ନିଜ ଘରୁ ତଡି ଦେଲେ ୩ ବୋହୂ ଗାଈ ସହ ଗୁହାଳ ଘରେ ରହୁଛନ୍ତି ବୁଢା ବାପା ମାଆ… ଏ ନେଇ କଣ କହୁଛନ୍ତି ଦେଖନ୍ତୁ Video

ବନ୍ଧୁଗଣ ସୋସିଆଲ ମିଡିଆରେ ଆପଣ ଅନେକ ପ୍ରକାର ଭିଡିଓ ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣଂକୁ ଏମିତି ଏକ ଦୁଃଖଦ ଘଟଣା ବିଷୟରେ କହିବି ଯାହା ଶୁଣିଲେ ଆପଣଂକ ଆଖିରେ ଲୁହ ଆସିଯିବ |ଏହି ଦୁନିଆରେ ବାପା ମା ପୁଅଟିଏ ପାଇବା ପାଇଁ ଅନେକ କଷ୍ଟ କରିଥାନ୍ତି କିନ୍ତୁ ବୃଦ୍ଧ ଅବସ୍ଥାରେ ତାଙ୍କୁ ମିଳେ କଣ ଖାଲି ଗାଳି ଏବଂ ମାଡ |କେତେ ଉଷା ବ୍ରତ କରନ୍ତି ମାମାନେ ପୁଅଟି ପାଇବା ପାଇଁ, ସେହିପରି ଜଣେ ମହିଳା ଯଦି ଚାରୋଟି ପୁଅର ମା ହୋଇଥାଏ ତେବେ ତାର ଖୁସି ଅନେକ |ମୁଁ ଆପଣକୁ ଯଉଁ ଘଟଣା ବିଷୟରେ କହିବାକୁ ଯାଉଛି ସେ ଘଟଣାଟି ହେଉଛି ଚାରୋଟି ପୁତ୍ର ସନ୍ତାନର ବାପା ମା ଆଜି ବୃଦ୍ଧ ଅବସ୍ଥାରେ ପୁଅ ବହୁ ବାହାର କରି ଦେଇଛନ୍ତି, ସେମାନେ ଗୁହାଳରେ ଗରୁଗାଇଙ୍କ ସହ ରହୁଛନ୍ତି |ଏହି ଘଟଣାଟି ବହୁତ କଷ୍ଟପୂର୍ଣ୍ଣ ଓ ଦୁଃଖଭରା ତେବେ ଆସନ୍ତୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |

ହିନ୍ଦୁ ଶାସ୍ତ୍ର ଅନୁସାରେ ଯାହାର ପୁଅ ନାହିଁ ସେ ପୁତ ନାମକ ନର୍କରେ ପଡେ ବୋଲି କଥା ରହିଛି,ସେଥିପାଇଁ ତ ପୁଅଟିଏ ପାଇବା ପାଇଁ ଅନେକ ବ୍ରତ, ଉଷା ଓ ଉପବାସ ରଖିଥାନ୍ତି ମାମାନେ |ବର୍ତମାନ ପୁଅ ଝିଅ ଭିତରେ କୌଣସି ବିଭେଦ ନାହିଁ ସତ ହେଲେ ପୁଅଟିଏ ପାଇବାର ମାନସିକତା ଏବେବି ଆମ ସମାଜରେ ବଞ୍ଚିରହିଛି |ବ୍ରତ ଉପବାସ କରି ଯଦି ଜଣେ ଗୋଟିଏ ନୁହଁ ଚାରୋଟି ପୁତ୍ରସନ୍ତାନ ଲାଭ କରିଥିବେ ତେବେ ସେ ନିଶ୍ଚିତ ରୂପେ ଆଖିରେ ଆଖିଏ ସ୍ବପ୍ନ ଦେଖିଥିବେ |ପୁଅମାନେ ବଡ଼ ହେଲେ ଆମକୁ ସହାୟତା କରିବେ ଏବଂ ଆମ ଶେଷସମୟଟି ସେମାନଙ୍କ ସହିତ ଅତିଖୁସିରେ କଟିଯିବ |

ଏହି ସ୍ବପ୍ନ ସବୁ ବାପା ମାମାନେ ଦେଖନ୍ତି ଆଉ ଏପରି ସ୍ବପ୍ନ ମଧ୍ୟ ଦେଖିଥିଲେ ଯାଜପୁର ବରି ରାମଚନ୍ଦ୍ରପୁରର ମନ୍ମଥ ମହାରଣା ଏବଂ ବିଳାସିନୀ ମହାରଣା |ଏହି ଦୁଇଦମ୍ପତି ବର୍ତମାନ ବାର୍ଦ୍ଧକ୍ୟ ଅବସ୍ଥାରେ ଆସି ପହଞ୍ଚିଛନ୍ତି, ମନ୍ମଥଙ୍କୁ 75ବର୍ଷ ଆଉ ବିଳାସିନୀଙ୍କୁ 70ବର୍ଷ |କିନ୍ତୁ ବିଡବନାର କଥାଯେ ଏମାନେ ଚାରିପୁଅର ବାପା ମା ହୋଇମଧ୍ୟ ବୃଦ୍ଧ ଅବସ୍ଥାରେ କେହିପୁଅମାନେ ପଚାରୁନାହାନ୍ତି,ବଖରା ଘରେ ମୁଣ୍ଡଗୁଞ୍ଜାଇ ନିଜେ ରୋଷେଇ କରିଖାଉଛନ୍ତି ଏହି ବୃଦ୍ଧଦମ୍ପତି |କଥା କେବଳ ଏତିକି ନୁହଁ ଆହୁରି ଦୁଃଖଦ ଘଟଣା ଏହିଯେ ସାନ ତିନି ପୁଅବହୁ ଏହି ବୃଦ୍ଧାଦୁଇଜଣଙ୍କୁ ମାଡମାରି ଘରେ ଚାବିପକାଇ ଦେଇଛନ୍ତି |ଆଉ ଏବେ ଏହିବୃଦ୍ଧ ଦମ୍ପତି କେତେବେଳେ ଥାନା ତ କେତେବେଳେ ମହିଳା କମିଶନରଙ୍କ ଦ୍ଵାରସ୍ତ ହୋଇ ନିରାଶ ହେଉଛନ୍ତି |

ସବୁଠାରୁ ଦୁଃଖପୂର୍ଣ୍ଣ କଥା ଏହି ଯେ ପୁଅବହୁ ଘର ଚାବିମରିନେବା ପରେ ଏହି ବୃଦ୍ଧ ଦମ୍ପତି ଏବେ ଗୁହାଳ ଘରେ ରହୁଛନ୍ତି, ପୁଅମାନଙ୍କ ଲାଳନ ପାଳନରେ ତ ସେମାନେ କୌଣସି ଅବହେଳା କରିନଥିଲେ କିନ୍ତୁ ଆଜି କାହିଁକି ତାଙ୍କର ଏହି ଦୁର୍ଦଶା |ବୃଦ୍ଧ ହେଲେ ବାପା ମା ଯେ ପୁଅମାନଙ୍କ ପାଇଁ ବୁଝ ହୋଇଯାନ୍ତି ତାହା ଏହି ଘଟଣାରୁ ସ୍ପଷ୍ଟ ଜଣା ପଡୁଛି |ଏହି ଦୃଶ୍ୟ ଭାରି କଷ୍ଟକର ଓ ଦୁଃଖପୂର୍ଣ,ବୃଦ୍ଧ ଦାମ୍ପତିଙ୍କ ଖବର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment