିବାର ଇଚ୍ଛା।

ଯେଉଁଠି ନା ରହିଛି ସମ୍ମାନ ନା ରହିଛି ତ୍ୟାଗ ଓ ଭଲ ପାଇବାର ଚିହ୍ନ।କିନ୍ତୁ ଆଜିକାଲିର ଯୁବ ପିଢୀ ପ୍ରେମକୁ ବଜାର ର ଶସ୍ତା ମାଲ୍ ବୋଲି ଭାବି ନେଇଛନ୍ତି।ଯେଉଁଥିପାଇଁ ସେମାନେ ପ୍ରତି ପାହାଚରେ ଅପଦସ୍ଥ ହେଉଛନ୍ତି ଏବଂ ପ୍ରେମ ଭଳି ଏକ ପବିତ୍ର ଶବ୍ଦ କୁ ଦୁନିଆରେ କଳଙ୍କିତ କରୁଛନ୍ତି।ତେବେ ସେହିଭଳି ଅନେକ ପ୍ରେମକୁ କଳୁଷିତ କଲା ଭଳି ଉଦାହରଣ ଆଜିର ସମାଜରେ ପ୍ରତିଦିନ ଦେଖିବାକୁ ମିଳୁଛି। ଯେଉଁଠି ପ୍ରେମ ବିବାହ ପରେ ଅନେକଙ୍କ କ୍ଷେତ୍ରରେ ମନ ମାଲିନ୍ୟ, ଝଗଡ଼ା ଏବଂ ବିବାହ ବିଚ୍ଛେଦ ପରି ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି।

ସେହିପରି ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଦୁଇ ପ୍ରେମୀ ଯୁଗଳଙ୍କ ପ୍ରେମ ବିବାହ ସମୟର ଅଟେ। କୁହା ଯାଉଛି କି ସେମାନେ ଘରୁ ଲୁଚିକରି ଆସି ପ୍ରେମ ବିବାହ କରିଛନ୍ତି। ପରସ୍ପର ର ହାତ ଧରିଛନ୍ତି। ପ୍ରେମିକ ପ୍ରେମିକା ମୁଣ୍ଡରେ ସିନ୍ଦୂର ଦେଉଛନ୍ତି। ସେଠାରେ କିଛି ଲୋକ ମାନଙ୍କୁ ଦେଖିବାକୁ ମିଳିଛି।

ଯେଉଁମାନେ ବିବାହରେ ଉପସ୍ଥିତ ଅଛନ୍ତି।ସେହି ବ୍ୟକ୍ତି ମାନେ ଏହି ଭିଡିଓ କୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।ଫଳରେ ଇଣ୍ଟର୍ନେଟ୍ ର ଯୁଗରେ ସୋସିଆଲ ମିଡିଆର ବ୍ୟବହାର ବହୁତ୍ ମାତ୍ରାରେ ହେଉ ଥିବାରୁ ଏହା ଏବେ ବହୁତ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।