Moral Story – ଏହି ୪ ପ୍ରକାର ଲୋକଙ୍କ ଠାରୁ ଦୁରେଇ ରୁହନ୍ତୁ ନଚେତ…

ବନ୍ଧୁଗଣ ଏକ ସୁନ୍ଦର୍ ଜୀବନ ଉପଯୋଗୀ, ମୂଲ୍ୟବାନ ଶିକ୍ଷା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଜାଣିଲେ ଆପଣ ଜୀବନର ପ୍ରକୃତ କଥା ପ୍ରକୃତ ବାସ୍ତବତା କୁ ବୁଝିବା ପାଇଁ ସକ୍ଷମ ହେବେ। ମଣିଷ ଜୀବନର ଏମିତି ଅନେକ ସମୟ ଆସିଥାଏ ଯାହା ତାକୁ ବିଚଳିତ କରି ଦେଇଥାଏ। କେଉଁ ସମୟରେ କେଉଁ ନିଷ୍ପତ୍ତି ନେବା ଉଚିତ୍ ହେବ ତାହା କହିବା ସମ୍ଭବପର ନୁହେଁ। କାରଣ ସମସ୍ତେ ଜୀବନରେ ତାଙ୍କର ଉଚିତ୍ ମାର୍ଗକୁ ଚୟନ କରି ପାରନ୍ତି ନାହିଁ। ଏହାକୁ ନେଇ ଆମେ ଅନେକ ସମୟରେ ଦ୍ୱନ୍ଦ୍ୱ ରେ ରହିଥାଉ ଏବଂ ଅନେକ ଭୁଲ ନିଷ୍ପତ୍ତି ବି ନେଇଥାଉ ଯାହା ଆମକୁ ପରବର୍ତ୍ତୀ ସମୟରେ ଅସୁବିଧାରେ ପକାଇ ଥାଏ।

ତେଣୁ ସବୁଠାରୁ ବଡ଼ ଜିନିଷ ହେଉଛି ସଠିକ୍ ନିଷ୍ପତ୍ତି ନେବା ଏବଂ ଏଥିପାଇଁ ଉଚିତ୍ ସାଥୀ ଚୟନ କରିବା। ଏମିତି ଲୋକ ସହିତ ଆମେ ମିଶିବା ଯେଉଁମାନେ ଆମ ପାଇଁ ଶୁଭ ଚିନ୍ତକ ହୋଇଥିବେ ଏଵଂ ଆମକୁ ଜୀବନରେ ଉଚିତ୍ ମାର୍ଗ ଦେଖାଉ ଥିବେ। ତେଣୁ ଆମେ ଏଥିପ୍ରତି ଯତ୍ନଶିଳ ହେବା ଦରକାର। ସେହିଭଳି ଏକ ସୁନ୍ଦର୍ କାହାଣୀ କୁ ନେଇ ଏହି ଭିଡିଓ ରେ ଏହାକୁ ଏଭଳି ଭାବରେ ଉପସ୍ଥାପନ କରା ଯାଇଛି ଯେ ଆପଣ ଏହାକୁ ଶୁଣିଲେ ନିଶ୍ଚିତ ଭାବରେ ଅନେକ ମୂଲ୍ୟବାନ କଥାକୁ ଜାଣି ପାରିବେ। ଏହି କାହାଣୀ ରେ ସୁଦର୍ଶନ ମିଶ୍ର ଏମିତି ୪ ଜଣ ଲୋକଙ୍କ ଠାରୁ ନିଜକୁ ଦୂରେଇ ରଖିବାକୁ କହିଛନ୍ତି ଯେଉଁମାନେ ଆମ ପାଇଁ କ୍ଷତିକାରକ।

ଏହି ୪ ପ୍ରକାର ର ଲୋକଙ୍କ ଦ୍ଵାରା ଜୀବନରେ ଉନ୍ନତି କେବେ ସମ୍ଭବପର ହୋଇ ପାରି ନଥାଏ।ଏକ ସୁନ୍ଦର୍ ଗଳ୍ପ ମାଧ୍ୟମରେ ସେ ଏହି କଥାକୁ ବୁଝାଇଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ୪ ପ୍ରକାରର ଲୋକଙ୍କ ବିଷୟରେ ଯେଉଁମାନେ ଆମ ଜୀବନରେ ଆମ ସହ ରହିଲେ ଆମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

୧) ଚାଟୁ ବାକ୍ୟ କହୁଥିବା ଲୋକ- ଚାଟୁ କଥା କହୁଥିବା ଲୋକ ଠାରୁ ଆପଣ ଦୂରେଇ ରହିବା ଆବଶ୍ୟକ କାରଣ ଏମାନଙ୍କ ଦ୍ଵାରା ଜୀବନରେ ଉନ୍ନତି ଆସିବା ଅସମ୍ଭବ।

୨) ଚାଟୁ କଥାରେ ଉତଫୁଲ୍ଲିତ ହେଉଥିବା ଲୋକ- ଯେଉଁମାନେ ମିଛ ପ୍ରଶଂସା ଏବଂ ଚାଟୁ କଥା ଶୁଣି ଖୁସି ହୋଇ ଯାଆନ୍ତି ସେମାନେ କେବେବି ଠିକ୍ ନିଷ୍ପତ୍ତି ନେଇ ପାରନ୍ତି ନାହିଁ ଏବଂ ଜୀବନରେ ସଫଳତା ହାସଲ କରି ପାରନ୍ତି ନାହିଁ।

୩) କୁସଙ୍ଗ- ଜୀବନରେ ସୁସଂଗ ର ଆବଶ୍ୟକତା ଏଥିପାଇଁ ରହିଥାଏ ଯେ ସେମାନେ ଆପଣଙ୍କୁ ଅସୁବିଧାରେ ସହାୟତା ପ୍ରଦାନ କରନ୍ତି ଏବଂ ଭୁଲ କାମ କଲେ ସଠିକ୍ ରାସ୍ତା ଦେଖାଇ ଥାଆନ୍ତି। ତେଣୁ କୁସଙ୍ଗ ଆପଣଙ୍କ ବିପତ୍ତି ର କାରଣ ହୋଇଥାଏ।

୪) ସ୍ୱାର୍ଥପର ଲୋକ- ଯେଉଁମାନେ ନିଜର ସ୍ବାର୍ଥ ପାଇଁ ସବୁକାମ କରିଥାନ୍ତି। ସେମାନେ କେବେବି ଜୀବନରେ ପ୍ରକୃତ ଖୁସି ଅନୁଭବ କରି ପାରନ୍ତି ନାହିଁ କିମ୍ୱା ସେମାନଙ୍କ ସହିତ ରହିଲେ ସଫଳତା ହାସଲ କରିବା କଷ୍ଟକର ହୋଇପଡେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment