ବନ୍ଧୁଗଣ ଆଗକୁ ଆସୁଥିବା ପୂର୍ଣମୀ ଦିନ ଚନ୍ଦ୍ରଗ୍ରହଣ ଲାଗିବ, ଏହା ଏକ ଲମ୍ବା ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି |ଏହି ଗ୍ରହଣ ଓଡ଼ିଶା ସହ ଭାରତରେ ସମ୍ପୂର୍ଣ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ |ଏହି ଗ୍ରହଣ ଭାରତ ସହିତ ଅନ୍ୟ ଦେଶମାନଙ୍କ ରେ ମଧ୍ୟ ଦେଖାଯିବ |ଯେତେବେଳେ ସୂର୍ଯ୍ୟ ଓ ଚନ୍ଦ୍ରମା ମଝିରେ ପୃଥିବୀ ଆସିଯାଏ, ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ ତାହାକୁ ଚନ୍ଦ୍ର ଗ୍ରହଣ କୁହାଯାଏ |ଏହି ଗ୍ରହଣ କାରଣରୁ ଗ୍ରହ ଓ ନକ୍ଷେତ୍ର ମାନଙ୍କ ମଧ୍ୟ ବହୁତ ବଡ ପରିବର୍ତନ ଆସିଥାଏ, ତାହା କେତେ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭ ହୋଇଥିବା ବେଳେ ଅନ୍ୟ ରାଶିର ବ୍ୟକ୍ତି ପାଇଁ ଅଶୁଭ ହୋଇଥାଏ |ମୁଁ ଆଜି ଆପଣକୁ ଏହି ଗ୍ରହଣର ସମୟ ସୀମା, ଗର୍ଭବତୀ ମହିଳାମାନେ ଏହି ସମୟରେ କଣ କରିବେ ଏବଂ ଏହି ଗ୍ରହଣ କଉଁ ରାଶି ଉପରେ କି ପ୍ରଭାବ ପକାଉଛି ଆସନ୍ତୁ ଜାଣିବା |
ଗ୍ରହଣ ଲାଗିବାର 9ଘଣ୍ଟା ବା 3ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର 12ଘଣ୍ଟା ବା 4ପ୍ରହର ପୂର୍ବରୁ ହାଣ୍ଡିଛାଡ କରା ଯାଇଥାଏ |ଏହି ସମୟରେ ଆପଣ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ କାରଣ ଏହି ସମୟରେ ପେଟରେ କିଛି ଖାଦ୍ୟ ରହିବା ଉଚିତ ନୁହଁ |ପାକ ନିଷେଧ ସମୟ ସୀମା 8ନଭେମ୍ବର 2022ମଙ୍ଗଳବାର ସକାଳ 5ଟା 39ମିନିଟ ଠାରୁ ଆରମ୍ଭ ହୋଇ ସନ୍ଧ୍ୟା 6ଟା 18ମିନିଟ ପ୍ରଯ୍ୟନ୍ତ ରହିବ |ଚନ୍ଦ୍ର ଗ୍ରହଣ ଲାଗିବାର ସମୟ 8ନଭେମ୍ବର 2022ମଙ୍ଗଳବାର ଅପରାହ୍ନ 2ଟା 38ମିନିଟ 14ସେକେଣ୍ଡରେ ଆରମ୍ଭ ହୋଇ ସନ୍ଦ୍ୟା 6ଟା 18ମିନିଟ 47ସେକେଣ୍ଡରେ ଶେଷହୋଇ ମୋକ୍ଷ ପ୍ରାପ୍ତି ହେବ |ଏହି ଗ୍ରହଣ ମହାକାଶରେ ପ୍ରାୟତଃ 3ଘଣ୍ଟା 38ମିନିଟ 36ସେକେଣ୍ଡ ପ୍ରଯ୍ୟନ୍ତ ଲାଗିରହିବ |
ଏହି ଗ୍ରହଣ ଗର୍ଭବତୀ ମହିଳା ମାନଙ୍କ ପାଇଁ ଅଶୁଭ ଅଟେ ତେଣୁ ସେମାନଙ୍କୁ ଏହି ଗ୍ରହଣ ଦେଖିବାପାଇଁ ବାରଣ କରାଯାଇଛି |ଏହି ସମୟ ଗର୍ଭବତୀ ମହିଳାମାନେ କୌଣସି ପରିବା କଟାକଟି କରନ୍ତୁନାହିଁ କି କୌଣସି ସିଲେଇ ମଧ୍ୟ୍ୟ କରନ୍ତୁନାହିଁ |ଏହିସମୟ ଆପଣ କଳାବସ୍ତ୍ର ପରିଧାନ କରନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ଅଶୁଭ ଅଟେ |ଏହିସମୟ ଆପଣ ଯଦି ବସୁଛନ୍ତି ତେବେ ଏକ ପାଣିଥିବା ନଡ଼ିଆକୁ ଧରି ବସନ୍ତୁ ଏବଂ ଭଗବାନଙ୍କ ନାମ ଜପକରନ୍ତୁ ତାହା ଆପଣଙ୍କ ପାଇଁ ବହୁତ ଶୁଭହେବ |
ଗ୍ରହଣ ସମୟ ଆପଣ କୌଣସି ଖାଦ୍ୟ ପ୍ରସ୍ତୁତ କରନ୍ତୁନାହିଁ କି ଖାଦ୍ୟଗ୍ରହଣ ମଧ୍ୟ କରନ୍ତୁ ନାହିଁ |ଏହି ସମୟରେ ଆପଣ ଶୁଖିଲା ଖାଦ୍ୟଗ୍ରହଣ କରନ୍ତୁ, ଏହିସମୟରେ ଆପଣ କୌଣସି ଶୁଭକାର୍ଯ୍ୟ କରନ୍ତୁନାହିଁ |ଭୁଲରେ ବି ଆପଣ ଏହି ସମୟ ଠାକୁର ପୂଜା କରନ୍ତୁ ନାହିଁ, ଏହି ସମୟରେ ଆପଣ କିଛି ଅର୍ଣ୍ଣ ଦାନକଲେ ତାହା ବହୁତ ଶୁଭ ହୋଇଥାଏ |ଗ୍ରହଣସମୟ ସାରିବାପରେ ଆପଣ ଗାଧୋଇ ନିଜ ବସ୍ତ୍ରକୁ ଧୋଇ ନିଜଘରକୁ ଗଙ୍ଗାପାଣି ଛୀଚନକରି ପବିତ୍ର କରିନିଅନ୍ତୁ |ତାହା ଆପଣଙ୍କ ପାଇଁ ବହୁତ ମଙ୍ଗଳ ହୋଇଥାଏ |ଏହି ସମୟରେ ଆପଣ କିଛିକଥା ନକହି ଠାକୁରଙ୍କ ନାମ ଧରିଲେ ଆପଣଙ୍କ ଉପରକୁ ଆସୁଥିବା ବିପଦ ଟଳିଯିବ |
ମିଥୁନରାଶି, ବିଛାରାଶି, କର୍କଟରାଶି ଏବଂ କୁମ୍ଭରାଶି ଏହି ଚାରୋଟି ରାଶିମାନଙ୍କ ଭାଗ୍ୟ ଏହି ସମୟଠାରୁ ଖୋଲିବାକୁ ଯାଉଛି |ଏହି ଗ୍ରହଣ ଏମାନଙ୍କ ପାଇଁ ବହୁତ ଶୁଭଅଟେ |ସିଂହ, ତୁଳା, ଧନୁ ଏବଂ ମୀନ ରାଶିମାନଙ୍କ ପାଇଁ ଏହି ଗ୍ରହଣର ପ୍ରଭାବ ସାମାନ୍ୟ ଅଶୁଭ ଅଟେ |ମେଷ, ବୃଷ, କନ୍ୟା ଓ ମକର ରାଶି ମାନଙ୍କ ପାଇଁ ଏହି ଗ୍ରହଣ ସମ୍ପୂର୍ଣ ଅଶୁଭ ଅଟେ |ତେଣୁ ଆପଣ ଏହି ସମୟରେ ସାବଧାନ ରହିବା ସହିତ ଭଗବାନଙ୍କ ନାମଜପ କରନ୍ତୁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।